dassera rally

  • ହାଇକୋର୍ଟର ଦ୍ବାରସ୍ଥ ଉଦ୍ଧବ

    ମୁମ୍ବାଇ: ଶିବାଜୀ ପାର୍କରେ ଦଶହରା ରାଲିର ଆୟୋଜନ ପାଇଁ ବୃହ୍ନମୁମ୍ବାଇ ମହାନଗରପାଳିକା (ବିଏମସି) ଉଭୟ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଧେ ଗୋଷ୍ଠୀକୁ ମନା କରି ଦେଇଛି। ମୁମ୍ବାଇ ପୁଲିସ ଦ୍ବାରା ନିଆଯାଇଥିବା ଆଇନ ବ୍ୟବସ୍ଥା ସମ୍ବନ୍ଧିତ ମୁଦ୍ଦା ଆଧାରରରେ ଶିବାଜୀ ପାର୍କରେ ରାଲି ଆୟୋଜନ ପାଇଁ ଅନୁମତି ଦେବାକୁ ମନା କରାଯାଇଛି। ଏହା ପରେ ଉଦ୍ଧବ ବମ୍ବେ ହାଇକୋର୍ଟଙ୍କ ଦ୍ବରସ୍ଥ ହୋଇଛନ୍ତି।

    ବିଏମସି ଆୟୋଗ ଇକବାଲି ସିଂହ ଚହଲ କହିଛନ୍ତି କି, ବିଏମସି ପ୍ରଶାସନ ଶିବସେନାର ଦୁଇ ଗୋଷ୍ଠୀକୁ ଅକ୍ଟୋବର ୫ ତାରିଖରେ ଦଶହରା ଅବସରରେ ଶିବାଜୀ ପାର୍କରେ ରାଲି ଆୟୋଜନକୁ ମନା କରି ଦେଇଛି। ପତ୍ର ମାଧ୍ୟମରେ ବିଏମସି ଦୁଇ ଗୋଷ୍ଠୀକୁ ଏହା ଜଣାଇ ଦେଇଛି। ଏହାକୁ ନେଇ ଉଦ୍ଧବ ଗୋଷ୍ଠୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି।

    ଉଦ୍ଧବ ଗୋଷ୍ଠୀ ୨୨ ଅଗଷ୍ଟରେ ବିଏମସିକୁ ଚିଠି ଲେଖି ଶିବାଜୀ ପାର୍କରେ ଦଶହରା ରାଲି ଆୟୋଜନ ପାଇଁ ଅନୁମତି ମାଗିଥିଲା। ଏହା ପରେ ଅଗଷ୍ଟ ୩୦ରେ ସିନ୍ଦେ ଗୋଷ୍ଠୀ ମଧ୍ୟ ଅନୁମତି ମାଗିଥିଲେ।

Back to top button