fake medicine

  • ପାକିସ୍ତାନରେ ନକଲି ଔଷଧ

    ଇସଲାମବାଦ: ପାକିସ୍ତାନରେ ଦେଖିବାକୁ ମିଳିଛି ଔଷଧ ସଂଙ୍କଟ । ଖାଦ୍ୟପାଇଁ ଭୋକରେ ଡହଳ ବିକଳ ହେଉଥିବା ପାକିସ୍ତନ ଲୋକେ ଖାଉଛନ୍ତି ନକଲି ଔଷଧ । ଦେଶରେ ଔଷଧ ଅଭାବ ଦେଖାଯାଉଥିବା ବେଳେ ଏବେ ନକଲି ଔଷଧ ବଜାର ବେଶ ଗରମ ଥିବା ଜଣା ପଡିଛି । ତେବେ ଆର୍ଥିକ ଅଭାବରୁ କମ ଦାମରେ ଔଷଧ କିଣି ଖାଉଛନ୍ତି ପାକିସ୍ତାନ ବାସୀ ।

    ପାକିସ୍ତାନରେ ଅର୍ଥର ମୂଲ୍ୟ ଦିନକୁ ଦିନ ତଳକୁ ଖସୁଥିବା ବେଳେ, ଅନ୍ୟ ଦେଶରୁ ଔଷଧର କଞ୍ଚାମାଲ ଆଣି ଔଷଧ ପ୍ରସ୍ତୁତ କରିବା କମ୍ପାନୀ ପାଇଁ ଭାରି ପଡୁଛି। ତେଣୁ ଔଷଧ କମ୍ପାନୀ ଗୁଡିକ ଔଷଧର ମୂଲ୍ୟ 38 ପ୍ରତିଶତ ବୃଦ୍ଧି କରିବାକୁ ଦାବି କରୁଛନ୍ତି । କିନ୍ତୁ ପାକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣକରୁନାହିଁ ।

    ଫଳସ୍ୱରୁପ କମ୍ପାନୀ ଗୁଡିକ ଉଚିତ ପରିମାଣର ଔଷଧ ନିର୍ମାଣ କରିପାରୁନାହାନ୍ତି ଏବଂ ଔଷଧର ଘୋର ଅଭାବ ଦେଖାଦେଉଛି । ଲୋକେ ସାମାନ୍ୟ ଔଷଧ କିଣିବା ପାଇଁ ଅଧିକରୁ ଅଧିକ ଟଙ୍କା ଦେବାକୁ ପଡୁଛି । ଏହି ସମୟରେ ଦେଶରେ ବୃଦ୍ଧି ପାଉଛି ନକଲି ଔଷଧ କାରବାର।

  • ନକଲି ଓୗଷଧ: ଦୁଇ ଗିରଫ

    କଟକ: ନକଲି ଔଷଧ କାରବାର ପଛରେ ବଡ ରାକେଟ୍ । କଟକ ନକଲି ନକଲି ଔଷଧ କାରବାର ପଛରେ ବଡ ରାକେଟ୍ । କଟକ ନକଲି ଔଷଧ କାରବାରର ଚେର ଲମ୍ବିଛି ବିହାର ପର୍ଯ୍ୟନ୍ତ। ବିହାର ଗୟା ଅଂଚଳରେ ରେଡ୍ କରି ଦୁଇ ବ୍ୟବସାୟୀଙ୍କୁ ଗିରଫ କାରବାରର ଚେର ଲମ୍ବିଛି ବିହାର ପର୍ଯ୍ୟନ୍ତ। ବିହାର ଗୟା ଅଂଚଳରେ ରେଡ୍ କରି ଦୁଇ ବ୍ୟବସାୟୀଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ଆଜି ଦୁଇ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିବ ପୋଲିସ। ଏ ଯାଏ ମୋଟ୍ ୫୫ ଲକ୍ଷର ଟେଲମା ବ୍ରାଣ୍ଡର ମେଡିସିନ୍ ଜବତ ହୋଇସାରିଲାଣି।

  • ସ୍ପଷ୍ଟୀକରଣ ଦେଲା ଗ୍ଲେନମାର୍କ କମ୍ପାନୀ

    କଟକ: କଟକରେ ନକଲି ଔଷଧ ମିଳିବା ଘଟଣା । ଗ୍ଲେନମାର୍କ କମ୍ପାନୀ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଛି । ଡ୍ରଗ୍ସ କଣ୍ଟ୍ରୋଲରଙ୍କ  ଦ୍ୱାରା ଲେଖାଯାଇଥିବା ଚିଠିର ଉତ୍ତର ରଖିଛି କମ୍ପାନୀ। ଜବତ ଟେଲମା-40 ଓ ଟେଲମା-m ଆମ ଦ୍ଵାରା ପ୍ରସ୍ତୁତ ହୋଇନାହିଁ ବୋଲି କହିଛି ଗ୍ଲେନମାର୍କ କମ୍ପାନୀ । କମ୍ପାନୀର ସ୍ପଷ୍ଟୀକରଣ ପରେ କଟକ ପୁରୀଘାଟ ଥାନାରେ ଏତଲା ଦିଆଯାଇଛି । ଏତଲାରେ ଦୁଇ ମେଡିସିନ ହୋଲସେଲରଙ୍କ ନାଁ ଉଲ୍ଲେଖ କରାଯାଇଥିବା ବେଳେ ଅଭିଯୁକ୍ତ ଫେରାର ରହିଛନ୍ତି ।

Back to top button