code

  • ଟ୍ରେନ ଡବାରେ ଥିବା ନମ୍ବର ର ରହସ୍ୟ କଣ ?

    ଟ୍ରେନ ଡବା ଉପରେ କାହିଁକି ଲେଖା ହୋଇଥାଏ ୫ ଡିଜିଟର କୋର୍ଡ । କଣ ଏହି କୋର୍ଡ? କୋର୍ଡ ବିଷୟରେ ଜନସାଧାରଣ ବା ଟ୍ରେନ ରେ ଯାତ୍ରା କରୁଥିବା ଯାତ୍ରୀ ଜାଣନ୍ତି କି ? ଯାହା ଅନୁମାନ ସାଧାରଣ ଲୋକି ଜାଣିନଥିବେ କିମ୍ଭା ଜାଣିବା ପାଇଁ ଚେଷ୍ଟା କରିନିଥିବେ ।ଏହା କୌଣସି କାମରେ ଆସିବ ନାହିଁ ତେଣୁ ଜନସାଧାରଣ ଜାଣିବେ ବା କାହିଁକି । ଆସନ୍ତୁ ଜାଣିବା ଟ୍ରେନ କୋର୍ଡ ର ରହସ୍ୟ ସମ୍ପର୍କରେ । ବଗି ଉପରେ ଲେଖାଯାଇଥିବା ନମ୍ବର ଉପରେ ବହୁତ ଖାସ କଥା ଲୁଛି ରହିଛି । ଟ୍ରେନରେ ଦିନକୁ ହଜାର ହଜାର ଲୋକ ଯାତ୍ରା କରୁଛନ୍ତି । ଟ୍ରେନ ବଗି ବାହାରେ ଲେଖା ହୋଇଥିବା ପାଞ୍ଚ ଡିଜିଟ ନମ୍ବର ( ଟ୍ରେନ କୋର୍ଡ ନମ୍ବର ) ନମ୍ଭର ରୁ ଜାଣିହେବ ଏହି ବଗି କେବେ ହୋଇଥିଲା ଓ ବଗି ଟି କେଉଁ ପ୍ରକାରର । ୫ ଡିଜିଟ ମଧ୍ୟ୍ୟରୁ ପ୍ରଥମ ଦୁଇଟି ଡିଜିଟ ଜାଣି ହେବ ଏହା କେବେ ନିର୍ଣାଣ ହୋଇଥିଲା ।

    ଶେଷ ତିନୋଟି ଡିଜିଟ ବଗି ର କ୍ୟାଟାଗୋରୀ ସୁଚାଇ ଥାଏ । ଉଦାହରଣ ସୁରୁପ ବଗି ଉପରେ ୧୩୩୨୮ ଲେଖା ହୋଇଛି ।ସେହି ସମାନ ବଗି ର ଅନ୍ୟ ସାଇଡ୍ ରେ ୯୮୩୯୭ ଲେଖାହୋଇଛି ତ । ପ୍ରଥମ ଦୁଇଟି ଡିଜିଟ୍ କୁ ଅଲଗା କଲେ ଜଣାପିଡବ କେବେ ନିର୍ମାଣ ହୋଇଥିଲା ଅର୍ଥାତ୍ ୨୦୧୩ ରେ ନିର୍ମାଣ ହୋଇଥିଲା । ପ୍ରଥମ ଦୁଇଟି ବଗି ନିର୍ମାଣ ସୁଚନା ଦେଇଥାଏ ଓ ଶେଷ ତିନୋଟି କ୍ୟାଟାଗୋରୀ ସୁଚାଇଥାଏ ଅର୍ଥାତ ୧୩୩୨୮ ହେଉଛି ଜେନରାଲ କ୍ୟାଟାଗୋରୀ। ୯୮୩୯୭ ହେଉଛି ସ୍ଲିପର କ୍ଲାସ ବଗି । ବର୍ତ୍ତମାନ ଆପଣ ବୁଝିପାରିବେ ବଗି ଉପରେ ଲେଖାହୋଇଥିବା ନମ୍ବର ର ରାଜ । ଆଗାକୁ ଆପଣ କେବ ବି ଯାତ୍ରା କରନ୍ତୁ ଆପମ୍ଭ ଜାଣିବା ପାଇଁ କିଛି ଅସୁବିଧା ହେବ ନାହିଁ ।

    ନମ୍ବର ଦେଖି ସହଜରେ କହିପାରିବେ ଏହି ବଗି କେବେ ନିର୍ମାଣ ହୋଇଥିଲା ଓ ଏହା କେଉଁ କ୍ୟାଟାଗୋରୀ ରେ ଯାଉଛି । । ଏହା ସୁଚନା ଛୋଟ ହୋଇପାରିଥାଏ ସମସ୍ତେ ଜାଣିବା କଥା । ଭାରତୀୟ ରେଳ ରେ ଯାତ୍ରା କରୁଥିବା ସମସ୍ତ ବ୍ୟକ୍ତି ଙ୍କ ପାଇଁ ଏହା ଗୋଟିଏ ସୁଚନା ।

    • ସ୍ମରିଜିତ ଆର୍ଯ୍ୟ ଙ୍କ ରିପୋର୍ଟ
Back to top button