ଇସଲାମବାଦ: ପାକିସ୍ତାନରେ ବିରୋଧ ପ୍ରଦର୍ଶନ କାଳରେ ସୁରକ୍ଷା ବଳ ପକ୍ଷରୁ ଗୁଳିମାଡ କରାଯାଇଛି, ଯେଉଁଥିରେ ଜଣେ ପ୍ରଦର୍ଶକାରୀଙ୍କ ମୃତ୍ୟୁ ହୋଇଯାଇଛି । ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲୁଚିସ୍ତାନର ହରନାଇ ଅଞ୍ଚଳରେ ।
ହରନାଇସ୍ଥିତ ଏକ ମିଲିଟାରୀ ବେସ ବାହାରେ ସ୍ଥାନୀୟ ଲୋକ ବିରୋଧ ପ୍ରଦର୍ଶନ କରିଥିଲେ । ସେତିକି ବେଳେ ଅଚାନକ ସୁରକ୍ଷା ବଳ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ବର୍ଷା ଆରମ୍ଭ କରିଦେଇଥିଲେ । ଏହି ପୂରା ଘଟଣାକ୍ରମରେ ଜଣେ ସ୍ଥାନୀୟ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଥିଲା ଓ ବହୁ ଲୋକ ଆତ ହୋଇଥିଲେ ।
ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଗତ ରାତିରେ ପାକିସ୍ତାନର ମିଲିଟାରୀ ବେସ ଓ ପାକିସ୍ତାନୀ ସୁରକ୍ଷାବଳର ଏକ ଦଳ ଉପରେ ବଲୁଚିସ୍ଥାନୀ ଯୁବକମାନେ ଆକ୍ରମଣ କରିଥିଲେ । ଏହାପରେ ସୁରକ୍ଷାବଳ ଆକ୍ରମଣ କରିଥିବା ପଶ୍ତୁନ ଲୋକଙ୍କୁ ଟର୍ଗେଟ କରିଥିଲେ । ଏହାକୁ ବିରୋଧ କରି ଆଜି ସ୍ଥାନୀୟ ପଶ୍ତୁନ ଲୋକେ ମିଲିଟାରୀ ବେସ ନିକଟରେ ବିରୋଧ ପ୍ରଦର୍ଶନ କରିଥିଲେ । କିନ୍ତୁ ପାକିସ୍ତାନୀ ସୁରକ୍ଷାବଳ ସେମାନଙ୍କ ଉପରେ ଆଖିବୁଜା ଗୁଳିବର୍ଷା କରିଥିଲେ । ଏଥିରେ ଅୱାମୀ ନାସନାଲ ପାର୍ଟିର ଜଣେ କର୍ମକର୍ତ୍ତାଙ୍କ ମୃତ୍ୟୁ ହୋଇଥିଲା । ବହୁ ପ୍ରଦର୍ଶନକାରୀ ମଧ୍ୟ ଆହତ ହୋଇଛନ୍ତି ।
FIRING
-
ବିରୋଧ ପ୍ରଦର୍ଶନ ବେଳେ ଗୁଳିମାଡ, ଜଣେ ମୃତ
-
ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳି କରି ହତ୍ୟା
ଆଖି ବୁଜିଦେଲେ ଜାପାନର ଲୋକପ୍ରୀୟ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ। ଦୁର୍ବୁତଙ୍କ ଗୁଳି ମାଡର ଶିକାର ହେବା ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟ ଘଟିଛି । ଆସନ୍ତା ରବିବାର ହେବାକୁ ଥିବା ଜାପାନର ଉଚ୍ଚ ସଦନ ନିର୍ବାଚନ। ତାପୂର୍ବରୁ ଶୁକ୍ରବାର ସକାଳ ୮ ଟା ସମୟରେ ନାରା ସହରରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆବେ ଉଦବୋଧନ ଦେଉଥିବା ବେଳେ ଗୁଳିମାଡର ଶିକାର ହୋଇଥିଲେ ସିଞ୍ଜୋ ଆବେ । ର୍ଦୁବୁତ୍ତଙ୍କ ଗୁଳିର ଶିକାର ହେବା ପରେ ଆବେଙ୍କ ବେକରେ ଆଘାତ ଲାଗିଛି ଏବଂ ତାଙ୍କ ଛାତି ଭିତରେ ରକ୍ତସ୍ରାବ ହୋଇଥିଲା । ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ ଏୟାର ଆମ୍ୱୁଲାନ୍ସରେ ଟୋକିଓର ଏକ ହସ୍ପିଟାଲରେ ଭତ୍ତି କରାଯାଇଥିଲା । ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ୱେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ବିୟୋଗ ହୋଇଯାଇଛି । ସେପଟେ ଘଟଣା ସ୍ଥଳରୁ ଜଣେ ୪୧ ବର୍ଷର ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୁଲିସ । ସୂଚନା ଅନୁଯାୟୀ, ଆକ୍ରମଣକାରୀ ଜଣକ ସାମୁଦ୍ରିକ ଆତ୍ମରକ୍ଷା ବାହିନୀର ଜଣେ ସଦସ୍ୟ । ସେ ନାରା ସହରର ବାସିନ୍ଦା ହୋଇଥିବା ତାଙ୍କ ନାମ ଟେଟସୁୟା ୟାମାଗାମି ବୋଲି ଜଣାପଡିଛି। ତେବେ ଆବେଙ୍କ ଉପରେ କାହିଁକି ଗୁଳିମାଡ ହୋଇଛି, ତାହାର କାରଣ ଜଣାପଡି ନାହିଁ। ସିଞ୍ଜୋ ଆବେ ଜାପାନର ଜଣେ ବିଶିଷ୍ଠ ଲୋକପ୍ରୀୟ ନେତା ଥିଲେ । ଗତ ୨୦୦୬-୨୦୦୭ ଏବଂ ୨୦୧୨-୨୦୨୦ ଯାଏଁ ଜାପାନର ପ୍ରଧାନମନ୍ତ୍ରୀ ଥିଲେ। ଜାପାନରେ ସବୁଠାରୁ ଅଧିକ ଦିନ ପ୍ରଧାନମନ୍ତ୍ରୀ ଭାବେ ସେ ଦାୟୀତ୍ୱ ତୁଲାଇଛନ୍ତି। ତାଙ୍କ ବିୟୋଗରେ ଜାପାନରେ ଶୋକର ଛାୟା ଖେଲିଯାଇଛି ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଟ୍ୱୁଟ କରି ଏହି ଆକ୍ରମଣକୁ ନିନ୍ଦା କରିବା ସହ ଗଣତନ୍ତ୍ରରେ ଏଭଳି ହିଂସାର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି। ସେପଟେ ଭାରତରେ ମଧ୍ୟ ସିଞ୍ଜୋଙ୍କ ଉପରେ ହୋଇଥିବା ଆକ୍ରମଣଙ୍କୁ ନେଇ ଶୋକ ପ୍ରକାଶ ପାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତା ଡ. ମନମୋହନ ସିଂ ଦୁଃଖ ପ୍ରକାଶ କରି ଟ୍ୱିଟ କରି କହିଛନ୍ତି ”ମୋର ବନ୍ଧୁ ପୂର୍ବତନ ପ୍ରଧାନମନ୍ତ୍ରୀ ଆବେଙ୍କ ଉପରେ ହୋଇଥିବା ଆକ୍ରମଣରେ ମୁଁ ଅତ୍ୟନ୍ତ ଚକିତ। ମୋର ପ୍ରାର୍ଥନା ତାଙ୍କ ସହ ଏବଂ ତାଙ୍କ ପରିବାରର୍ଗଙ୍କ ସହ ଅଛି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ କରି ସିଞ୍ଜୋ ଆବେଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ନରେନ୍ଦ୍ର ମୋଦି କହିଛନ୍ତି ଯେ, ମୋର ପ୍ରିୟ ବନ୍ଧୁ ସିଞ୍ଜୋ ଆବେଙ୍କ ଉପରେ ହୋଇଥିବା ଆକ୍ରମଣରେ ଦୁଃଖ ପ୍ରକାଶ କରିଛନ୍ତି ପିଏମ ମୋଦୀ।
- ଶୁଭଲକ୍ଷ୍ନୀ ସାହୁଙ୍କ ରିପୋର୍ଟ