currencynote

  • ଟଙ୍କା ଉଡୁଛି ଧରିପାରିଲେ ହେଲା…

    କଥା ଛଳରେ ଲୋକ ମାନେ କହନ୍ତି ଟଙ୍କା ଉଡୁଛି ଧରିପାରିଲେ ହେଲା । ଗାଁରୁ ସହରକୁ କାମ ଧନ୍ଧା ଚକରରେ ଯେଉଁ ଲୋକ ମାନେ ଆସି କିଛି ପଇସା ରୋଜଗାର କରନ୍ତି । ସେମାନେ ଏଭଳି କଥା ବେସି କହନ୍ତି ଲୋକ ମାନଙ୍କ ଦୃଷ୍ଟି ଆର୍କଷଣ କରିବା ପାଇଁ । ଏହା ଅର୍ଥ ହେଉଚି ସହରରେ ଅନକେ କାମ ଅଛି । ବିଭିନ୍ କାର୍ଯ୍ୟ ମାଧ୍ୟ୍ୟମରେ ପଇସା ରୋଜଗାର କରିପାରିବେ । କିନ୍ତୁ ଏହି ଘଟଣା ସମ୍ପୁର୍ଣ ଅଲଗା । ହାଇଦ୍ରବାଦ ର ଏହି ଘଟଣା । ଭଡିଓ ଦେଖୁଥିବା ଲୋକ ମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ସେମାନେ ଭାବୁଛନ୍ତି ଏଭଳି ଘଟଣା ତାଙ୍କ ସାମନାରେ ହୁଅନ୍ତା କି । ହ୍ରଇଦ୍ରାବାଦ ର ଗୁଲାଜର ହଜ୍ ରୋଡ ରେ ଜଣେ କୁର୍ତ୍ତା ପିନ୍ଧିଥିବା ଯୁବକ ଠିଆ ହୋଇ ୫ ଶହ ଟଙ୍କିଆ ନୋଟ ଉପରକୁ ଫୋପାଚୁଛନ୍ତି ।

    ଏହି ଘଟଣା ଦେଖିବା ପାଇଁ ଲୋକ ମାନେ ପ୍ରବଳ ଭିଡି ପରିଲିକ୍ଷିତ ହେଉଛି । ରାସ୍ତା ଘାଟ ଜାମ ହୋଇଯାଉଛି । କାର ମଟର ସମସ୍ତେ ଭିଡ ହେବା ଫଳରେ ଟ୍ରାଫିକ ଜାମ ହୋଇଯାଇଛି କିଛି ସମୟ ପାଇଁ । ଏଭିଳି ଘଟମା ଥରେ ନୁହେଁ ସେ ଯୁବକ ଜଣକ ଏକାଧିକ ବାର କରିଛନ୍ତି । ଏହା କରିବା ପଛରେ ତାଙ୍କର କଣ ଉଦ୍ଦେଶ୍ୟ ରହିଛି ସେ କେବେଳ କହିପାରିବେ । ପ୍ରତ୍ୟେକ କାର୍ଯ୍ୟ ପଛରେ କିଛି କିଛି ଉଦ୍ଦେଶ୍ୟ ଥାଏ । ବିନା ଉଦ୍ଦେଶ୍ୟ ଯିଏ କାର୍ଯ୍ୟ କରନ୍ତି ସେ ଭଗବାନ ନଚେତ ପାଗଳ ହୋଇଥିବେ । ଏହି ଯୁବକଙ୍କର ଏହି ଭିଡଓ ସୋସିଆଲ ମିଡଆରେ ପ୍ରବଳ ଭାଇରାଲ ହେଉଛି । ଏହା ସାଧାରଣରେ ନିନ୍ଦା କରାଯାଇଛି ।

    ଘଟଣା ଦେଖୁଥିବା ଲୋକ ମାନେ ଭାବିଲେ ବୋଧହୁଏ ଯୁବକଙ୍କର ପରିବାର ସଦସ୍ୟ କାହାର ବିବାହ ଅଛି ସେଥିପାଇଁ ଟଙ୍କା ଉଠାଉଛନ୍ତି । ସେ ନୋଟ ଅସଲି ନା ନକଲି ସେ ସମ୍ପର୍କରେ କିଛି ଲେଖାଯାଇନାହିଁ । ଚାରମିନାର ଇନଷ୍ପେକ୍ଟର ଗୁରୁ ନାଇଡୁ କହିଛନ୍ତି ଏ ନେଇ କୌଣସି ଅଭିଯୋଗ ଥାନାରେ ହୋଇନାହିଁ । ତେଣୁ କୌଣସି ମାମାଲା ଜାୟର କରାଯାଇନାହିଁ । ଏହି ଭିଡିଓ ମାତ୍ର ତିନି ପୁର୍ବର । ପୋଲିସ ପକ୍ଷରୁ ଏଭଳି ଘଟମା ପ୍ରତି ସତର୍କ ରହିବା ପାଇଁ କୁହାଯାଇଛି ।

    • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ
Back to top button