ଓଡ଼ିଶା

୧୦୮ ଆମ୍ବୁଲାନ୍ସ ସେବାକୁ ଫେକ କଲ

ଭୁବନେଶ୍ବର: ୧୦୮ ଆମ୍ବୁଲାନ୍ସ ସେବାକୁ ଫେକ କଲ । ଜରୁରୀକାଳୀନ ସେବା ପାଇଁ ଉଦ୍ଦିଷ୍ଟ ଥିବା ୧୦୮ ମାଗଣା ଆମ୍ବୁଲାନ୍ସ ସେବାର କଲ ସେଣ୍ଟରକୁ ଏବେ ଏଭଳି ଫେକ କଲ ଆସିବାରେ ଲାଗିଛି । ଏହି ଜରୁରୀକାଳୀନ ନମ୍ବର ଏବେ କିଛି ଅସାମାଜିକ ଯୁବକଙ୍କ ପାଇଁ ପାଲଟିଛି ମଜା ଓ ଟାଇମପାସର ମାଧ୍ୟମ ।

୧୦୮ ନମ୍ବରରେ ଲଗାତାର କଲ କରି କର୍ମଚାରୀଙ୍କୁ ହଇରାଣ କରିବା ସହ କରୁଛନ୍ତି ପ୍ରେମ ନିବେଦନ । ଏପରିକି କିଛି ବ୍ୟକ୍ତି ଫୋନ ଉଠାଉଥିବା ମହିଳା କର୍ମଚାରୀଙ୍କୁ ଅସଭ୍ୟ ଭାଷା କହିବାକୁ ମଧ୍ୟ ପଛାଉ ନାହାନ୍ତି । ଏଭଳି ଅଭିଯୋଗ ବାରମ୍ବାର ଆସୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଏଭଳି କଲ ବଢିଚାଲିଥିବା ବେଳେ ମହିଳା କର୍ମଚାରୀଙ୍କୁ କଲ ଲଗାଇ ହଇରାଣ କରୁଥିବାର ଘଟଣା ସାମ୍ନାକୁ ଆସିଛି ।

ଏଭଳି ଅନାବଶ୍ୟକ କଲ ଆସିବା ଦ୍ୱାରା ଜରୁରୀକାଳୀନ ସେବା ପାଇଁ ଫୋନ କରିଥିବା ବ୍ୟକ୍ତିଙ୍କ ଫୋନ ଉଠାଇ ହେଉନଥିବା ବେଳେ ଲୋକମାନେ ୧୦୮ ସେବାକୁ ଦୋଷ ଦେଉଛନ୍ତି ବୋଲି କହିଛନ୍ତି ୧୦୮ ସେବା କର୍ମଚାରୀ ।

Leave a Reply

Your email address will not be published.

Back to top button