father

  • ପୁଅ ପରେ ବାପାର ଆତ୍ମହତ୍ୟା

    ପୁଅ ପରେ ବାପାର ଆତ୍ମହତ୍ୟା। ପୁଅର ମୃତ୍ୟୁ ସହ୍ୟ କରିନପାରି ଫାଶୀ ଲଗାଇ ଜୀବନ ହାରିଲା ବାପା। ଏଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନ ଉଦୟପୁରରେ । ଗୁଜୁରାଟରୁ ଡ୍ୟୁଟି ସାରି ଗାଁକୁ ଫେରି ବହୁ ଜୋରରେ କାନ୍ଦିବାକୁ ଲାଗିଲା ପୁଅ। ମୃତ୍ୟୁ ପୂର୍ବରୁ ନିଜର ଭିଡିଓ କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲା। ଯାହାର ଭିଡିଓ ଭାଇରାଲ ହୋଇଥିବା ଜଣାପଡିଛି। ଗୁଜୁରାଟ ସୁରଟରେ ଦେବୀ ସିଂ ନାମକ ଜଣେ ଯୁବକ କାମ କରୁଥିବା ବେଳେ, କିଛି ଦିନ ଛୁଟି ନେଇ ନିଜ ଗାଁ ଉଦୟପୁର ଗୋଗୁଣ୍ଡା ଅଞ୍ଚଳକୁ ଜୁଲାଇ ୧୧ ତାରିଖରେ ଆସିଥିଲା। ହେଲେ ଘରକୁ ଯିବା ପରିବର୍ତ୍ତେ ଗାଁ ପୋଖରୀକୁ ଯାଇଥିଲା ଦେବୀ। ସେଠାରେ ସେ ବଟିକା ଖାଇଥିଲେ।

    ଏହାର ଭିଡିଓ କରି ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଯାହାର ଭିଡିଓ ଭାଇରାଲ ହେବା ସହ ଘଟଣାର ଅଧଘଣ୍ଟା ପରେ ଦେବୀଙ୍କ ବଡଭାଇ ରୂପ ସିଂ ଇନଷ୍ଟାଗ୍ରାମରେ ଦେଖି ତାଙ୍କର ଜଣେ ବନ୍ଧୁଙ୍କୁ କହିଥିଲେ। ରୂପଙ୍କ ସାଙ୍ଗ ଘଟଣାସ୍ଥଳରେ ପହଞ୍ଚି ଆମ୍ୱୁଲାନ୍ସକୁ ଡକାଇ ହସ୍ପିଟାଲ ନେବାବେଳକୁ ଅଧାବାଟରେ ଦେବୀଙ୍କ ମୃତ୍ୟୁ ହୋଇଥିଲା। ମୃତଦେହକୁ ଗାଁକୁ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ପୁଅର ଏଭଳି ମୃତ୍ୟୁ ଦେଖି ବାପା ଆଶ୍ଚର୍ଯ୍ୟ ହୋଇ ରୀତିନୀତି କରିବା ମାତ୍ରେ ନିଜେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। ଦେବୀ ସିଂଙ୍କ ବଡ ଭାଇ ରୂପ ସିଂ ଏନେଇ ଥାନାରେ ମାମଲା ରୁଜୁ କରିଛନ୍ତି। ଏହାସହ ପୋଲିସ ମଧ୍ୟ ଦେବୀଙ୍କ ମୋବାଇଲରୁ ବହୁ ତଥ୍ୟ ବାହାର କରିବା ସହ ପ୍ରେମଜନିତରୁ ଆତ୍ମହତ୍ୟା ହୋଇଥାଇପାରେ ବୋଲି ସନ୍ଦେହ କରିଛି।

    • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ
  • ନବଜାତ ଶିଶୁକୁ ଉର୍ଦ୍ଧାର କଲା ବାପା

