dhenkanal

  • ଶିକ୍ଷୟିତ୍ରୀଙ୍କ ବିଧାରେ ଛାତ୍ର ଗୁରୁତର

    ଶିକ୍ଷୟିତ୍ରୀଙ୍କ ମାଡରେ ଗୁରୁତର ଆହତ ହେଲେ ଛାତ୍ର | ଛାତ୍ରଙ୍କୁ ବର୍ତ୍ତମାନ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଛାତ୍ରଙ୍କ ମାଙ୍କ ଅଭିଯୋଗ ମୁତାବକ ଆଜି ସକାଳେ ସ୍କୁଲରେ ପ୍ରାର୍ଥନା ଚାଲୁ ରହିଥିବା ବେଳେ ଶିକ୍ଷୟିତ୍ରୀ ଆସି ଛାତ୍ରର ଛାତିକୁ ବିଧା ମାରିଥିଲେ ।
    ଛାତ୍ର ଜଣଙ୍କ ହେଲେ କଙ୍କଡାହାଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ଗଣପତି ମହାନ୍ତ। ଛାତିରେ ଗୁରୁତର ଆଘାତ ଲାଗିଥିବା ସୂଚନା ମିଳିଛି | ତାଙ୍କୁ ପ୍ରଥମେ କଙ୍କଡ଼ାହାଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ଏବେ କାମାକ୍ଷାନଗର ମେଡ଼ିକାଲରେ ଚିକିତ୍ସିତ ଅଛନ୍ତି ।

  • ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

    ଢେଙ୍କାନାଳ: ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଢେଙ୍କାନାଳ ଶ୍ୟାମାଚରଣପୁର ପିଏଚ ସ୍ଥିତ ରେଳ ଧାରଣା ନିକଟରୁ ମିଳିଛି ଜଣେ ଯୁବକଙ୍କ ମୃତ ଦେହ। ମୃତକ ଗଁଦିଆ ଥାନା ଠାକୁରପାଳ ଗାଁର ହୋଇଥିବା କୁହାଯାଉଛି ।

    ଢେଙ୍କାନାଳ ଶ୍ୟାମାଚରଣପୁର ପିଏଚ ସ୍ଥିତ ରେଳ ଧାରଣା ନିକଟରେ ଗତକାଲି ରାତିରେ ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ତେବେ ସେ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ କେହି ହତ୍ୟା କରିଛି ତାହା ଜଣାପଡି ନାହିଁ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତ ଯୁବକଙ୍କ ଘର ଗଁଦିଆ ଥାନା ଠାକୁରପାଳ ଗାଁରେ ହୋଇଥିବା ଜଣାପଡିଛି। ଖବର ପାଇ ରେଳବାଇ ପୋଲିସ ସେଠାରେ ପହଞ୍ଚି ମୃତଦେହ ଜବତ କରିବା ସହ ପଚରାଉଚରା ଚଳାଇଛି। ଆଜି ମୃତଦେହର ପଞ୍ଚନାମା ଓ ବ୍ୟବଦେହ ହେବ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର କାରଣ ଜଣାପଡିବ ବୋଲି ଜିଆରପି କହିଛି।

  • ରାଜମିସ୍ତ୍ରୀରୁ ମୋତି ଚାଷୀ

    ଢେଙ୍କାନାଳ: ଢେଙ୍କାନାଳ ପରଜଙ୍ଗ ବ୍ଲକ ବାଲିପଶି ଗାଁର ବାସୁଦେବ ପରିଡା ୟୁଟ୍ୟୁବରୁ ପ୍ରେରଣା ପାଇ ହୋଇପାରିଛନ୍ତି ଜଣେ ସଫଳ ମୁକ୍ତା ଚାଷୀ। ଏଥିରେ ସେ ବେଶ ଭଲ ଦୁଇ ପଇସା ରୋଜଗାର କରିବାର ଆଶା ରଖିଛନ୍ତି । ଏଭଳି ଚାଷ କରି ବେକାର ଯୁବକ ଯୁବତୀଙ୍କ ପାଇଁ ଉଦାହରଣ ପାଲଟି ଥିବାବେଳେ, ସରକାରୀ ସହାୟତା ମିଳିଲେ ଆହୁରି ଅଧିକ ମୋତି ଚାଷ କରି ଅଧିକ ରୋଜଗାର ସୃଷ୍ଟି କରିପାରିବେ ବୋଲି ଆଶା ରଖିଛନ୍ତି।

