ENTRANCE

  • ଆଜିଠୁ ଆରମ୍ଭ ହେଉଛି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା OJEE

    ଆଜିଠୁ ଆରମ୍ଭ ହେଉଛି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା OJEE । ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷିୟିକ ଶିକ୍ଷାନୁଷ୍ଟାନରେ ନାମ ଲେଖାଇବା ପାଇଁ ପରୀକ୍ଷା । ଏଥିପାଇଁ ଓଡିଶା ସମେତ ୪ ଟି ରାଜ୍ୟରେ ହୋଇଛି ୬୫ ଟି ପରିକ୍ଷା କେନ୍ଦ୍ର । ରାଜ୍ୟର ୩୦ଟି ଜିଲ୍ଲା ଛଡା ପଶ୍ଚିମବଙ୍ଗ, ବିହାର ,ଓ ଝାଡଖଣ୍ଡରେ ପରୀକ୍ଷା କେନ୍ଦ୍ର ହୋଇଛି । ୧୩ ଟି ବିଭାଗରେ ଅଛନ୍ତି ମୋଟ ୫୭ ହଜାର ୯୧୮ ପରୀକ୍ଷାର୍ଥୀ । କୋଭିଡ କଟକଣା ମଧ୍ୟ୍ୟରେ ହେଉଛି ପରୀକ୍ଷା । ଦିନକୁ ୩ ଟି ସିଟିଙ୍ଗରେ ପରୀକ୍ଷା ହେବ । ସକାଳ ୯ ରୁ ୧୧ ଟା ପ୍ରଥମ ସିଟିଂ, ୧୨ ଟା ୩୦ ରୁ ୨ ଟା ୩୦ ଦ୍ଵିତୀୟ ସିଟିଂ, ଅପରାହ୍ନ ୪ ଟାରୁ ୬ ଟା ତୃତୀୟ ସିଟିଂ ।

    କମ୍ପ୍ୟୁଟର ଆଧାରିତ ପରୀକ୍ଷା ଯୋଗୁଁ ପରୀକ୍ଷାର୍ଥୀ ଦେଢ ଘଣ୍ଟା ଆଗରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ୍ୟ କମ୍ପ୍ୟୁଟର ମୋଡ ରେ ପରୀକ୍ଷା ହେଉଛି । ପରୀକ୍ଷା କେନ୍ଦ୍ରରେ ମାସ୍କ ବାଧ୍ୟ୍ୟତାମୁଳକ କରାଯାଇଥିବାବେଳେ ହ୍ୟାଣ୍ଡ ସାନିଟାଇଜେସନ , ସାମାଜିକ ଦୁରତା ରକ୍ଷା କରିବା ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ ଉପରେ ଗୁରୁତ୍ବ ଦେଇଛି ଓଜେଇଇ । ଏଥର ସର୍ବାଧିକ ଲଟେରାଲ ଏଣ୍ଟ୍ରି ବିଟେକ୍ ରେ ୨୦ ହଜାର ୧୬୮ ଜଣ ପରୀକ୍ଷାର୍ଥୀ ରହିଥିବାବେଳେ ବି ଫାର୍ମା ରେ ୧୨ ହଜାର ୨୨୯ ଜଣ , ଏମବିଏ ରେ ୧୦ ହଜାର ୬୭୪ ଜଣ ଅବେଦନ କରିଛନ୍ତି । ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଓଜେଇଇ ପରୀକ୍ଷା ଅନୁଷ୍ଟିତ ହେବ ।

    • ସ୍ମରିଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
Back to top button