cough syrup seize

  • ବିପୁଳ କଫ ସିରଫ ଜବତ

    () ବିପୁଳ ପରିମାଣର କଫ ସିରଫ ଜବତ । ଆସାମ ଓ ତ୍ରିପୁରା ସୀମା ନିକଟରୁ ବହୁ ପରିମାଣର କଫ୍ ସିରଫ ଜବତ କରିବା ସହ ଟ୍ରକ ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଥିବାନେଇ ସୂଚନା ଦେଇଛନ୍ତି ପୋଲିସ ଅଧିକାରୀ ନିରଞ୍ଜନ ଦାସ । କାବୁ ହୋଇଥିବା ଟ୍ରକ ଡ୍ରାଇଭର ହେଉଛି କରିମଗଞ୍ଜ ଜିଲ୍ଲାର ମୁକେଶ ଯାଦବ ।

    ଉକ୍ତ ଟ୍ରକରୁ 8ଟି ପେଟିରେ କଫ୍ ସିରଫ ଜବତ ହୋଇଛି,ଯେଉଁଥିରେ 1280ଟି କଫ୍ ସିରଫ ବୋତଲ ରହିଛି । ଜବତ କଫ ସିରଫର ଆନୁମାନିକ ମୂଲ୍ୟ 6.50 ଲକ୍ଷ ଟଙ୍କା ହେବ।  ପୋଲିସକୁ ମିଳିଥିବା ଗୁପ୍ତ ସୂଚନାକୁ ଆଧାର କରି ଏତେବଡ ସଫଳତା ହାତେଇଛି ଆସାମ ପୋଲିସ ।

    ପୋଲିସ ସୂଚନା ଅନୁସାରେ ଟ୍ରକଟି ଗୌହାଟୀରୁ ଅଗରତାଲା ଆଡକୁ ଯାଉଥିବାବେଳେ ଚୁରାବରୀ ଚେକପୋଷ୍ଟ ଠାରେ ଯାଞ୍ଚ କରିବା ପାଇଁ ଅଟକ ରଖାଯାଇଥିଲା। ଯାଞ୍ଚରେ ପୋଲିସ ଟିମ ଟ୍ରକରୁ ବହୁ ପରିମାଣର କଫ୍ ସିରଫ ଜବତ କରିଥିଲା । ଏବେ ଗିରଫ କରାଯାଇଥିବା ମୁକେଶ ଯାଦବ ବିରୋଧରେ ଥାନାରେ ଏନଡିପିଏସ ଆଇନ ଅନୁସାରେ ଏକ ମାମଲା ରୁଜ୍ଜୁ ହୋଇ ଏ ବିଷୟରେ ଅଧିକ ତନାଘନା କରୁଛି ପୋଲିସ । 

    ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ସବଷ୍ଟାନ୍ସେସ ଆଇନ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ଏବଂ ପୋଲିସ ଏହା ଉପରେ ଅଧିକ ନଜର ରଖିଛି।

Back to top button