    ୟୁଟ୍ୟୁବରୁ ପ୍ରେରଣା ପାଇ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବାଲିପଶି ଗାଁର ବାସୁଦେବ ପରିଡା ଜଣେ ସଫଳ ମୋତି ଚାଷୀ ହୋଇପାରିଛନ୍ତି । ବାସୁଦେବ ପେସାରେ ଜଣେ ରାଜମିସ୍ତ୍ରୀ, କିନ୍ତୁ ୟୁଟ୍ୟୁବରୁ ମୁକ୍ତା ଚାଷ ବିଷୟରେ ପ୍ରେରଣା ପାଇ ସେ ଏବେ ହୋଇଛନ୍ତି ଜିଲ୍ଲାର ପ୍ରଥମ ମୁକ୍ତା ଚାଷୀ । ନିଜ ଜାଗାରେ ଗୋଟିଏ ପୋଖରୀ ଖୋଳି ସେଥିରେ ମୁକ୍ତା ଚାଷ କରୁଛନ୍ତି। ପ୍ରତ୍ୟେକ ଦୁଇ ତିନି ଦିନରେ ସେ ସାମୁକା ଗୁଡିକ ନିୟମିତ ଭାବେ ଯାଞ୍ଚ କରନ୍ତି। ଏବଂ ମୃତ ସାମୁକା ଗୁଡିକ ବାହାର କରିଦିଅନ୍ତି। ନିଜେ ସାମୁକା ଗୁଡିକର ଯତ୍ନ ନିଅନ୍ତି। ନିୟମିତ ପୋଖରୀ ପାଣିକୁ ବିଷୋଧନ ମଧ୍ୟ କରିଥାନ୍ତି। ଏହି ଚାଷ ନିମନ୍ତେ ମୋଟ ୧୬ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା କହିଛନ୍ତି ବାସୁଦେବ ।

    ମୁକ୍ତା ଚାଷ ବିଷୟରେ ବାଲେଶ୍ୱରରୁ ଟ୍ରେନିଂ ନେଇ ନିଜ ଜମିରେ ବାସୁଦେବ ପୋଖରୀ ଖୋଳି ମୁକ୍ତା ଚାଷ ଆରମ୍ଭ କରିଛନ୍ତି । ତେବେ ୧୨ ରୁ ୧୫ ମାସ ମଧ୍ୟରେ ମୁକ୍ତା ବାହାରିଲା ପରେ  ଏହାକୁ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା ରଖିଛନ୍ତି ବାସୁଦେବ । ତେବେ ଜିଲ୍ଲାରେ ପ୍ରଥମ କରି ମୁକ୍ତା ଚାଷ ହୋଇଥିବା ଜାଣି ଆଖପାଖରୁ ବହୁ ଲୋକ ଏହାକୁ ଦେଖିବାକୁ ଆସୁଛନ୍ତି । ସେପଟେ ବାସୁଦେବଙ୍କ ଏ ମୁକ୍ତା ଚାଷ ତାଙ୍କୁ ସ୍ୱାବଲମ୍ବୀ କରିବା ସହ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ । ଯଦି ସରକାର ମୁକ୍ତା ଚାଷ ପାଇଁ ସହାୟତା ଯୋଗାଇ ଦିଅନ୍ତେ ତେବେ ଗ୍ରାମାଞ୍ଚଳରେ ଥିବା ବେକାର ଯୁବକଯୁବତୀ ମୁକ୍ତା ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରନ୍ତେ ।

    ସୈାମେନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ

Back to top button