କେନ୍ଦ୍ରାପଡା

ମଞ୍ଜୁର ପଇଥିବା ପ୍ରକଳ୍ପ ବାତିଲକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ଅଧିନ ଜମଧର ପଞ୍ଚାୟତ ଜଣ୍ଟିଲୋ ଗ୍ରାମର ଜେନା ସାହିର ଦଳିତ ସାହିର ବାସିନ୍ଦା ମାନେ ମଞ୍ଜୁରୀ ପ୍ରାପ୍ତ ପ୍ରକଳ୍ପ ବାତିଲ ହୋଇ ଯିବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ପୂର୍ବ ଜିଲ୍ଲା ପରିଷଦ ସଭ୍ୟଙ୍କ ଦ୍ୱାରା ଏହି ୨ ସାହିର ରାସ୍ତା ନିର୍ମାଣ ପାଇଁ ୧ ଲକ୍ଷ ଟଙ୍କା ମଞ୍ଜୁର ହେବା ସହ କେନ୍ଦ୍ରାପଡା ବିଡିଓ ଓ ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଥିଲା । ବର୍ତମାନ ଏହି ପ୍ରକଳ୍ପ ଅଜଣା କାରଣରୁ ବାତିଲ କରାଯାଇ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଜେନାପାଟଣା ଗ୍ରାମକୁ ଏହି ଅର୍ଥରାଶି ପ୍ରଦାନ କରାଯାଇଛି । ଏ ସମ୍ବନ୍ଧରେ ଉପଯୁକ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜମଧର ପଞ୍ଚାୟତର ଜେନା ସାହି ଓ ଦଳିତ ବସ୍ତି ରାସ୍ତା ନିର୍ମାଣ ପାଇଁ କିଶୋର କୁମାର ଜେନା, ଜିତେନ୍ଦ୍ର କୁମାର ଜେନା, ବିଜୟ କୁମାର ଜେନା, ହରିଶ ଜେନା ପ୍ରମୁଖ ଦାବି କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button