FOOD

  • ଭୋଜି ଖାଇ ଜଣେ ମୃତ, ୮ଗୁରୁତର

    କଳାହାଣ୍ଡି: କଳାହାଣ୍ଡି ଲାଞ୍ଜିଗଡ ବ୍ଳକ କଦମଗୁଡା ପଞ୍ଚାୟତ ଵାଲାପଦର ଗାଁରେ ଭୋଜି ଖାଇ ଜଣେ ମୃତ, ୮ଗୁରୁତର। ଲଗାଣ ବର୍ଷା ଏବଂ ଯୋଗାଯୋଗ ବ୍ୟବସ୍ଥା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ମଧ୍ୟ  ଯାଇପାରୁନାହିଁ। ସେହିପରି ସେମେଲପଦର ଗାଁର ବେଣୁଧର ଗଉଡ଼, ବିପ୍ର ମାଝୀ, ଢୁଷା ମାଝୀ, ନେତ୍ରା ମାଝୀ, ସାଏବନୀ ମାଝୀ ଭୋଜି ଖାଇ ଗୁରୁତର ହୋଇଥିଲେ। ସେମେଲପଦର ଗାଁକୁ ରାସ୍ତା ନଥିବାବେଳେ ବାଟରେ ପଡ଼ୁଥିବା ନାଳରେ ପ୍ରଖର ଜଳସ୍ରୋତ ଯୋଗୁଁ ଲୋକେ ଡାକ୍ତରