economic survey

  • ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୮୨ ପ୍ରତିଶତ: ସର୍ଭେ

    () ରାଜ୍ୟ ସରକାର ପ୍ରକାଶ କଲେ ୨୦୨୩-୨୩ ଆର୍ଥିକ ବର୍ଷର  ଅର୍ଥନୈତିକ ସର୍ଭେ ରିପୋର୍ଟ । ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ସ୍ଥିର ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ବର୍ତ୍ତମାନ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୮୨ ପ୍ରତିଶତ ରହିଥିବା ବେଳେ ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୦ ପ୍ରତିଶତ ରହିଥିବା ଉଲ୍ଲେଖ । ରାଜ୍ୟର ଅଭିବୃଦ୍ଧି ହାର ୨୦୨୧-୨୨ ଆର୍ଥିକ ବର୍ଷରେ ୧୧.୫ ପ୍ରତିଶତ ।  ସେହିପରି ରାଜ୍ୟର ମୁଣ୍ଡ ପିଛା ଆୟ ୧ ଲକ୍ଷ ୫୦ ହଜାର ୬୭୬ ଟଙ୍କା ଥିବା ବେଳେ ଦେଶରେ ମୁଣ୍ଡ ପିଛା ଆୟ ୧ ଲକ୍ଷ ୭୦ ହଜାର ୬୨୦ ରହିଛି ।

    ୨୦୧୫-୧୬ ରେ ୬୪ ହଜାର ୮୩୫ ଥିଲା ରାଜ୍ୟର ମୁଣ୍ଡ ପିଛା ଆୟ । ଦେଶ ଓ ରାଜ୍ୟର ମୁଣ୍ଡ ପିଛା ଆୟର ତାରତମ୍ୟରେ ୨୦୧୫-୧୬ ରେ ୩୨ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ଏହା ୧୨ ପ୍ରତିଶତ କୁ ଖସିଛି । ବର୍ତ୍ତମାନ ରାଜ୍ୟର ମୁଦ୍ରାସ୍ପିତି ୬.୫୬ ପ୍ରତିଶତ ଥିବା ବେଳେ ଗ୍ରାମାଞ୍ଚଳରେ ୬.୯୫ ପ୍ରତିଶତ ଓ ସହରାଞ୍ଚଳରେ ୫.୫୨ ପ୍ରତିଶତ ରହିଛି । ସେହିପରି ରାଜ୍ୟର ବିତ୍ତୀୟ ନିଅଣ୍ଟ ୨.୮ ପ୍ରତିଶତ ରହିଛି ଯାହାକି ୨୦୨୧-୨୨ ରେ ୦.୪ ପ୍ରତିଶତ ଥିଲା । ବର୍ତ୍ତମାନ ରାଜ୍ୟର ରାଜସ୍ବ ନିଅଣ୍ଟ ରହିଛି ୨.୩୮ ପ୍ରତିଶତ। ୨୦୨୧-୨୨ ରେ ରାଜସ୍ବ ନିଅଣ୍ଟ ଥିଲା ୩.୧୮ ପ୍ରତିଶତ ।

    ସେହିପରି ରାଜ୍ୟର କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ୨୦୨୨-୨୩ ରେ ୬.୦ ପ୍ରତିଶତ ରହିଛି ଯାହାକି ୨୦୨୧-୨୨ ରେ ୨.୦୪ ପ୍ରତିଶତ। ରାଜ୍ୟର ଅଭିବୃଦ୍ଧି ରେ ଶିଳ୍ପ ଓ ସେବା କ୍ଷେତ୍ର ଇଞ୍ଜିନି ସାଜିଛି ବୋଲି ରିପୋର୍ଟରେ ଉଲ୍ଲେଖ । ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ମହିଳା ଶସକ୍ତି କରଣ, ସହରାଞ୍ଚଳ ବିକାଶ, ପାନୀୟ ଜଳ, ଶିଶୁ ସୁରକ୍ଷା କ୍ଷେତ୍ରରେ ଆଖିଦୃଶିଆ ପରିବର୍ତ୍ତନ ଆସିଥିବା ରିପୋର୍ଟ ରେ ଦର୍ଶାଇଛନ୍ତି ସରକାର । ୨୦୨୩, ୨୪ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୮ରୁ୮.୫ପ୍ରତିଶତ ରହିବ। ସେହିପରି ରାଜ୍ୟର ବେକାରୀ ହାର ୨୦୨୦, ୨୧ରେ ୫.୩ପ୍ରତିଶତ ରହିଛି। ତେବେ ଆସନ୍ତାକାଲି ଚଳିତବର୍ଷର ଶେଷ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ ହେବ।

Back to top button