    ବନ୍ୟା ସମୟରେ ଜୀବନ ବଞ୍ଚାଇ ଉଦ୍ଧାର ପାଇବା ପାଇଁ ସମସ୍ତ ପ୍ରାଣପ୍ରଣେ ଚେଷ୍ଟା କରନ୍ତି। ବନ୍ୟା ସମୟରେ ଉଦ୍ଧାର ହେବାର ବିକଳ ଦୃଶ୍ୟ ଆଖିରେ ନଦେଖିଲେ ବିଶ୍ବାସ କରି ହେବ ନାହିଁ । କଥାରେ ଅଛି ବାପା ମା ପିଲାମାନଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲପାଆନ୍ତି । ପିଲାମାନେ ହେଉଛି ଆଗାମୀ ଭବିଷ୍ୟତ । ଲଗାତ ବର୍ଷ ହେତୁ ଆସାମରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ଗମ୍ଭୀର ହେବାରେ ଲାଗିଛି । ୩୨ ରୁ ଅଧିକ ଜିଲ୍ଲା ବନ୍ୟା ପ୍ରଭାବିତ ହୋଇ ଜଳସ୍ତର ବୃଦ୍ଧି ପାଉଛି । ଫଳରେ ଲୋକମାନେ ଘରୁ ବିସ୍ଥାପିତ ହେବେ । ଆସାମ ସିଲଚରର ଜଣେ ପିତା ନବଜାତ ଶିଶୁକୁ ଘରୁ ଆଣିବାର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି । ଶଶାଙ୍କ ଚକ୍ରବର୍ତ୍ତୀ ଏହି ଭିଡିଓକୁ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି । ଅଣ୍ଟାଏ ବନ୍ୟା ଜଳ ଭିତରେ ଜଣେ ବ୍ୟକ୍ତି ନିଜ ନବଜାତ ଶିଶୁକୁ ଟୋକେଇରେ ଧରି ନେଉଛନ୍ତି । ଯାହାଲୋକଙ୍କ ଦୃଷ୍ଟିଆର୍କଷଣ କରିଥିଲା ।

    ସିଲଚରରେ ନବଜାତ ଶିଶୁ ସହତି ବାପାଙ୍କ ପାଣିଘେରରୁ ପାର ହେଉଥିବା ଏହିଭିଡି ଓ ଦ୍ବାପରର ଚିତ୍ର ଉଜ୍ଜିବିତ କରିଛି। ବସୁଦେବ ଯମୁନା ନଦୀପାର ହୋଇ ନବଜାତ ଭଗବାନ କୃଷ୍ଣଙ୍କୁ ତାଙ୍କ ମୁଣ୍ଡ ଉପରେ ନେଇଥିବାର କଥା ଏହି ଦୃଶ୍ୟ ମନେପକାଇ ଦେଇଛି । ଆସାମରେ ୩୨ ଟିଜିଲ୍ଲାରେ ୫୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବାପା ଛୁଆର ଜୀବନ ବଞ୍ଚାଇ ସୁରକ୍ଷିତ ସ୍ଥାନକୁ ନେଉଥିବାର ଦୃଶ୍ୟ ବାସ୍ତବରେ ସୁଚାଇ ଦେଉଛି । ପ୍ରତ୍ୟକ ଦିନ ହେଉଛି ବାପାଙ୍କର । ଏଭ୍ରିଡେ ଇଜ୍ ଫାଦରସ ଡେ । ବର୍ତ୍ତମାନ ଯୁବପିଢି ପାଇଁ ଏହିଦୃଶ୍ୟ ଗୋଟିଏ ବାର୍ତ୍ତା ଦେଉଚି ବାପାଙ୍କୁ ଭଲପାଆନ୍ତୁ ସମ୍ମାନ କରନ୍ତୁ । କାରଣ ପିଲାମାନଙ୍କ ପାଇଁ ସମସ୍ତ ବାପା ନିଶ୍ଚିତ ଭାବରେ କଷ୍ଟ କରିଛନ୍ତି, ପିଲାଙ୍କ ଆଦର୍ଶ ।
    ସ୍ମରଜିତ୍ଆର୍ଯ୍ୟଙ୍କ ରିପୋର୍ଟ

