CONGRESS LEADER

  • ଜମ୍ମୁ କାଶ୍ମୀର କଂଗ୍ରେସରେ ବଡ଼ ଧରଣର ବିଦ୍ରୋହ

    ଜମ୍ମୁ କଶ୍ମୀର କଂଗ୍ରେସରେ ବଡ଼ ଧରଣର ବିଦ୍ରୋହ ଦେଖାଦେଲାଣି। ଦୀର୍ଘ ଦିନ ଧରି ଦଳ ବିରୋଧରେ ଅସନ୍ତୋଷ ପ୍ରକାଶ କରିଆସୁଥିବା ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ପ୍ରମୁଖ ଦଳୀୟ ପଦବୀରୁ ଇସ୍ତଫା ଦେବା ପରେ ଏହି ଆଶଙ୍କା ବଳବତ୍ତର ହେବାରେ ଲାଗିଛି। ଉଭୟ ପ୍ରଚାର ଓ ରାଜନୈତିକ ବ୍ୟାପାର କମିଟିରୁ ଆଜାଦଙ୍କ ଇସ୍ତଫା ଭିନ୍ନ ସଙ୍କେତ ଦେଇଛି। ଇସ୍ତଫା ଦେଲେ ଆଜାଦ୍। ଜମ୍ମୁକଶ୍ମୀର କଂଗ୍ରେସର ଉଭୟ ପ୍ରଚାର ଓ ରାଜନୈତିକ ବ୍ୟାପାର କମିଟିରୁ ଗୁଲାମନବୀ ଆଜାଦଙ୍କ ଇସ୍ତଫା କଂଗ୍ରେସ ଭିତରେ ବଡ଼ ବିବାଦ ଛିଡ଼ା କରିଛି। କଂଗ୍ରେସ ସଂଗଠନରେ ଆଭ୍ୟନ୍ତରୀଣ କନ୍ଦଳ ଯେମିତି ଚରମରେ ପହଞ୍ଚିଛି।

    ଏମିତିରେ ଦଳର ପରିଚାଳନା ଓ ନେତୃତ୍ୱକୁ ନେଇ ଦୀର୍ଘ ଦିନ ଖୁଲମଖୁଲା ଅସନ୍ତୋଷ ଓଗାଳି ଆସିଛନ୍ତି ଆଜାଦ୍। କଂଗ୍ରେସର ଭିଆଇପି କଲଚରକୁ କଟାକ୍ଷ ହେଉ ଅବା ତୃଣମୂଳସ୍ତରରୁ ଶୀର୍ଷ ନେତୃତ୍ୱ ଯାଏ, ସାଂଗଠନିକ ଢାଞ୍ଚା ମନୋନୟନ ନୁହେଁ, ବରଂ ନିର୍ବାଚନ ଜରିଆରେ ହେଉ ବୋଲି କହିଆସୁଛନ୍ତି ଆଜାଦ୍। ଏପରିକି କଂଗ୍ରେସ ହାଇକମାଣ୍ଡଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ଜି-୨୩ ନେତାଙ୍କ ଭିତରୁ ଆଜାଦ୍ ଜଣେ ପ୍ରମୁଖ ଓ ଆଗଧାଡ଼ିର ଚେହେରା। ଆଜାଦଙ୍କ ଘନିଷ୍ଠ ସହଯୋଗୀ ଗୁଲାମ ଅହମଦ ମୀରଙ୍କୁ କଂଗ୍ରେସର ଜମ୍ମୁକଶ୍ମୀର ମୁଖ୍ୟ ପଦରୁ ହଟାଯିବା ପରେ ଏଭଳି ପଦକ୍ଷେପ ଆଜାଦ୍ ନେଇଥିବା କୁହାଯାଉଛି। କାରଣ ବିକାର ରସୁଲ ଓ୍ୱାନିଙ୍କୁ ମୀରଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି।

