ମନୋରଞ୍ଜନ

ପୁତ୍ର ସନ୍ତାନର ମା’ ହେଲେ ଆଭିନେତ୍ରୀ ଇଲିଆନା ଡି’କ୍ରୁଜ୍

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍ ପୁତ୍ର ସନ୍ତାନର ମାତା ହୋଇଛନ୍ତି । ନିକଟରେ ଇଲିଆନା ଏକ ସୁନ୍ଦର ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସେ ତାଙ୍କ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି । ସେ ତାଙ୍କ ଶିଶୁର ଏକ ଝଲକ ମଧ୍ୟ ସେୟାର କରିଛନ୍ତି । ସେ ତାଙ୍କ ପୁତ୍ରର ନାମ ମଧ୍ୟ ପ୍ରକାଶ କରିଛନ୍ତି ।

ଅଗଷ୍ଟ ୫, ଶନିବାର ରାତିରେ ଇଲିଆନା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ସେ ଶିଶୁଟିର ଫଟୋ ସେୟାର କରି ପ୍ରଶଂସକଙ୍କୁ ତାଙ୍କ ପୁତ୍ରର ଝଲକ ଦେଖାଇଥିଲେ ।

ଇଲିଆନା ତାଙ୍କ ଶିଶୁପୁତ୍ରର ନାମ “କୋଆ ଫିନିକ୍ସ ଡୋଲନ୍” ରଖିଛନ୍ତି । ସେ ଗତ ୧ତାରିଖ ଦିନ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ବଲିଉଡ ତାରକାଙ୍କ ସହ ପ୍ରଶଂସକମାନେ ମଧ୍ୟ ଏହି ସମୟରେ ଇଲିଆନାଙ୍କୁ ଶୁଭକାମନା ଜଣାଉଛନ୍ତି । ତାଙ୍କର ଏହି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Related Articles

Leave a Reply

Your email address will not be published.

Back to top button