  • ପୁଅ ଟିଟିଇ, ବାପା ରେଳୱେ ଗାର୍ଡ…

    ପୁଅ ହେଉଛି ଟିଟିଇ ଏବଂ ପିତା ରେଳୱେ ଗାର୍ଡ। ଉଭୟ ୟୁନିଫର୍ମ ସହ ଡ୍ୟୁଟିରେ ଥିବାବେଳେ ଟ୍ରେନରେ ପରସ୍ପରକୁ ଅତିକ୍ରମ କଲେ । ଏବଂ ସେମାନେ ଏହି ଖୁସିର ମୁହର୍ତ୍ତକୁ ମନେ ରଖିବା ପାଇଁ ଏକ ଏପିକ ସେଲଫି ମଧ୍ୟ ଉଠାଇଥିଲେ। ଏହି ବାପ-ପୁଅ ଯୋଡି ଥିବା ଏକ ସେଲଫି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି। ପୁଅ ଟିଟିଇ ଥିବାବେଳେ ବାପା ଜଣେ ରେଳଓ୍ୱେ ଗାର୍ଡ ଭାବରେ ଚାକିରି କରନ୍ତି।
    ଆଜିର ଦୁନିଆରେ ଯେଉଁଠି ବାପା ମା ଉଭୟ କାର୍ଯ୍ୟରତ ଥିବା ବେଳେ ପିଲାମାନେ ମଧ୍ୟ ଭଲ ଚାକିରି କରିଥାନ୍ତି। କେଉଁଠି ବାପା ମାଆ କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ପୁଅ ଝିଅ ଆଏଏଏସ ଓଏଏସ ହେଉଛନ୍ତି। ଯାହାକି ବାପା, ମାଙ୍କ ପାଇଁ ଗର୍ବ ଆଉ ଗୌରବ ଆଣି ଦେଇଥାଏ। ଠିକ ସେହିପରି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।

    ବାପା ଜଣେ ରେଳଓ୍ୱେ ଗାର୍ଡରେ କାର୍ଯ୍ୟରତ ଥିବାବେଳେ ପୁଅ ବହୁ କଷ୍ଟରେ ପାଠପଢି ଶେଷରେ ରେଲଓ୍ୱେରେ ଟିଟିଇ ହୋଇପାରିଛି। ଏବଂ ଉଭୟ ଟ୍ରେନରେ ଡ୍ୟୁଟିରେ ଥିବାବେଳେ ଦୁହେଁ ଦୁହିଁଙ୍କୁ ଅତିକ୍ରମ କରୁଛନ୍ତି। ଏହି ସମୟକୁ ଉଭୟ ମନେରଖିବା ପାଇଁ ମୋବାଇଲରେ ସେଲଫି ଉଠାଇଛନ୍ତି। ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିବା ଜଣାପଡିଛି।


    ଏନେଇ ଟ୍ୱିଟରରେ ସୁରେଶ କୁମାରଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ଫଟୋରେ ପୁଅ ଟ୍ରାଭେଲ ଟିକେଟ ପରୀକ୍ଷକ ବା ଟିଟିଇ । ଏବଂ ତାଙ୍କ ବାପା ଜଣେ ରେଳବାଇ ଗାର୍ଡ। ଉଭୟ ଡ୍ୟୁଟିରେ କାର୍ଯ୍ୟରତ ଥିବାବେଳେ ହଠାତ ଅଲଗା ଅଲଗା ଟ୍ରେନରେ ବାପ-ପୁଅ ଅତିକ୍ରମ କରୁଥିଲେ। ଏବଂ ଦୁହେଁ ଦୁହିଁଙ୍କର ଏହି ଭେଟିବାର ସମୟକୁ ସ୍ମୃତି କରି ରଖିବା ପାଇଁ ଏକ ସେଲଫି ଉଠାଇଥିଲେ। ଯାହା ଖୁବ ଭାଇରାଲ ହେବାରେ ଲାଗିଛି।
    କ୍ୟାମେରାରେ କଏଦ ହୋଇଥିବା ଏହି ଫଟୋ ଏତେ ସ୍ୱତନ୍ତ୍ର ଯେ , ଯାହାକୁ ଦେଖିଲେ ଶେଷ ସମୟ ପର୍ଯ୍ୟନ୍ତ ମନେ ରହିବ। ଯେତେବେଳେ ଏହିଭଳି କିଛି ସ୍ମୃତି ସବୁ ମନେ ପଡିବ ସେତେବେଳେ ନିଜ ପିଲାମାନଙ୍କ ସହ ବାପା ମାଆ ଖୁସିର ମୂହୁର୍ତ୍ତକୁ ନେଇ ସମୟ ବିତାଇବେ। ସେତେବେଳେ ଏହି ଫଟୋର ମୂଲ୍ୟ ଦୁଇ ଗୁଣା ବଢିଯିବ।

    • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ
Back to top button