    ଆଜାଦ କଂଗ୍ରେସର ସର୍ବଭାରତୀୟ ରାଜନୈତିକ ବ୍ୟାପାର କମିଟି ସଭ୍ୟ ଥିଲା ବେଳେ ତାଙ୍କର ନୂଆ ନିଯୁକ୍ତି ତାଙ୍କର ଅବନତି ବୋଲି କୁହାଯାଉଛି। ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବେ ଫେବୃଆରୀ ୨୦୨୧ ଯାଏ ଦାୟିତ୍ୱ ତୁଲାଇଥିଲେ ଆଜାଦ୍। ୪୭ ବର୍ଷୀୟ ଓ୍ୱାନିଙ୍କୁ ଦଳର ଅଧ୍ୟକ୍ଷ ଦାୟିତ୍ୱ ଦେଇ ୭୩ ବର୍ଷୀୟ ଗୁଲାମଙ୍କୁ ପ୍ରଚାର କମିଟିର ମଙ୍ଗ ଧରାଇଥିଲେ ହାଇକମାଣ୍ଡ। ଅଗଷ୍ଟ ୧୫ରେ ରାହୁଲଙ୍କ ସହ ଆଜାଦୀ ଗୌରବ ଯାତ୍ରାରେ ବି ସାମିଲ ହୋଇଥିଲେ ଆଜାଦ୍।

    • ପ୍ରଦୀପ ନାୟକଙ୍କ ରିପୋର୍ଟ
  • ଇସ୍ତଫା ଦେଲେ ଗୁଲାମ ନବି ଆଜାଦ

    ଜାମ୍ମୁ-କାଶ୍ମୀର କଂଗ୍ରେସରେ ପଡିଲା ଚହଳ । ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଗୁଲାମ ନବି ଆଜାଦ l କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦଙ୍କୁ ଅଭିଯାନ କମିଟିର ଅଧ୍ୟକ୍ଷ କରାଯାଇଥିଲା। ମାତ୍ର ଏହାର କିଛି ଘଣ୍ଟା ନଯାଉଣୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ପଦ ମିଳିବାର କିଛି ଘଣ୍ଟା ପରେ ଗୁଲାମ ନବି ଆଜାଦ ଇସ୍ତଫା କାହିଁକି ଦେଲେ ତାର କାରଣ ଜଣା ପଡିନି। ଏହାକୁ ନେଇ ରାଜନୀତି ସରଗରମ ହୋଇ ଉଠିଛି।

    ସୂଚନା ଅନୁଯାୟୀ, ମଙ୍ଗଳବାର କଂଗ୍ରେସ ଜାମ୍ମୁ-କାଶ୍ମୀର ସଂଗଠନରେ ବଡ ପରିବର୍ତ୍ତନ କରିଥିଲା। ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ଅନେକ ନୂତନ ନିଯୁକ୍ତି କରାଯାଇଥିଲା। ପାର୍ଟିର ବରିଷ୍ଠ ନେତା ଗୁଲାମ ନବି ଆଜାଦଙ୍କୁ ଅଭିଯାନ କମିଟିର ଅଧ୍ୟକ୍ଷ ଏବଂ ତାରିକ ହାମିଦ କରାଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଥିଲା। ଆଜାଦଙ୍କୁ ରାଜନୈତିକ ମାମଲା କମିଟି ଏବଂ ସମନ୍ଵୟ କମିଟିର ପ୍ରମୁଖ ମଧ୍ୟ କରାଯାଇଥିଲା।

    ମାତ୍ର କିଛି ଘଣ୍ଟା ପରେ ଗୁଲାମ ନବି ଆଜାଦ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ନୂତନ ଦାୟିତ୍ଵ ମିଳିବା ପୂର୍ବରୁ ସେ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ପାର୍ଟି ନିଜ ସଂଗଠନରେ ଅନେକ ବଡ ପରିବର୍ତ୍ତନ କରିଥିଲା। ଜାମ୍ମୁ-କାଶ୍ମୀର କଂଗ୍ରେସ ଆଗକୁ କେଉଁ ମୋଡ ନେଉଛି ତାହା ଦେଖିବା ବାକି ରହିଲା l

