ଓଡ଼ିଶା

ଘନଉଛି ନାଗ ବିବାଦ

ଭୁବନେଶ୍ବର: ଦିନକୁ ଦିନ ଜଟିଳ ହେଉଛି ବ୍ଲାକମେଲର୍ ଅର୍ଚ୍ଚନା ନାଗ ପ୍ରସଙ୍ଗ। ଆଉ ଇଡ଼ି ଚଲାଇଛି ମାରାଥନ ଜେରା । ଅର୍ଚ୍ଚନା ସହ ତାର ସହଯୋଗୀଙ୍କୁ ଚାଲିଛି ପଚରାଉଚରା । ଆଉ ଏହାରି ଭିତରେ ତେଜୁଛି ରାଜନୀତି।  ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିବା ବେଳେ ବିଜେଡ଼ି ଏ ପ୍ରସଙ୍ଗରେ ପ୍ରଥମରୁ ଜବାବ ରଖିଥିଲେ ମଧ୍ୟ ଏବେ ଚୁପ ରହିଛି। 

ବେଆଇନ ଅର୍ଥ କାରବାର ମାମଲାରେ ଅର୍ଚ୍ଚନା ନାଗ ଓ ତାର ସହଯୋଗୀଙ୍କୁ ଘନ ଘନ ଜେରା କରୁଛି ଇଡ଼ି । ଆଉ ଏହି ବେଆଇନ ଅର୍ଥ କାରବାରରେ ଅନେକ ନେତା ମନ୍ତ୍ରୀଙ୍କ ସପୃକ୍ତି ଥିବା ଅଭିଯୋଗ ହେଉଛି । ଏହାରି ଭିତରେ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଛି । ଅର୍ଚ୍ଚନା ସହ ବିଜେଡି ଓ ବିଜେପିର ଅନେକ ନେତାଙ୍କ ଲିଙ୍କ ଥିବା ଅଭିଯୋଗକୁ ଦୋହରାଇଛି କଂଗ୍ରେସ । ଏମିତି କି ପଦ୍ମପୁର ଉପନିର୍ବାଚନକୁ ଆଖିଆଗରେ ରଖି ଇଡ଼ି ଜେରା କରୁଥିବା ଦଳ କହୁଛି। କାହିଁକି ସଂପୃକ୍ତ ଥିବା ନେତା ମନ୍ତ୍ରୀଙ୍କ ନାଁ ଏ ଯାଏଁ ସାମ୍ନାକୁ ଅଣାଯାଉ ନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଛି । ଏପଟେ ବିଜେପି କହିଛି ଅର୍ଚ୍ଚନାଙ୍କର ମୟୁରଭଞ୍ଜ ଲିଙ୍କ୍‌ ରହିଛି । ପାଖାପାଖି ୩୦ ରୁ ୩୫ ମନ୍ତ୍ରୀଙ୍କ ନାଁ ଏବେ ସାମ୍ନାକୁ ଆସିବ । ତେଣୁ ଭୟରେ ବିଜେଡ଼ି ଥିବା  କହିଛି ବିଜେପି ।

ସେପଟେ ଶାସକ ଦଳକୁ ଲଗାତାର ବିରୋଧି ଘେରୁଛନ୍ତି । ହେଲେ ଅର୍ଚନା ନାଗ ପ୍ରସଙ୍ଗରେ ବିଜେଡି ପାଟି ଖୋଲିବାକୁ ଏବେ ନାରାଜ ।

ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟର ଖୋଳତାଡ଼ ଭିତରେ ଆଇଏଏସ ଲିଂକର ନୂଆ ଫର୍ଦ୍ଦ ରୋଚକ ମୋଡ଼ ନେବାରେ ଲାଗିଛି। ଇଡିର ତନାଘନା ଏହି ମାମଲାକୁ ଯେତିକି ରୋଚକ କରିଛି, ଏହାର ତଦନ୍ତର ନିଷ୍କର୍ସକୁ ନେଇ ସେତିକି ଉତ୍ସୁକତା ବି ସବୁଠି ଲାଗିରହିଛି।

ନବ କିଶୋର ସାହୁଙ୍କ  ରିପୋର୍ଟ

Leave a Reply

Your email address will not be published.

Back to top button