FILM

  • ଆରପାରିରେ ଅଭିନେତା ଡେଭିଡ୍ ୱାର୍ଣ୍ଣର

    ଆରପାରିରେ ହଲିଉଡ ଅଭିନେତା ଡେଭିଡ୍ ୱାର୍ଣ୍ଣର। ଟାଇଟାନିକ୍ ଅଭିନେତାଙ୍କ ୮୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏହି ଭେଟେରାନ ଅଭିନେତା ୧୮ ମାସ ଧରି ଅସୁସ୍ଥ ଥିଲେ। ସେ ଦୀର୍ଘ ଦିନ ହେବ କର୍କଟ ରୋଗ ସହ ଲଢୁଥିଲେ। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ତାଙ୍କ ମୃତ୍ୟୁ ଖବର ଶୁଣିବା ମାତ୍ରେରେ ହିଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।

     ହଲିଉଡରେ ଅନେକ ବଡ ବଡ ଫିଲ୍ମରେ କାମ କରିଛନ୍ତି ଡେଭିଡ୍। ସେ ତାଙ୍କ ଫିଲ୍ମ କ୍ୟାରିଅରରେ ଅନେକ ହିଟ ଫିଲ୍ମ ମଧ୍ୟ ଦେଇଛନ୍ତି। ତାଙ୍କୁ ହଲିଉଡର ସୁପରହିଟ୍ ଟାଇଟାନିକ ଓ ୱମେନ ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଦୁଇଟି ଫିଲ୍ମରେ ଅଭିନୟ କରିବା ପରେ ସେ ବେଶ୍ ଚର୍ଚ୍ଚା ସାଉଁଟିଥିଲେ। ସେ ଅଧିକାଂଶ ଫିଲ୍ମରେ ଭିଲିଆନ କ୍ୟାରେକ୍ଟରେ ନଜର ଆସିଥାନ୍ତି। ତାଙ୍କ ଅଭିନୟ ସବୁଦିନ ପାଇଁ ମନେରହିବ।

    ଆକ୍ଟର ଡେଭିଡ ୱାର୍ଣ୍ଣର କେବଳ ଫିଲ୍ମରେ ନୁହେଁ ବହୁ ବର୍ଷ ଧରି ଟେଲିଭିଜନ ଶୋ ରେ ମଧ୍ୟ କାମ କରିଛନ୍ତି। ୧୯୬୬ ମସିହାରେ ରିଲିଜ ହୋଇଥିବା କାରେଲ ରିଞ୍ଜଙ୍କ ମାର୍ଗନ ଏ ସୁଟେବଲ କେସ୍ ଫର ଟ୍ରିଟମେଣ୍ଟ ରେ ଟାଇଟେଲ ଭୂମିକା ପାଇଁ ତାଙ୍କୁ ବିଟ୍ରିସ ଏକାଡେମି ଫିଲ୍ମ ଆୱାର୍ଡ ପାଇଁ ମନୋନିତ କରାଯାଇଥିଲା। ତାଙ୍କୁ ଅନେକ ପୁରସ୍କାରରେ ମଧ୍ୟ ସ୍ମାନିତ କରାଯାଇଛି।

    ଡେବିଡ୍‌ ଙ୍କ ବିୟୋଗରେ ସମଗ୍ର ବିଶ୍ୱ ଦୁଃଖପ୍ରକାଶ କରିଛି। ଅନେକ ଷ୍ଟାର ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ତାଙ୍କ କଥା ସବୁବେଳେ ମନେପଡିବ।

    ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

  • ଅଜୟ ଦେବଗନ ଏବଂ ସାଉଥ ସୁପରଷ୍ଟାର ସୂରିୟାଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର

    ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପୁରସ୍କୃତଙ୍କ ନାମ ଘୋଷଣା କରାଯାଇଛି। ସୂର୍ଯ୍ୟ ଦେଓଙ୍କ ‘କାଲି ପାଇଁ କାଲିର ସିନେମା’କୁ ଶ୍ରେଷ୍ଠ ବୁକ୍ ଅନ ସିନେମାରେ ସମ୍ମାନିତ କରାଯାଇଛି। ଅଜୟ ଦେବଗନ ଏବଂ ସୁରିୟା ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଛନ୍ତି। ଫିଲ୍ମ ତାନାଜୀ ପାଇଁ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ସେହି ପରି ଅପର୍ଣ୍ଣା ବାଲମୂରଲୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି।