    ଅଭିଷେକ ପୁରୋହିତଙ୍କ ରିପୋର୍ଟ

  • କଂଗ୍ରେସର ୪ ସାଂସଦ ନିଲମ୍ବିତ

    ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ମାନିକମ ଟାଗୋର, ରମୟା ହରିଦାସ, ଜୋତିମଣି ଓ ଟି ଏନ ଫ୍ରାଥପନଙ୍କୁ ଲୋକସଭାର ମନସୁନ ସେସନର ବାକି କାର୍ଯ୍ୟ ଦିବସ ପାଇଁ ନିଲମ୍ବନ କରାଯାଇଛି। ରୁଲ ୩୭୪ ଅନୁଯାୟୀ, ଗୃହର ଅଧକ୍ଷଙ୍କ ପ୍ରତି ଅସମ୍ମାନ ଓ ବିବାଦୀୟ ତଥା ବେଆଇନ କାର୍ଯ୍ୟ ପାଇଁ ଏହି ୪ ନେତାଙ୍କୁ ନିଲମ୍ବିତ କରାଯାଇଛି। ବିଭିନ୍ନ ପ୍ରସଙ୍ଗରେ ଗୃହରେ ବିରୋଧୀ ନେତାଙ୍‌କ ଦ୍ବାରା ନାରାବାଜୀ ଓ ଗୃହ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ବିରୋଧରେ କାର୍ଯ୍ୟକୁ ନେଇ ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା। ଆଜି ମନସୁନ ସେସନ ଆରମ୍ଭ ହେବା ପୂର୍ବରୁ ଦୌପଦୀ ମୁର୍ମୁ ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ଶପଥ ପାଠ କରିଥିଲେ।

  • ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା, ଦିନେ ପୂର୍ବରୁ ପଞ୍ଜାବ ସରକାର ହଟାଇଥିଲେ ସୁରକ୍ଷା ବ୍ୟବସ୍ଥା

    ପଞ୍ଜାବର ଜଣାଶୁଣା ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା l ପଞ୍ଜାବର ଭାଗବତ ମାନ ସରକାର ଶନିବାର ଦିନ ସିଦ୍ଧୁ ମୁସୱାଲାଙ୍କ ସୁରକ୍ଷା ହଟାଇ ଦେଇଥିଲେ। ଖବର ଅଛି ଯେ ପୂର୍ବରୁ ଗାୟକଙ୍କ ପାଖରେ ୧୦ ଜଣ ବନ୍ଧୁକଧାରୀ ଥିଲେ, କିନ୍ତୁ ପରେ ସେମାନଙ୍କ ସଂଖ୍ୟା କମିଯାଇଥିଲା। ଏହା ସହିତ ଶୁଣିବାକୁ ମିଳିଛି ଯେ ଦୁଇଜଣ ଅଜ୍ଞାତ ଆକ୍ରମଣକାରୀ ମୁସେୱାଲାଙ୍କ ଉପରକୁ ଗୁଳି ଚଳାଇଥିଲେ ଏବଂ ହତ୍ୟାକାରୀମାନେ ଅପରାଧ ଘଟାଇବା ମାତ୍ରେ ଚାଲିଯାଇଥିଲେ । ଘଟଣାସ୍ଥଳରେ ସିଦ୍ଧୁ ମୁସେୱାଲାଙ୍କୁ ଡାକ୍ତରଖାନାକୁ ନିଆଯିବା ପରେ ଚିକିତ୍ସା କରିବା ସମୟରେ ମୃତ ଘୋଷଣା କରିଥିଲେ ।

    ମୁସେୱାଲାଙ୍କ ମୃତ୍ୟୁ ଖବର ପରେ ପଞ୍ଜାବରେ ଏବଂ ସାରା ଦେଶରେ ଏକ ସମ୍ବେଦନଶୀଳତା ଦେଖାଦେଇଛି। କିଛି ଦୁବୃତ୍ତଙ୍କ ଦ୍ୱାରା ହତ୍ୟା କରିଥିବା ସୂଚନା ମିଳିଛି। ଏହି ସମୟରେ, ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଦୁଃଖର ବାତାବରଣ ଖେଳିଯାଇଛି । ଏହା ସହିତ ଏହା ଜାଣିବାକୁ ମିଳିଛି କି ଯେ ଏହି ଘଟଣାରେ ତାଙ୍କର ଦୁଇ ସାଥୀ ମଧ୍ୟ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମନସା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ସୂଚନା ପାଇବା ପରେ ପଞ୍ଜାବ ପୋଲିସ ତଦନ୍ତ ଆରମ୍ଭ କରିଛି।

Back to top button