DRESS

  • ଉତ୍ତେଜକ ପୋଷାକ ପିନ୍ଧିଲେ ହେବନି ଯୌନ ଉତ୍ପୀଡନର କେସ୍ : କୋର୍ଟ

    କେରଳର କୋଝିକୋଡ ଜିଲ୍ଲା ଅଦାଲତଙ୍କ ଏକ ଯୌନ ଉତ୍ପୀଡନ ମାମଲାରେ ଦେଇଥିବା ଟିପ୍ପଣୀକୁ ନେଇ ଆରମ୍ଭ ହୋଇଛି ବିବାଦ । ଅଭିଯୁକ୍ତକୁ କୋର୍ଟ ଆଗୁଆ ଜାମିନ ପ୍ରଦାନ କରିଥିବାରୁ ସାଧାରଣରେ ପ୍ରକାଶ ପାଇଛି ଅସନ୍ତୋଷ । ଅଦାଲତ କହିଛନ୍ତି, ‘ଯଦି ମହିଳା କିମ୍ବା ଯୁବତୀ ଉତ୍ତେଜକ ପୋଷାକ ପିନ୍ଧନ୍ତି ତେବେ ଅଭିଯୁକ୍ତ ବିରୁଦ୍ଧରେ ଆଇପିସିର ଧାରା ୩୫୪ ଆଧାରରେ ଯୌନ ଉତ୍ପୀଡନ ମାମଲା ହୋଇପାରିବ ନାହିଁ’।

    ତେବେ କୋର୍ଟଙ୍କ ଏହି ରାୟକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ । ଜଷ୍ଟିସ୍‌ ଏସ. କୃଷ୍ଣକୁମାର, ଲେଖକ ସିବିକ୍‌ ଚନ୍ଦ୍ରନଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରିବା ସହିତ ଏଭଳି ଟିପ୍ପଣୀ ଦେଇଛନ୍ତି । ଚନ୍ଦ୍ରନ ବିରୁଦ୍ଧରେ ଦୁଇ ବର୍ଷ ପୂର୍ବରୁ ଜଣେ ଲେଖିକା ଦୁର୍ବ୍ୟବହାର କରିଥିବାର ଅଭିଯୋଗ କରିଥିଲେ ।

    ଅଦାଲତଙ୍କ ରାୟକୁ ନେଇ ମହିଳା ସାମାଜିକ କର୍ମୀ ଏବଂ ପୂର୍ବତନ ବିଚାରପତି ଆପତ୍ତି ଉଠାଇଛନ୍ତି । କେବଳ ସେତିକି ନୁହେଁ ଏହି ମାମଲାରେ ଏବେ ହାଇକୋର୍ଟ ହସ୍ତକ୍ଷେପ କରିବା ଉଚିତ ବୋଲି ଜଣେ ପୂର୍ବତନ ବିଚାରପତି କହିଛନ୍ତି । ଅନ୍ୟପଟେ ପୀଡିତା କହିଛନ୍ତି, ବିଚାରପତିଙ୍କ ରାୟକୁ ନେଇ ସେ ଖୁବଶୀଘ୍ର ହାଇକୋର୍ଟ ଯିବେ ।

    ମାମଲାର ଶୁଣାଣି ବେଳେ ବିଚାରପତି କହିଥିଲେ, ଅଭିଯୁକ୍ତ ନିଜ ପକ୍ଷ ରଖିବା ସହିତ ପ୍ରମାଣ ଆକାରରେ ଯେଉଁ ଫଟୋ କୋର୍ଟଙ୍କ ନିକଟରେ ଉପସ୍ଥାପନ କରିଥିଲେ ସେଥିରେ ସ୍ପଷ୍ଟ ଜଣାପଡୁଥିଲା ଯେ, ଅଭିଯୋଗକାରୀ ଏଭଳି ଡ୍ରେସ ପିନ୍ଧିଥିଲେ ଯାହାକି ଉସକାଇବା ଭଳି ଥିଲା । ଏ କ୍ଷେତ୍ରରେ ଆଇପିସିର ଧାରା ୩୫୪କେ ଅନୁଯାୟୀ ଅଭିଯୁକ୍ତ ବିରୁଦ୍ଧରେ ମାମଲା ହୋଇପାରିବ ନାହିଁ’। ଅନ୍ୟପଟେ ସୋସିଆଲ ମିଡିଆର କିଛି ଫଟୋକୁ ନେଇ ଅଦାଲତଙ୍କ ନିକଟରେ ଉପସ୍ଥାପନା କରାଯାଇଥିବା ପୀଡିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

