ସ୍ୱାସ୍ଥ୍ୟ

ବର୍ଷା ଦିନରେ ପିଅନ୍ତୁ ଏହି ପାଣି

ବର୍ଷା ଋତୁରେ ଅନେକ ରୋଗ ହୋଇଥାଏ। ଯେମିତିକି ଥଣ୍ଡା, ଜ୍ୱର, କାଶ , ଝାଡାବାନ୍ତି ଭଳି ରୋଗ ହୋଇଥାଏ। ସେଥିରୁ ବର୍ତ୍ତିବା ପାଇଁ ଆମକୁ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ କରିବାକୁ ପଡିଥାଏ। ଏହାସହ ଘରୋଇ ଉପଚାର ମଧ୍ୟ କରିବାକୁ ପଡିଥାଏ। ତେବେ ଏହି ଦିନରେ ଆମ ଶରୀରରେ ଇମ୍ୟୁନିଟି କମ ହେବାର ଆଶଙ୍କା ଥାଏ। ସେପଟେ କରୋନା ସଂକ୍ରମଣ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସମସ୍ତଙ୍କୁ ଏଥିପ୍ରତି ସତର୍କ ରହିବାକୁ ପଡିବ। ତେବେ ବର୍ଷା ଦିନରେ କାଡା ଶରୀର ପାଇଁ ବେଶ ଉପଯୋଗୀ । ଘରେ ତିଆରି କରି ପ୍ରତ୍ୟକ ଦିନ ଛୁଆଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକେ ପିଇପାରିବେ। ଗରମପାଣି,ତେଜପତ୍ର, ଅଦା, ମହୁ, ତୁଳସୀପତ୍ର, ଲବଙ୍ଗରେ ତିଆରି କରି ସେବନ କରିପାରିବେ କାଡା। ସେହିପରି ହଳଦୀପାଣି ମଧ୍ୟ ବର୍ଷା ଦିନରେ ପିଇବା ଅତ୍ୟନ୍ତ ଜରୁରୀ। କାରଣ ଏଥିରେ ପୋଷକ ତତ୍ତ୍ୱ ଭରପୂର ରହିଥିବା ବେଳେ ସଂକ୍ରମଣକୁ ରୋକିବାରେ ସହାୟକ ହୋଇଥାଏ। ଏହାକୁ ଦିନରେ ଦୁଇ ଥର ପିଇଲେ ଆଣ୍ଠୁ ଗଣ୍ଠି ବଳି ରୋଗର ଚିକିତ୍ସା କରିଥାଏ। ସେପଟେ ରସୁଣ ମଧ୍ୟ ଖାଇବା ଦରକାର। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଅଧିକ ମାତ୍ରାରେ ରହିଛି। ଯାହା ସଂକ୍ରମଣ ରୋକିବାରେ ସାହାର୍ଯ୍ୟ କରିଥାଏ।
– ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button