extension of ration for 3 months

  • କେନ୍ଦ୍ରର ଦଶହରା ଭେଟି: ଆଉ ତିନି ମାସ ବଢିଲା ମାଗଣା ରାସନ ଯୋଗାଣ

    ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ଦିନ ମାଗଣା ରାସନ ବ୍ୟବସ୍ଥାକୁ ଆଉ ୩ ମାସ ପାଇଁ ବଢାଇ ଦେଇଛନ୍ତି। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ସରକାର ଭାରତୀୟ ରେଳବାଇ ପାଇଁ ୧୦ହଜାର କୋଟିର ଏସଓପି ମଧ୍ୟ ଘୋଷଣା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛି କି, କେନ୍ଦ୍ର କ୍ୟାବିନେଟ ଆଉ ୩ ମାସ ପାଇଁ ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବଢାଇବାକୁ ନିଷ୍ପତ୍ତି ନେଇଛି।

    ଏଥିସହ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୪ ପ୍ରତିଶତ ଡିଏ ବୃଦ୍ଧି କରିଛନ୍ତି। ଏହି ଅଭିବୃଦ୍ଧ ୭ମ ପେ କମିଶନ ଉପରେ ଲାଗୁ ହୋଇଛି। ନୂତନତମ ବୃଦ୍ଧି ସହ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମୋଟ ଡିଏ ୩୮ ପ୍ରତିଶତକୁ ବୃଦ୍ଧି ପାଇଛି। ଡିଏ କେନ୍ଦ୍ର ସରକାର ଦ୍ବାରା ତାର କର୍ମଚାରୀଙ୍କ ମୁଦ୍ରାସ୍ଫୀତି ପରି ପରିସ୍ଥିତିର ମୁକାବିଲା ପାଇଁ ଦିଆଯାଇଥାଏ। 
     
    ଏହି ଅବସରରେ କ୍ୟାବିନେଟ ଭାରତୀୟ ରେଳବାଇରେ ଏକ ବ୍ୟାପକ ଉନ୍ନତିକରଣ କରାଯାଇଛି। ଦେଶର ତିନୋଟି ପ୍ରମୁଖ ରେଳ ଷ୍ଟେସନର ପୁନରୁଦ୍ଧାର ପାଇଁ ହୋଇଥିବା ଏକ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ। ଏହି ତିନି ଷ୍ଟେସନରେ ରହିଛି ନୂଆଦିଲ୍ଲୀ, ଅହମ୍ମଦାବାଦ ଓ ମୁମ୍ବାଇର ସିଏସଏମଟି। ଏହି ବିକାଶମୁଖୀ କାର୍ଯ୍ୟ ପାଇଁ ୧୦ ହଜାର କୋଟି ଟଙ୍କା ମଞ୍ଜୁରୀ ହୋଇଛି। 
Back to top button