    ପାଖାପାଖି ୩୦୦ ଫିଚର ଫିଲ୍ମ ଏବଂ ୧୫୦ ଅଣ ଫିଚର ଫିଲ୍ମ ପଠା ଯାଇଥିଲା। ଏଥିରେ ୩୦ ଭିନ୍ନ ଭିନ୍ନ ଭାଷାର ଚଳଚ୍ଚିତ୍ର ସାମିଲ୍ ଥିଲା। ଚଳିତ ବର୍ଷ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ୧୦ ଜଣିଆ ବିଚାର ମଣ୍ଡଳୀର ନେତୃତ୍ଵ ନେଇଥିଲେ ଫିଲ୍ମ ନିର୍ମାତା ବିପୁଲ ଶାହ। ଦୁଇ ବର୍ଷ ପରେ ପୁରସ୍କାର ସମାରୋହ ଦିଲ୍ଲୀରେ ଆୟୋଜନ କରାଯାଇଛି। କରୋନା କାରଣରୁ ଗତ ବର୍ଷ ଅନଲାଇନରେ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା। ଆସନ୍ତୁ ଦେଖିବା କାହାକୁ ମିଳିଲା କେଉଁ ପୁରସ୍କାର

    ଶ୍ରେଷ୍ଠ ଅଭିନେତ୍ରୀ– ଅପର୍ଣ୍ଣା ବାଲମୂରଲୀଙ୍କୁ ନିଜର ଫିଲ୍ମ Soorarai Pottru ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି।

    ଶ୍ରେଷ୍ଠ ଅଭିନେତା– ଅଜୟ ଦେବଗନ ଏବଂ ସାଉଥ ସୁପରଷ୍ଟାର ସୂରିୟା ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଛନ୍ତି। ଅଜୟ ଦେବଗନଙ୍କୁ ଏହି ପୁରସ୍କାର ତାନାଜୀ: ଦ ଅନସଙ୍ଗ ଓ୍ଵାରିୟର ଏବଂ ସୂରିୟାଙ୍କ ନିଜ ଫିଲ୍ମ Soorarai Pottru ପାଇଁ ପୁରସ୍କାର ମିଳିଛି।

    ଶ୍ରେଷ୍ଠ ଫିଚର ଫିଲ୍ମ– ସୂରିୟା ଏବଂ ଅପର୍ଣ୍ଣାଙ୍କ ଫିଲ୍ମ Soorarai Pottruକୁ ଶ୍ରେଷ୍ଠ ଫିଚର ଫିଲ୍ମର ଆଓ୍ଵାର୍ଡ ମିଳିଛି। ଚଳିତ ବର୍ଷ ଏହି ଚଳଚ୍ଚିତ୍ର ସବୁଠୁ ବଡ ବିଜେତା ଭାବେ ସାମ୍ନାକୁ ଆସିଛି।

    ଶ୍ରେଷ୍ଠ ସ୍କ୍ରିନପ୍ଲେ – Soorarai Pottruକୁ ଶ୍ରେଷ୍ଠ ସଂଳାପର ପୁରସ୍କାର ମିଳିଛି।

    ଶ୍ରେଷ୍ଠ ହିନ୍ଦୀ ଫିଲ୍ମ– ରାଜୀବ କପୁର ଏବଂ ସଞ୍ଜୟ ଦତ୍ତ ଅଭିନୀତ ତୁଳସୀଦାସ ଜୁନିୟରକୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ରର ପୁରସ୍କାର ମିଳିଛି। ଏହାର ନିର୍ଦ୍ଦେଶକ ହେଉଛନ୍ତି ମୃଦୁଲ ତୁଳସୀଦାସ।

    ଶ୍ରେଷ୍ଠ ପ୍ରୋଡକ୍ସନ ଡିଜାଇନ– ଅନୀସ ନାଦୋଦୀ(କପ୍ପେଲା), ମାଲାୟାଲମ

    ଶ୍ରେଷ୍ଠ ଏଡିଟିଂ– ଶ୍ରୀକର ପ୍ରସାଦ, sivaranjiniyum innum sila pengalum(ତାମିଲ)

    ଶ୍ରେଷ୍ଠ ସିନେମାଟୋଗ୍ରାଫି– ସୁପ୍ରତିଭ ଭୋଲ(ଅବିଜାତ୍ରିକ), ବଙ୍ଗାଲି

    ଶ୍ରେଷ୍ଠ ମହିଳା ପ୍ରଚ୍ଛଦପଟ୍ଟ ଗାୟିକା– ନନଚମ୍ମା(AK Ayyappanum Koshiyum), ମାଲାୟାଲମ

    ଶ୍ରେଷ୍ଠ ପୁରୁଷ ପ୍ରଚ୍ଛଦପଟ୍ଟ ଗାୟକ– ରାହୁଲ ଦେଶପାଣ୍ଡେ(ମି ବସନ୍ତରାଓ)(ମରାଠି)

