died

  • ଚିକିତ୍ସା ଅବହେଳାରୁ ମା ଓ ଶିଶୁ ମୃତ

    କେଉଁଝର: ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ସହ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେଉଁଝର ଜିଲ୍ଲା ସାହରପଡା ବ୍ଲକ ଅନ୍ତର୍ଗତ ଉଦୟପୁର ଗ୍ରାମରେ । ଏନେଇ ଚିକିତ୍ସାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

    ସୂଚନା ଅନୁଯାୟୀ ଶୁକ୍ରବାର ରାତି ରାଜକିଶୋର ପାତ୍ରଙ୍କ ସ୍ତ୍ରୀ ରିଙ୍କି ପାତ୍ରଙ୍କର ପ୍ରସବ ଯନ୍ତ୍ରଣା ହେଇଥିଲା । ପରିବାର ଲୋକେ ତାଙ୍କୁ ଉଦୟପୁର ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ଚିକିତ୍ସା କରିବାରେ ଅବହେଳା କରିଥିଲେ ଫଳରେ ତାଙ୍କର ସ୍ଥିତି ସଙ୍ଗୀନ ହୋଇପଡିଥିଲା । ସ୍ଥିତି ଗୁରୁତର ହେବାରୁ ସକାଳୁ ସକାଳୁ ଡାକ୍ତର ତାଙ୍କୁ କେଉଁଝର ମୁଖ୍ୟ ଚିକିତ୍ସାଳୟକୁ ଫଠାଇ ଦେଇଥିଲେ ।

    ମୁଖ୍ୟ ଚିକିତ୍ସାଳୟରେ ସମାନ ଅବହେଳା କରିବାରୁ ଗର୍ଭବତୀ ଜଣକ ଅଧିକ ଗୁରୁତର ହୋଇ ମୃତ୍ୟୁ ବରଣ କରିଥିଲେ ବୋଲି ନିକଟସ୍ଥ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅନ୍ୟପଟେ ମୃତକଙ୍କ ଶବ ମଧ୍ୟ ନମିଳିବା ମଧ୍ୟ ଅଭିଯୋଗ ହୋଇଛି । କିନ୍ତୁ କେଉଁଝର ମୁଖ୍ୟ ଚିକିତ୍ସାଳୟ ଡାକ୍ତର ଏହାକୁ ଅସ୍ୱୀକାର କରିଛନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ ରାତିରେ ଉଦୟପୁର ସ୍ୱାସ୍ଥ୍ୟ କେନ୍ଦ୍ର 1 ଘଣ୍ଟା ଚେଷ୍ଟା କଲା ପରେ ପ୍ରସବ ନହେବାରୁ ତାଙ୍କୁ ମୁଖ୍ୟ ଚିକିତ୍ସାଳୟ ପଠାଇ ଦେଇଥିଲେ । ମାତ୍ର ମୁଖ୍ୟ ଚିକିତ୍ସାଳୟକୁ ଆସିବାର ଏକ ଘଣ୍ଟା ପୂର୍ବରୁ ଗର୍ଭବତୀଙ୍କ ମୃତ୍ୟୁ ହୋଇସାରିଥିଲା । ଏବେ ଶବ ବ୍ୟବଚ୍ଛେଦ ପାଇଁ ମୃତ ଦେହକୁ ହସ୍ପିଟାଲରେ ରଖାଯାଇଥିବ ସୂଚନା ଦେଇଛନ୍ତି ।

  • ପାଚେରୀ ଓଲଟି ଜଣେ ମୃତ, ୨ ଗୁରୁତର

    ବାଲେଶ୍ୱର: ଲଗାଣ ଲଘୁ ଚାପ ବର୍ଷା ଓ ପବନ ଯୋଗୁଁ ସ୍କୁଲ ପାଚେରୀ ଓଲଟି ଜଣେ ନାବାଳିକା ମୃତ ଜଣେ ନାବାଳକ ଓ ଜଣେ ନାବାଳିକା ଗୁରୁତ୍ଵର। ଗୁରୁତର ୨ ଜଣ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ଜଳେଶ୍ୱର ମଧୁପୁରା ସରକାରୀ ଉ.ପ୍ରା ବିଦ୍ୟାଳୟ ପରିସରରେ ଥିବା ଏକ ବିଶାଳ ଶାଗୁଆନ ଗଛଟି ପ୍ରବଳ ପବନରେ ଉପାଡି ପଡ଼ି  ସ୍କୁଲ ପାଚେରୀ  ଉପରେ ପଡିଥିଲା। ଫଳରେ ସ୍କୁଲ ପାଚେରୀକୁ ଲାଗିଥିବା ଆନଶ୍ୱର ଅଲ୍ଲୀଙ୍କ କଚା ଘର ଉପରେ ସ୍କୁଲ ପାଚେରୀ ଏବଂ ଶାଗୁଆନ ଗଛଟି ଚାପି ହୋଇ ଯାଇଥିଲା। ଉକ୍ତ ଘରେ ଶୋଇ ଥିବା ଦୁଇ ନାବାଳିକା ଏକ ନାବାଳକ ପାଚେରୀ ତଳେ ଚାପି ହୋଇ ଯାଇଥିଲେ। ବାପା ଓ ମାଆ ପାଚେରୀ  ପଡ଼ିବାର ଶବ୍ଦ ଶୁଣି ସେମାନଙ୍କୁ ପାଚେରୀ ତଳୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବାଲିଆପାଳ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରୁ ତାଙ୍କୁ ଡାକ୍ତର କଟକ ସ୍ଥାନାନ୍ତର କରିଛନ୍ତି। ବାଟରେ ଜଣଙ୍କର ମତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ  ଆହତ ହୋଇ ଡାକ୍ତର ଖାନରେ ଚିକିତ୍ସିତ ହେଉଛନ୍ତି ।

Back to top button