ଜାତୀୟ

ମେୱାତ ହିଂସା : ଆହତ ହୋଇଥିବା ବଜରଙ୍ଗ ଦଳର ସଂଯୋଜକ ପ୍ରଦୀପ ଶର୍ମାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଗୁରୁଗ୍ରାମ : ହରିଆଣାର ମେୱାତରେ ହୋଇଥିବା ହିଂସାରେ ଗୁରୁତର ଭାବେ ଆହତ ହୋଇଥିବା ବଜରଙ୍ଗ ଦଳର ସଂଯୋଜକ ପ୍ରଦୀପ ଶର୍ମାଙ୍କ ଆଜି ଦିଲ୍ଲୀର ସଫଦରଜଙ୍ଗ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଗତ ଜୁଲାଇ ୩୧ ତାରିଖ ଦିନ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବୃଜମଣ୍ଡଳକ ଜଳାଭିଷେକ ଯାତ୍ରା ବେଳେ ଭୀଡ ଦ୍ୱାରା ଅପ୍ରତ୍ୟାଶିତ ଭାବେ ଯାତ୍ରାରେ ସାମିଲ ଥିବା ଭକ୍ତ ମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା ।

ଅନ୍ୟ ପକ୍ଷରେ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଗୁରୁଗ୍ରାମ ଟିକଲୀ ରୋଡ ବାଦଶାହପୁର ଠାରେ ହିଂସା ହୋଇଛି । ପୋଲିସ ଏହି ମାମଲାର ଜାଞ୍ଚ କରୁଥିବା ଜଣା ପଡିଛି ।

ନୁହଁର ଡେପୁଟି କମିଶନର ପ୍ରଶାନ୍ତ ପୱାର କହିଛନ୍ତି ଯେ ବୃଜ ମଣ୍ଡଳ ଧାର୍ମିକ ଯାତ୍ରାରେ ହୋଇଥିବା ହିଂସା ମାମଲାରେ ବର୍ତମାନ ସୁଦ୍ଧା ୧୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସରିଛି । ଏହି ମାମଲାରେ ମୋଟ ୬୬ ଟି ଏଫଆଇଆର ପଞ୍ଜିକୃତ ହୋଇଛି ।

Related Articles

Leave a Reply

Your email address will not be published.

Back to top button