    ଶ୍ରେଷ୍ଠ ସହ ଅଭିନେତା– ବିଜୁ ମେନନ(AK Ayyappanum Koshiyum) ମାଲାୟାଲମ

    ଶ୍ରେଷ୍ଠ ନିର୍ଦ୍ଦେଶକ– ସଚ୍ଚିଦାନନ୍ଦ କେଆର(AK Ayyappanum Koshiyum)

    ଶ୍ରେଷ୍ଠ ସହ ଅଭିନେତ୍ରୀ– ଲକ୍ଷ୍ମୀ ପ୍ରିୟା ଚନ୍ଦମୋଲି(Sivaranjiniyum Innum Sila Pengalum), ତାମିଲ୍

  • ଚିରନିଦ୍ରାରେ ରାଜେଶ୍ୱରୀ

    ଚିରନିଦ୍ରାରେ ରାଜେଶ୍ୱରୀ ରାୟ । କ୍ୟାନ୍ସସରରେ ଆକ୍ରାନ୍ତ ହୋଇ ଜୀବନ ସହ ଲଢେଇ କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଟେଲି ଅଭିନେତ୍ରୀ ରାଜେଶ୍ୱରୀ ।  ଟେଲିଭିଜନ ପରଦାରେ  ସେ ହୁଏତ ଥିଲେ ଜଣେ ଜବରଦସ୍ତ ଖଳନାୟିକା ଥିଲେ, ତାଙ୍କର ନିଖୁଣ ନେଗେଟିଭ ଅଭିନୟ ସହ ଦମଦାର ଡାଇଲଗ ପାଇଁ  ସେ ଓଡିଶାର ଘରେ ଘରେ ପରିଚିତ ଥିଲେ । ପରଦା ଉପରେ ସେ ଥିଲେ ଖଳନାୟିକା ହେଲେ ବ୍ୟକ୍ତିଗତ ଭାବେ ସେ ଖୋଲା ହୃଦୟ ମଣିଷ ଟେ ଥିଲେ । ଦୀର୍ଘ ଦିନ ଧରି ସେ କ୍ୟାନ୍ସସ ଭଳି ଏକ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ସେ ଭାଙ୍ଗି ଯାଇନଥିଲେ  ବରଂ ସେ ହସି ହସି ବଞ୍ଚୁଥିଲେ ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଥିଲେ । ବାଲେଶ୍ୱରରେ ଜନ୍ମିତ ରାଜେଶ୍ୱରୀ ପ୍ରଥମେ ଆଙ୍କରିଂ ଜରିଆରେ ସେ ଗ୍ଲାମର ଦୁନିଆରେ ପ୍ରବେଶ କରିଥିଲେ । କିନ୍ତୁ ସେ ଲେଡି ଭିଲେନ ଭାବରେ ସେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ ।  ସେ ଅନେକ ଓଡିଆ ଧାରାବାହିକରେ ଅଭିନୟ କରିଛନ୍ତି।  ଲୋକପ୍ରିୟ ସିରିଏଲ ଉଆଁସୀ  କନ୍ୟାରେ ଅଳକା ଭୂମିକାରେ ନଜର ଆସିଥିଲେ । ରାଜେଶ୍ୱରୀଙ୍କୁ କେତୋଟି ଚଳଚ୍ଚିତ୍ରରେ ବି ଦେଖିବାକୁ ମିଳିଛି । ତାଙ୍କ ପ୍ରଥମ ଚଳଚ୍ଚିତ୍ର ହେଉଛି ‘ସତ୍ୟମେବ ଜୟତେ’। ତା’ପରେ ସେ ‘ଆରେ ସାଥୀ ଆ’, ‘ବ୍ଲାକ୍‌ମେଲ୍‌’ ଭଳି ଫିଲ୍ମରେ ବି ସେ ତାଙ୍କର ଅଭିନୟର ଛାପ ଛାଡିଯାଇଛନ୍ତି । ତାସହ ସେ ‘ବସୁନ୍ଧରା’, ‘ସଂସ୍କାର’, ‘ସ୍ୱାଭିମାନ’, ‘ଦେବୀ’ ଓ ‘କୁମ୍‌କୁମ୍‌’ ଭଳି ଟେଲି ଧାରାବାହିକରେ ଅଭିନୟ କରିଥିଲେ । ସେ କ୍ୟାନ୍ସସରେ ପୀଡିତ ହେବା ପର ଠାରୁ ଅଭିନୟ ଦୁନିଆ ଠାରୁ ଦୂରେଇ ଯାଇଥିଲେ । ଦୀର୍ଘ ଦିନ ଚିକିତ୍ସା ଆଉ ସଂର୍ଘଷ ପରେ ଆଜି ସେ ହାରି ଯାଇଛନ୍ତି ଆଉ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଟେଲି ଜଗତରେ ଶୋକର ଛାୟା ଖେଳିଯାଇଛି ।

    ବ୍ୟୁରୋ ରିପୋର୍ଟ, ନକ୍ଷତ୍ର ନ୍ୟୁଜ

  • କାଳୀ ଫିଲ୍ମକୁ ନେଇ ବିବାଦ

    ନୂଆଦିଲ୍ଲୀ: ଫିଲ୍ମ ମେକର ଲିନା ମଣିମେକଲଇଙ୍କ ହକୁମେଣ୍ଟାରୀ ଫିଲ୍ମ ‘କାଳୀ’ର ପୋଷ୍ଟରକୁ ନେଇ ସୃଷ୍ଟି ହୋଇଛି ବିବାଦ। ପୋଷ୍ଟରରେ ହିନ୍ଦୀ ଦେବୀ କାଳୀଙ୍କୁ ନେଇ ମଜା କରାଯାଇଥିବା ଅଭିଯୋଗ କରି ସୋସିଆଲ ମିଡିଆରେ ଏହା ଉପରେ ସୁପ୍ରିମକୋର୍ଟଙ୍କୁ ମଧ୍ୟ ଆକ୍ଷେପ କରିବାକୁ ପଛାଇ ନାହାନ୍ତି ୟୁଜର୍ସ। ଜୁଲାଇ ୨ ତାରିଖରେ କାଳୀର ପୋଷ୍ଟର ରିଲିଜ ହୋଇଥିବା ବେଳେ କାଳୀଙ୍କ ଗୋଟିଏ ହାତରେ ସିଗାରେଟ ଓ ଅନ୍ୟଟିରେ ଏଲଜିବିଟିକ୍ୟୁର ପତାକା ଦେଖିବାକୁ ମିଳିଛି।

    ଏହି ପୋଷ୍ଟରକୁ ନେଇ ସୋସିଆଲ ମିଡିଆରେ ଫିଲ୍ମ ମେକରଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଦାବି ହୋଇଥିଲା। ଏହାର ଉତ୍ତରରେ ଲିନା ଟ୍ୱିଟ କରି ଉଲ୍ଲେଖ କରିଛନ୍ତି କି,  ଫିଲ୍ମ ସେହି ଘଟଣା ଚାରି ପାଖେ ଘୁରୁଛୁ ଓ ଟରୋଣ୍ଟୋର ସଡକରେ କାଳୀ ଭ୍ରମଣ କରୁଛନ୍ତି। ଯଦି ଚିତ୍ରକୁ ଦେଖୁଛନ୍ତି ତ, ହାସଟ୍ୟାଗ ‘ଆରେଷ୍ଟ ଲିନା ମଣିମେକଲଇ’ ବଦଳରେ ହାସଟ୍ୟାଗ  ‘ଲଭ ୟୁ ଲିନା’ ଲେଖନ୍ତୁ। ଲିନାଙ୍କ ଏହି କ୍ଲାରିଫିକେସନ ପରେ ସୋସିଆଲ ମିଡିଆ ୟୁଜର୍ସଙ୍କ ନାରାବାଜୀ କମ ହୋଇ ନାହିଁ।

    ଏହା ପରେ ୟୁଜରଙ୍କ ମଧ୍ୟରେ ଦେଖାଦେଇଛି ଉତ୍ତେଜନା।  ଜଣେ ୟୁଜର ଲେଖିଛନ୍ତି, ସରି କହିବା ବଦଳରେ  କହୁଛନ୍ତି ତାଙ୍କୁ ସମର୍ଥନ କରିବାକୁ। ହିନ୍ଦୁଙ୍କ ମଜାକ ଉଡାଇଛି, ତାଙ୍କ ସାହସ ଦେଖ। ଏହି ଭଳି ଅନ୍ୟ ଜଣେ ମଧ୍ୟ କହିଛନ୍ତି, ଏହା ଉପରେ ସୁପ୍ରିମକୋର୍ଟ କଣ କହିବେ? ତେବେ ପିଲ୍ମକୁ କାନାଡା ଫିଲ୍ମ ଫେଷ୍ଟିଭାଲରେ ପ୍ରିମିୟର କରାଯାଇଛି।

Back to top button