dm

  • ଡିଏମଙ୍କୁ ପସନ୍ଦ ଆସିଲାନି ପ୍ରଧାନଶିକ୍ଷକଙ୍କ ପୋଷାକ

    ଡିଷ୍ଟ୍ରିଟ ମାଜିଷ୍ଟେଟ୍ ଙ୍କୁ ପସନ୍ଦ ଆସିଲାନି ପ୍ରଧାନଶିକ୍ଷକଙ୍କ ପୋଷାକ । କୁର୍ତ୍ତା ପାଇଜାମାରେ ଉତ୍ତକ୍ଷିପ୍ତ ହୋଇଗଲେ ଡିଏମ୍ । ତାଙ୍କୁ ହେଡମାଷ୍ଟରଙ୍କ ପୋଷାକ ଏତେ ଖରାପ ଲାଗିଲା ଯେ ସେ ସ୍ଥାନ କାଳ ପାତ୍ର ଭୁଲିଗଲେ । ସ୍କୁଲର ଛାତ୍ର ଓ ଗଣମାଧ୍ୟ୍ୟମ ସମ୍ମୁଖରେ ଶିକ୍ଷକ ଙ୍କ ପ୍ରତି କଡା ଭାଷା ପ୍ରୟୋଗ କଲେ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭଡିଓ ସମ୍ପର୍କରେ ଅବଗତ ହେବା ପରେ ବହୁ ଆଇପିଏସ , ଆଇଏସ ନିଜର ମତ ଦେଇଛନ୍ତି l ଆଇଆରଟିଏସ ସଞ୍ଜୟ କୁମାର ମାମଲା ସମ୍ପର୍କରେ ଟ୍ବଟ୍ କରି ଡିଏମ୍ ଙ୍କ ବ୍ୟବହାରକୁ ନିନ୍ଦା କରିଛନ୍ତି ।

    ଭିଡିଓ କୁ ସେୟାର କରିବା ସହ ଲେଖିଛନ୍ତି ଯେ ଜମେ ଟିମ୍ ଲିଡରଙ୍କୁ ସର୍ବସାଧାରଣରେ ନିଜ୍ ଟିମ୍ ସଦସ୍ୟ ନିଚ୍ଚା ଦେଖାଇବା ଉଚିତ୍ ନୁହେଁ । ଏଭଳି ବ୍ୟବହାର ନିନ୍ଦନୀୟ ନିଜକୁ କଠୋର ଓ ବୁଦ୍ଧିମାନ ଦେଖଇବା ପାଇଁ । ସେହିଭଳି ୧୯୮୫ ମସିହା ଆଇଏଏସ ଅଫିସର ସଞ୍ଜୀବ ଗୁପ୍ରା କହିଛନ୍ତି କୋଲୋନିୟଲ ମାନସିକତା ସହତ ଏଭଳି ଅସଭ୍ୟ ବ୍ୟବହାର କରିବା ଏକ ସିଭିଲ ସର୍ଭେଣ୍ଟ ଙ୍କ ପାଇଁ ନିନ୍ଦନୀୟ । ଭାରତୀୟ ପରିଧାନ ନେଇ ଶିକ୍ଷକୁ ସମାଲୋଚନା ଆଦୌ ଗ୍ରହଣୀୟ ନୁହେଁ । ଆଇଆଇଟି କାନପୁର ରେ କିଛି ଶିକ୍ଷକ ଏବଂ ଆମେ ମଧ୍ୟ କୁର୍ତ୍ତା ପାଇଜାମା ପରିଧାନ କରୁଥିଲୁ । ମୁଁ ଏହି ଘଟଣା ସମ୍ପର୍କରେ ଅବଗତ କରିଛି । ସେହିଭଳି ଆଇପିଏସ ଅରୁଣ ବୋଥ୍ରା ମଧ୍ୟ୍ୟ ଘଟଣାକୁ ପ୍ରଶ୍ନ କରିଛନ୍ତି ।

    ଜଣେ ଟୁଇଟର ବ୍ୟବହାରକାରୀ ଦ୍ବାରା ଘଟଣାନେଇ ପଚାରାୟାଇଥିବା ପ୍ରଶ୍ନର ସହତ ସେ ଆଉ ୨ ଟି ପ୍ରଶ୍ନ ଯୋଡିଛନ୍ତି । ସେ ଲେଖିଛନ୍ତି ଜଣେ ଛାତ୍ର ଭାବରେ ନିଜ ଶିକ୍ଷକଙ୍କୁ ଅପମାନିତ ହେଉଥିବା ଦେଖିବା କିଭଳି ଅନୁଭବ କରିବେ । ବରିଷ୍ଠ ସରକାରୀ ଅଧିକାରୀ ଜଣଙ୍କ ଟିଭି କଭରେଜ ନେଇ ଗଣମାଧ୍ୟ୍ୟମ ପ୍ରତିନିଧିକୁ ନେଇ ଯିବା କିଭଳି ଟ୍ରେଣ୍ଡ । ବିହାର ଶିକ୍ଷା ବିଭାହର ଅତିରିକ୍ତ ମୁଖ୍ୟ ସଚିବ ଦୀପକ କୁମାର ସିଂ ଟୁଇଟ କରି ସୁଚିତ କରିଛନ୍ତି କାମ ବଦଳରେ ଶିକ୍ଷକଙ୍କୁ ଦରମା ମିଲିବା ଉଚିତ୍ ହାଇକୋର୍ଟ ଆଦେଶର ଏକ କପି ଟୁଇଟର ରେ ସେୟାର କରିବା ସହ କାମ ବଦଳରେ ଶିକ୍ଷକଙ୍କୁ ଦରମା ଦେବାକୁ ନିର୍ଦ୍ଦେଶ ଥିବା ଦର୍ଶାଇବା ସଦ ଦରମା ବନ୍ଦ ନକରିବା କୁ କହିଛନ୍ତି ।

    • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
Back to top button