    ଅଦାଲତ ଏହା ମଧ୍ୟ କହିଛନ୍ତି, ‘ଘଟଣାର ୨ ବର୍ଷ ପରେ କାହିଁକି ମାମଲା ରୁଜୁ କଲେ ପୀଡିତା । କାହିଁକି ତୁରନ୍ତ ଥାନାରେ ଅଭିଯୋଗ କରିନଥିଲେ । ମାମଲା ୨୦୨୦ ଫେବୃଆରୀରେ ଘଟିଥିଲେ ସୁଦ୍ଧା ୨ ବର୍ଷ ପରେ ପୀଡିତା ଏଫଆଇଆର୍‌ ଦେଇଛନ୍ତି । ପୀଡିତା ମହିଳାଙ୍କ କହିବା କଥା ଯେ, ଲେଖକଙ୍କ ଏକ ସମ୍ମୀଳନୀ ଚାଲିଥିବା ବେଳେ ଏଭଳି ଘଟଣା ଘଟିଥିଲା । ଅଭିଯୋଗରେ ମହିଳା କହିଥିଲେ ଯେ, ଅଭିଯୁକ୍ତ ଚନ୍ଦ୍ରନ ବାରମ୍ବାର ତାଙ୍କୁ ଫୋନ କରୁଥିଲେ ଏବଂ ହଇରାଣ କରୁଥିଲେ । ଏଭଳି ହରକତ୍ ଅସହ୍ୟ ହେବାରୁ ବାଧ୍ୟ ହୋଇ ସେ ମାମଲା ରୁଜୁ କରିଥିଲେ ।

    ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅଭିଯୁକ୍ତ ସିବିକ୍‌ ଚନ୍ଦ୍ରନଙ୍କ ବୟସ ହେଉଛି ୭୪ ବର୍ଷ । ତେଣୁ ପରିଣତ ବୟସରେ ଜଣେ କିଭଳି ଭାବେ ଯୌନ ଉତ୍ପୀଡନ କରିବେ ଏବଂ ଦୁର୍ବ୍ୟବହାର କରିବେ ବୋଲି କୋର୍ଟ ପ୍ରଶ୍ନ କହିଛନ୍ତି l ଏହି ରାୟ ପରେ ଏବେ ବିବାଦ ଦେଖିବାକୁ ମିଳିଛି l

  • ଅଖା ପିନ୍ଧିଲେ ଉର୍ଫି…ସେୟାର କଲେ ଭିଡିଓ

    ଇନଷ୍ଟାଗ୍ରାମ ଷ୍ଟାର ଉର୍ଫି ଜାଭେଦ୍ ପୁଣି ଥରେ ଫେଶନ ର ସମସ୍ତ ସୀମା ଅତିକ୍ରମ କରିଛନ୍ତି । ଗ୍ରୀଷ୍ମ ଋତୁରେ ଉର୍ଫି ଗରମରୁ ରକ୍ଷା ପାଇବା ପାଇଁ ଏକ ନୂତନ ଉପାୟ ଆପଣାଇଛନ୍ତି।ଏଥର ଉର୍ଫି ଅଖାକୁ ପୋଷାକ ରୂପେ ପ୍ରସ୍ତୁତ କରିଛନ୍ତି । ଅଭିନେତ୍ରୀଙ୍କ ଏହି ଲୁକ କିଛି ମିନିଟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଉର୍ଫିଙ୍କ ଏହି ଲୁକ୍ ବିଷୟରେ କହିବାକୁ ଗଲେ ସେ ଅଖା କାଟି ଏକ ସ୍ଲିଟ୍ ମିନି ସ୍କର୍ଟ ଏବଂ ଟପ୍ ତିଆରି କରିଛନ୍ତି । ଏହି ପୋଷକ ସହିତ ହାଇ ହିଲ୍ ଏବଂ ନ୍ୟୁଡ୍‌ ମେକ ଓଭର କରିଛନ୍ତି । ଏହି ଭିଡିଓ ବର୍ତ୍ତମାନ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି।

    ମନୋରଞ୍ଜନ ଶିଳ୍ପରେ ଉର୍ଫି ନିଜର ସ୍ଥାନ ସୃଷ୍ଟି କରୁଛନ୍ତି। ସେ ପ୍ରାୟତଃ ସବୁବେଳେ କିଛି ନା କିଛି ଏଭଳି ଭିଡିଓ ଏବଂ ଫଟୋ ଫ୍ୟାନ୍ସମାନଙ୍କ ପାଇଁ ସେୟାର କରନ୍ତି ଯାହା ଖୁବ୍‌ ଭାଇରାଲ ମଧ୍ୟ ହୋଇଥାଏ। ବର୍ତ୍ତମାନ ତାଙ୍କର ମଧ୍ୟ ଏବେ ଅତରଙ୍ଗୀ ଅନ୍ଦାଜ୍‌ର ଫଟୋ ଭାଇରାଲ୍‌ ହୋଇଛି।

Back to top button