EXAM

  • ଅଟୋ ଓଲୋଟି ଛାତ୍ର ଛାତ୍ରୀ ଗୁରୁତର

    ବାଲେଶ୍ୱର: ପରୀକ୍ଷା ସାରି ଫେରୁଥିବା ବିଦ୍ୟାର୍ଥୀ ଦୁର୍ଘଟଣାଗ୍ରସ୍ତ । ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଧୀନ ପାଟଣା ଛକ ନିକଟରେ । ଦୁର୍ଘଟଣାରେ କିଛି ପିଲା ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଅଟୋଟି  ଭାରସାମ୍ୟ ହରାଇଥିବାରୁ ଏପରି ଦୁର୍ଘଟଣା ଘଟିଥିବା କଥା ଜଣାପଡିଛି ।

    ଆଜି ଜଳେଶ୍ୱର ଶିଶୁ ବିଦ୍ୟାମନ୍ଦିରର ବିଦ୍ୟାର୍ଥୀମାନେ ମାଟ୍ରିକ ପରୀକ୍ଷାର ଇତିହାସ ଓ ଭୂଗୋଳ ପରୀକ୍ଷା ସାରି ଏକ ଅଟୋରେ ଜଣେ ଗୁରୁଜୀଙ୍କ ସହ ମୋଟ ୧୦ ଜଣ ଫେରୁଥିଲେ । ପାଟଣା ଛକ ଠାରେ ଜଣେ ବୃଦ୍ଧା ହଠାତ୍  ଅଟୋ ଆଗକୁ ଚାଲିଆସିଥିଲେ।  ଡ୍ରାଇଭର ବୃଦ୍ଧାଙ୍କୁ ବଞ୍ଚାଇବାକୁ ଯାଇ ଅଟୋ ଉପରୁ ଭାରସାମ୍ୟ ହରାଇଥିଲେ ଏବଂ ନିକଟସ୍ଥ ଏକ ଚର୍ଚ୍ଚରେ ଅଟୋ ଧକ୍କା ହୋଇଥିଲା।  ଫଳରେ ଅଟୋଟି ଓଲୋଟି ପଡିଥିଲା। ଏଥିରେ ଜଣେ ଛାତ୍ରଙ୍କ ସହ 4 ଜଣ ଛାତ୍ରୀ ଗୁରୁତର ହୋଇଥିଲେ । ସେହିପରି ବୃଦ୍ଧା ମଧ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।  ଏହି ଦୁର୍ଘଟଣାରେ ଅଟୋ ଡ୍ରାଇଭର ଜଣକ ଫେରାର ହୋଇଥିବା କଥା ଜଣା ପଡିଛି ।

    ତେବେ ଏନେଇ ଥାନାରେ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ହୋଇନଥିବା କଥା ଜଣା ପଡିଛି । ଏବଂ ମାଟ୍ରିକ ପିଲାମାନଙ୍କ ଶେଷ ପରୀକ୍ଷା ସୋମବାରେ ଥିବାବେଳେ ପିଲାମାନେ ଶେଷ ପରୀକ୍ଷା କିପରି ଦେବେ ଏନେଇ ସମସ୍ତଙ୍କ ମନରେ ଶଙ୍କା ସୃଷ୍ଟି ହୋଇଛି । 

  • CTC_BOARD BYTE MATRIC EXAM_PKG

    () ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ ସମ୍ମେଟିଭ-2 ପରୀକ୍ଷା। ରେଗୁଲାର, ଷ୍ଟେଟ ଓପନ୍ ସ୍କୁଲ ଏବଂ ମଧ୍ୟମାରେ ପରୀକ୍ଷା ଦେବେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ । ସେଥିପାଇଁ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ସେହିପରି ପରୀକ୍ଷାକୁ ସୁରୁଖୁରୁରେ ଶେଷ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି ବୋର୍ଡ।

    ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ ସମ୍ମେଟିଭ ପରୀକ୍ଷା ପ୍ରଥମ ଦିନ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ଏକ ଘଣ୍ଟା ପୂର୍ବରୁ ପହଞ୍ଚିବା ପାଇଁ ବୋର୍ଡ ପକ୍ଷରୁ କୁହାଯାଇଛି। ଏହାସହ ପରୀକ୍ଷା କେନ୍ଦ୍ରକୁ ପେନ, ଆର୍ଡମିଟ କାର୍ଡ ଜୋମେଟ୍ରି ବକ୍ସ ନେଇ ଯାଇପାରିବେ ତେବେ ପ୍ରତ୍ୟେକ ବିଷୟର ପରୀକ୍ଷା ପାଇଁ ୨ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଥିବା ବେଳେ କେବଳ ଗଣିତ ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯିବ । ସେପଟେ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନେ ନିଜକୁ ପ୍ରସ୍ତୁତ କରିଥିବା ବେଳେ ଆଜି ନିଜ ନିଜ ସ୍କୁଲକୁ ଯାଇ ଆଡ଼ମିଟ କାର୍ଡ ସଂଗ୍ରହ କରିଛନ୍ତି ପରୀକ୍ଷାର୍ଥୀ । ସମ୍ମେଟିଭ -୧ ପରୀକ୍ଷାରେ ଭଲ ରେଜଲ୍ଟ ହୋଇଥିବା ବେଳେ ସମ୍ମେଟିଭ ମଧ୍ୟ ଭଲ ରେଜଲ୍ଟ ହେବା ନେଇ ବେଶ ଆଶାବାଦୀ ଅଛନ୍ତି ପରୀକ୍ଷାର୍ଥୀ

    ମାର୍ଚ୍ଚ ୧୦ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା। ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଚଳିତ ବର୍ଷ ମୋଟ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ଦେବେ ପରୀକ୍ଷା । ଏନେଇ ହଜାର ୨୧୮ ଟି ପରୀକ୍ଷା କେନ୍ଦ୍ରରେ ହେବ ପରୀକ୍ଷା।  ୩୧୬ଟି ନୋଡାଲ ସେଣ୍ଟର ସହ ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାକୁ ନୋଡାଲ ସେଣ୍ଟର କରାଯାଇଛି। କପି ରୋକିବା ପାଇଁ ମୋଟ ୭୪ ଟି ସ୍କ୍ୱାର୍ଡ ଗଠନ କରାଯାଇଥିବା ବେଳେ ସେଥିମଧ୍ୟରୁ ବୋର୍ଡ ପକ୍ଷରୁ କରାଯାଇଛି ୩୬ଟି ସ୍କ୍ୱାର୍ଡ। ପରୀକ୍ଷା ପରିଚାଳନା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ମୋବାଇଲ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

    ତେବେ ପ୍ରଥମ ଥର ପାଇଁ ଏସ୍କଟ କରି ପ୍ରଶ୍ନପତ୍ର ନୋଡାଲ ସେଣ୍ଟରରେ ପହଁଚିଛି ।

    ଚିତ୍ତରଞ୍ଜନ ସାମନ୍ତରାୟଙ୍କ ରିପୋର୍ଟ

  • ମାର୍ଚ୍ଚ ୧୦ ରୁ ୧୭  ମାଟ୍ରିକ ସମ୍ମେଟିଭ ୨ ପରୀକ୍ଷା

    ()ମାର୍ଚ୍ଚ ୧୦ ରୁ ୧୭  ମାଟ୍ରିକ ସମ୍ମେଟିଭ ୨ ପରୀକ୍ଷାମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ସାରା ରାଜ୍ୟରେ ମାଟ୍ରିକ ସହ ମଧ୍ୟମା ଓ ଏସ ଓ ଏସ ପରୀକ୍ଷା ଏକ ସାଙ୍ଗରେ ବି ହେବ । ରାଜ୍ୟର ୩୦୨୯ ପରୀକ୍ଷା କେନ୍ଦ୍ରରେ ପାଖପାଖି ୫ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ତେବେ ଖୁବଶୀଘ୍ର ଛାତ୍ରଛାତ୍ରୀ ଫର୍ମଫିଲପ କରିବେ ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି।

    ଆସନ୍ତା ମାର୍ଚ୍ଚ ୧୦ ରୁ ଆରମ୍ଭ ହେବ ଚଳିତ ବର୍ଷର ମାଟ୍ରିକ ସମ୍ମେଟିଭ ୨ ପରୀକ୍ଷା। ମାଟ୍ରିକ ସହ ମାଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ବି ଦେବେ ପରୀକ୍ଷା। ଚଳିତ ବର୍ଷ ୫ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା। ଏ ନେଇ ବୋର୍ଡ଼ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରାଯାଇଛି। ମାର୍ଚ୍ଚ ୧୦ରୁ ୧୭ ପର୍ଯ୍ୟନ୍ତ ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏହାଛଡା ଭୋକେସନଲ ଟ୍ରେଡ଼ର ପ୍ରାକ୍ଟିକାଲ ପରୀକ୍ଷା ୧୫ ଫେବୃଆରୀରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି।

    ଅପରପକ୍ଷେ ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଶ୍ନପତ୍ର ସମାନ ରହିବ। ସମ୍ମେଟିଭ ୧ ଭଳି ସମାନ ପାଟର୍ନ ରହିବ ସମେଟିଭ ୨ ପାଇଁ। ଏଥିପାଇଁ ୧୧ ନଭେମ୍ବରରୁ ପ୍ରଶ୍ନପତ୍ରର ଢାଞ୍ଚା ବୋର୍ଡ଼ର ୱେବ ସାଇଟରେ ଉପଲବ୍ଧ କରାଯାଇଛି। ଶତ ପ୍ରତିଶତ ସିଲାବସ ଅନୁଯାୟୀ ମାଟ୍ରିକ ପରୀକ୍ଷା କରାଯିବ। ତେବେ ଖୁବଶୀଘ୍ର ମାଟ୍ରିକ ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ବୋର୍ଡ଼ ଉପସଭାପତି କହିଛନ୍ତି। ତେବେ ସମ୍ମେଟିଭ ୧ ଭଳି ଏଥର ବି ୩୦୨୯ ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୩୧୬ ଟି ନୋଡାଲ ସେଣ୍ଟର ରହିବ, ଯେଉଁଠି ମାଓ ପ୍ରଭାବିତ ଅଂଚଳର ୨୨ ଟି ନୋଡାଲ ସେଣ୍ଟର ଥାନା ମାନଙ୍କରେ ହେବ।

    କେବଳ ମାଟ୍ରିକ ନୁହେଁ ବରଂ ନବମ ଶ୍ରେଣୀର ଫାଇନାଲ ପରୀକ୍ଷା ଫେବୃଆରୀ ମାସରେ ଶେଷ କରାଯିବା ସହ ମାର୍ଚ୍ଚ ଶେଷ ସପ୍ତାହରେ ଫଳ ପ୍ରକାଶ କରାଯିବ। ଏବଂ ଏପ୍ରିଲ ୧ ରୁ ନୂଆ ସେସନ ଆରମ୍ଭ କରାଯିବ।

    ଦୀପ୍ତିରଞ୍ଜନ ଶତପଥି

  • ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା

    ଭୁବନେଶ୍ୱର: କ୍ୟାପିଟାଲ ଇଞ୍ଜିନିୟରିଙ୍ଗ କଲେଜ ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା। ଏଏସଓ ପରୀକ୍ଷା ଦେବା ପାଇଁ ଅନୁମତି ଦେଇ ନଥିବାରୁ ଶତାଧିକ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏନେଇ କଲେଜ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି। ତେବେ ରାଜଧାନୀ ଭୁବନେଶ୍ୱରରେ ଏହି ପରୀକ୍ଷା ଦେବେ ପ୍ରାୟ 56 ହଜାର ଛାତ୍ରଛାତ୍ରୀ। ଭୁବନେଶ୍ୱରରେ 129ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ସେହିପରି ଖୋର୍ଦ୍ଧା ଡିଭିଜନରେ ମଧ୍ୟ 10ଟି କେନ୍ଦ୍ରରେ 3 ହଜାର 305 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ମୋଟ 3ଟି ସିଟିଂରେ ପରୀକ୍ଷା ହେବାକୁ ଥିବାବେଳେ ସକାଳ 9ଟାରୁ 10.30 ପର୍ଯ୍ୟନ୍ତ ସାଧାରଣ ଜ୍ଞାନ ପରୀକ୍ଷା ହେବ। ପରେ 11.30 ରୁ 1ଟା ପର୍ଯ୍ୟନ୍ତ ଗଣିତ ଓ ରିଜନିଂ, ଏବଂ ଅପରାହ୍ନ 2.30 ରୁ 4.30 ଯାଏ ଇଂରାଜୀ ଏବଂ ଓଡିଆ ଭାଷାର ପରୀକ୍ଷା ଦେବେ ପରୀକ୍ଷାର୍ଥୀ।

  • ବିହାରର ଆଇଆଇଟି ଗାଁ

    ସମସ୍ତଙ୍କର ଛୋଟ ବେଳୁ ଇଛା ପାଠ ପଢି ବଡ ମଣିଷ ହେବେ। କାହାର ଡାକ୍ତର, ଆଉ କାହାର ଇଞ୍ଚିନିୟର, ଆଉ କାହାକୁ ବୈଜ୍ଞାନିକ ଏବଂ କାହାକୁ ଶିକ୍ଷକତା କରିବାକୁ ଇଛା ଥାଏ। କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ଯେଉଁ ପିଲା ପରିଶ୍ରମ କରି ନିଜ ଦୃଢ ଇଛା ଶକ୍ତି ବଳରେ ପାଠ ପଢିଲା ସେ ଆଗକୁ ଗଲା ବୋଲି କୁହନ୍ତି। ଆଉ ତା ସହ ଗୁରୁ ଗୁରୁଜନ, ବାପା ମାଙ୍କ ଆର୍ଶୀବାଦ ମଧ୍ୟ ଦରକାର। ଏତିକିରେ ଛାତ୍ରଛାତ୍ରୀ ସପଳ ହୋଇ ନାଁ କରି ଗୌରବ ଆଣିଥାଏ। ହେଲେ ଭାରତରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ସବୁଘରର ପିଲା ଆଇଆଇଟିରେ ସଫଳତା ପାଇଛନ୍ତି। ବିହାରର ଗୟା ଜିଲ୍ଲାରେ ଥିବା ପଟବାଟୋଲି ଗାଁକୁ ଆଇଆଇଟିମାନଙ୍କ ଗାଁ ବୋଲି କୁହାଯାଏ।

    ପ୍ରତିବର୍ଷ ଅଧିକାଂଶ ପିଲା ଆଇଆଇଟି ପରୀକ୍ଷା ପାସ କରି ଦେଶର ଏହି ବୃହତ୍ତମ ଶିକ୍ଷା ପ୍ରତିଷ୍ଠାନରେ ପାଠ ପଢିବାର ସୁଯୋଗ ପାଇଥାନ୍ତି । ଏହାସହ ଏହି ଗାଁରେ ଲାଇବ୍ରେରୀ ମଧ୍ୟ ନିର୍ମାଣ ହୋଇଛି। ପିଲାମାନେ ମଧ୍ୟ ବିନା କୌଣସି କୋଚିଂରେ ଏହି ପରୀକ୍ଷା ପାସ କରୁଥିବା ଜଣାପଡିଛି। କିଛି ପିଲା ଉତ୍ତୀର୍ଣ୍ଣ ହେଉଥିବା ବେଳେ ଆଉ କିଛି ପିଲା ପାସ ହୋଇପାରନ୍ତିନାହିଁ। ସେପଟେ ଆଇଆଇଟି ପାସ କରିସାରିଲା ପରେ ପିଲାମାନଙ୍କୁ ଅନଲାଇନ କ୍ଲାସ କରି ପାଠପଢାରେ ସହଯୋଗ କରୁଛନ୍ତି। ଯାହା ଫଳରେ ପ୍ରତ୍ୟକ ବର୍ଷ ଏଠିକାର ପିଲା ଆଇଆଇଟିରେ ଭଲ ରେଜଲ୍ଟ କରୁଥିବା ଜଣାପଡିଛି।

    • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ
  • ଆଜିଠୁ ଆରମ୍ଭ ହେଉଛି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା OJEE

    ଆଜିଠୁ ଆରମ୍ଭ ହେଉଛି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା OJEE । ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷିୟିକ ଶିକ୍ଷାନୁଷ୍ଟାନରେ ନାମ ଲେଖାଇବା ପାଇଁ ପରୀକ୍ଷା । ଏଥିପାଇଁ ଓଡିଶା ସମେତ ୪ ଟି ରାଜ୍ୟରେ ହୋଇଛି ୬୫ ଟି ପରିକ୍ଷା କେନ୍ଦ୍ର । ରାଜ୍ୟର ୩୦ଟି ଜିଲ୍ଲା ଛଡା ପଶ୍ଚିମବଙ୍ଗ, ବିହାର ,ଓ ଝାଡଖଣ୍ଡରେ ପରୀକ୍ଷା କେନ୍ଦ୍ର ହୋଇଛି । ୧୩ ଟି ବିଭାଗରେ ଅଛନ୍ତି ମୋଟ ୫୭ ହଜାର ୯୧୮ ପରୀକ୍ଷାର୍ଥୀ । କୋଭିଡ କଟକଣା ମଧ୍ୟ୍ୟରେ ହେଉଛି ପରୀକ୍ଷା । ଦିନକୁ ୩ ଟି ସିଟିଙ୍ଗରେ ପରୀକ୍ଷା ହେବ । ସକାଳ ୯ ରୁ ୧୧ ଟା ପ୍ରଥମ ସିଟିଂ, ୧୨ ଟା ୩୦ ରୁ ୨ ଟା ୩୦ ଦ୍ଵିତୀୟ ସିଟିଂ, ଅପରାହ୍ନ ୪ ଟାରୁ ୬ ଟା ତୃତୀୟ ସିଟିଂ ।

    କମ୍ପ୍ୟୁଟର ଆଧାରିତ ପରୀକ୍ଷା ଯୋଗୁଁ ପରୀକ୍ଷାର୍ଥୀ ଦେଢ ଘଣ୍ଟା ଆଗରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ୍ୟ କମ୍ପ୍ୟୁଟର ମୋଡ ରେ ପରୀକ୍ଷା ହେଉଛି । ପରୀକ୍ଷା କେନ୍ଦ୍ରରେ ମାସ୍କ ବାଧ୍ୟ୍ୟତାମୁଳକ କରାଯାଇଥିବାବେଳେ ହ୍ୟାଣ୍ଡ ସାନିଟାଇଜେସନ , ସାମାଜିକ ଦୁରତା ରକ୍ଷା କରିବା ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ ଉପରେ ଗୁରୁତ୍ବ ଦେଇଛି ଓଜେଇଇ । ଏଥର ସର୍ବାଧିକ ଲଟେରାଲ ଏଣ୍ଟ୍ରି ବିଟେକ୍ ରେ ୨୦ ହଜାର ୧୬୮ ଜଣ ପରୀକ୍ଷାର୍ଥୀ ରହିଥିବାବେଳେ ବି ଫାର୍ମା ରେ ୧୨ ହଜାର ୨୨୯ ଜଣ , ଏମବିଏ ରେ ୧୦ ହଜାର ୬୭୪ ଜଣ ଅବେଦନ କରିଛନ୍ତି । ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଓଜେଇଇ ପରୀକ୍ଷା ଅନୁଷ୍ଟିତ ହେବ ।

    • ସ୍ମରିଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
Back to top button