curfew

  • ସାମ୍ପ୍ରଦାୟକ ହିଂସାକୁ ନେଇ ଲାଗିଲା କର୍ଫ୍ୟୁ

    ଜୟପୁର: ଉଦୟପୁର ପରେ ଏବେ ରାଜସ୍ଥାନର ହନୁମାନଗଡ ଜିଲ୍ଲାରେ ଉତ୍ତେଜନା ଦେଖାଦେଇଛି। ଗୋହତ୍ୟା ଓ ଗୋମାଂସ ଭୋଜି ନେଇ ସାମ୍ପ୍ରଦିୟାକ ଦଙ୍ଗା ସୃଷ୍ଟି ହୋଇଛି। ତେବେ ପୋଲିସ ଲାଠୀ ମାଡ କରିଥିବା ହେତୁ ବିବାଦ ଆହୁରୀ ଗମ୍ଭୀର ହୋଇଛି। ପୋଲିସ ଏହି ଘଟଣାରେ ୪୫ ଜଣଙ୍କୁ ଅଟକ ରଖିଛି। ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲଗାଇ ଦିଆଯାଇଛି। ଦଙ୍ଗା ହୋଇଥିବା ସ୍ଥାନରେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରାଯାଇଛି। ତେବେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତାୟନ ଅଛନ୍ତି। ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ପୋଲିସ କଡା ନଜର ରଖିଛି।

    ସୂଚନା ଅନୁଯାୟୀ, ଜୁଲାଇ ୨୧ରୁ ଜିଲ୍ଲାର ଚିଡିଆଗାନ୍ଧୀ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଇଦ୍ ଅବସରରେ ଏଠାରେ ଗୋହତ୍ୟା କରାଯାଇ ଗୋମାଂସ ଭୋଜି କରାଯାଇଥିଲା। ଯାହା ଏଫଏସଏଲ ରିପୋର୍ଟରେ ମଧ୍ୟ ପ୍ରମାଣିତ ହୋଇଛି। ଏହି ଘଟଣା ପରଠାରୁ ଗ୍ରାମରେ ଧର୍ମ-ପ୍ରଦର୍ଶନ କରାଯାଉଛି। ମଙ୍ଗଳବାର ଦିନ ଉତ୍ତେଜନା ବଢିଥିଲା। ଯାହାଫଳରେ କି ଆନ୍ଦୋଳକାରୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ। ଯାହା ପରେ ସାମ୍ପ୍ରଦାୟିକ ଉତ୍ତେଜନା ବଢିଥିଲା। ଜିଲ୍ଲାର ଚିଡିଆଗାନ୍ଧି ଓ ଗାନ୍ଧୀବରୀର ଦୁଇଟି ଗ୍ରାମରେ ପୋଲିସ ତୁରନ୍ତ କର୍ଫ୍ୟୁ ଲାଗୁ କରିଥିଲା। ଏହା ସହିତ ଗୁଜବ ପ୍ରଚାରକୁ ରୋକିବା ପାଇଁ ପ୍ରଶାସନ ମଧ୍ୟ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଛନ୍ତି।  

    ରାଜସ୍ଥାନରେ ଲଗାତାର ଭାବେ ସାମ୍ପ୍ରଦାୟିକ ହିଂସା ବିଢିବାରେ ଲାଗିଛି। ଏହାପୂର୍ବରୁ ଭୀଲୱାଡାରେ ଯୁବକଙ୍କ ହତ୍ୟା ପରେ ଉତ୍ତେଜନା ହୋଇଥିଲା। ନିକଟରେ ହନୁମାନଡରେ ବିଶ୍ୱହିନ୍ଦୁ ପରିଷଦ ନେତାଙ୍କୁ ଆକ୍ରମଣ ପରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଥିଲା। ବର୍ତ୍ତମାନ ଗୋମାଂସକୁ ନେଇ ସାମ୍ପ୍ରଦାୟିକ ଦଙ୍ଗା ଦେଖିବାକୁ ମିଳିଛି।

    • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ
Back to top button