ଜାତୀୟଧର୍ମ

କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟଲ ଧର୍ମପତ୍ନୀଙ୍କ ସହିତ ଭଗବାନ ମହାକାଳ ଦର୍ଶନ କଲେ

ଉଜ୍ଜୟିନି : କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋୟଲ ରବିବାର ଦିନ ପତ୍ନୀଙ୍କ ସହିତ ଉଜ୍ଜୟିନିରେ ପହଂଚିଛନ୍ତି । ସେଠାରେ ସେ ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ଭଗବାନ ମହାକାଳ ମନ୍ଦିରରେ ପହଂଚି ଦର୍ଶନ କରିଛନ୍ତି । ସେ ସୋଲା ପିନ୍ଧି ଗର୍ଭଗୃହରେ ଭଗବାନଙ୍କ ପୂଜାର୍ଚ୍ଚନା ଏବଂ ଅଭିଷେକ କରିଥିଲେ । ତା ବ୍ୟତୀତ ସେ ନନ୍ଦୀ ହଲରେ ବସି ଭଗବାନଙ୍କ ଆରାଧନା କରିଥିଲେ । ସେ ଓମ୍ ନମଃ ଶିବାୟ ମନ୍ତ୍ର ଜପ କରି ମାଳା ଜପି ଏବଂ ଏହା ପରେ ନନ୍ଦିର କାନରେ ତାଙ୍କ ମନକାମନା କହିଥିଲେ ।

ବାସ୍ତବରେ କେନ୍ଦ୍ରମନ୍ତ୍ରୀ ଗୋୟଲ ରବିବାର ସକାଳେ ଦିଲ୍ଲୀରୁ ବିମାନ ଦ୍ୱାରା ଇନ୍ଦୋର ଏୟାରପୋର୍ଟ ଆସିଥିଲେ ଏବଂ ସେଠାରୁ ସିଦ୍ଧା ଉଜ୍ଜୟିନିରେ ପହଂଚି ଭଗବାନ ମହାକାଳଙ୍କ ଦର୍ଶନ କରିଥିଲେ । ତାଙ୍କ ପତ୍ନୀ ସୀମା ଗୋୟଲ ମଧ୍ୟ ତାଙ୍କ ସାଥିରେ ଥିଲେ । ସେଠାରେ ପଂଚାମୃତ ପୂଜନ ଅଭିଷେକ ପରେ ସେ ନନ୍ଦୀ ହଲରେ ବସି ଭଗବାନଙ୍କୁ ଧ୍ୟାନ କରିଥିଲେ ଏବଂ ଆରତୀରେ ସାମିଲ ହୋଇଥିଲେ । ତାଙ୍କ ସହିତ କଲେକ୍ଟର କୁମାର ପୁରୁଷୋତମ, ମନ୍ଦିର ପ୍ରଶାସକ ସନ୍ଦୀପ ସୋନୀ, ସହାୟକ ପ୍ରଶାସକ ମୂଲଚନ୍ଦ ଜୁନୱାଲ ଉପସ୍ଥିତ ଥିଲେ । ତାଙ୍କୁ ଭଗବାନ ମହାକାଳଙ୍କ ପ୍ରସାଦ ଏବଂ ଫଟୋଦେଇ ସମ୍ମାନିତ ମଧ୍ୟ କରାଯାଇଥିଲା ।

ମହାକାଳ ମନ୍ଦିରର ପୂଜାରୀ ପଣ୍ଡିତ ଆଶିଷ ଗୁରୁ କହିଥିଲେ ଯେ, କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟଲ ଧର୍ମପତ୍ନୀ ସୀମା ଗୋୟଲ ଙ୍କ ସହିତ ବାବା ମହାକାଳଙକ ଦର୍ଶନ କରିବା ପାଇଁ ଉଜ୍ଜୟିନୀ ଆସିଥିଲେ । ସେ ଗର୍ଭଗୃହରେ ବାବା ମହାକାଳଙ୍କ ପୂଜାର୍ଚ୍ଚନା କରିଥିଲେ, ତା ପରେ ମନ୍ଦିରରେ ଥିବା ଅନ୍ୟ ଦେବସ୍ଥଳୀରେ ମଧ୍ୟ ପହଂଚିଥିଲେ ।

ତାଙ୍କ ସହିତ ସାଂସଦ ଅନିଲ ଫିରୋଜିୟା, ବିଧାୟକ ପାରସ ଜୈନ ଏବଂ ପ୍ରଶାସନିକ ଅମଲା ମୌଜୁଦ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button