ed

  • ସେ ଆମ ଦଳର କର୍ମୀ, ସେ ମୋ କାର ରେ ଯିବେ…ଦେଖନ୍ତୁ ପ୍ରିୟଙ୍କା ଗାନ୍ଧୀ ଙ୍କ ଏହି ଭିଡ଼ିଓ

    ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା । ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। RPF , GRP ହାଇଆଲର୍ଟରେ ରହି ହିଂସା ସୃଷ୍ଟିକାରୀଙ୍କ ଉପରେ ନଜର ରଖିଛନ୍ତି l ସେପଟେ କ୍ରମାଗତ ଚତୁର୍ଥ ଦିନ ପାଇଁ କଂଗ୍ରେସ କର୍ମୀମାନେ ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲଙ୍କ ବିରୋଧରେ ଇଡି ଯାଞ୍ଚକୁ ବିରୋଧ କରି ଦେଶ ର ବିଭିର୍ଣ୍ଣ ସ୍ଥାନ ରେ ବିରୋଧ ପ୍ରଦର୍ଶନ କରୁଛନ୍ତି l ଏହି ସମୟ ରେ ଆଜି ଦେଖିବାକୁ ମିଳିଛି ଏକ ନିଆରା ଚିତ୍ର l ସାଧାରଣରେ ବଡ ବଡ ନେତା ଏସି ଗାଡି ରେ ପ୍ରତିବାଦ ସ୍ଥଳ କୁ ଯିବାବେଳେ ସାଧାରଣ କର୍ମୀ ଚାଲି ଚାଲି ରାଜରାସ୍ତା ରେ ବିରୋଧ କରିଥାନ୍ତି l

    ଆଜି କିନ୍ତୁ ଚିତ୍ର ଥିଲା ଭିର୍ଣ୍ଣ l କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ଜନ୍ତରମନ୍ତର ଆଡକୁ ଯାଉଥିବାବେଳେ ସେ ରାହୁଲ ଗାନ୍ଧୀଙ୍କ ସମର୍ଥକଙ୍କୁ ଚାଲି ଚାଲି ଯାଉଥିବାର ଦେଖି କର୍ମୀ ଙ୍କୁ ନିଜ କାରରେ ବସିବାକୁ କହିଲେ ଓ ସାଙ୍ଗରେ ନେଇ ଜନ୍ତରମନ୍ତର ଅଭିମୁଖେ ଯାତ୍ରା କଲେ l

    • ଅଭିଷେକ ପୁରୋହିତଙ୍କ ରିପୋର୍ଟ
Back to top button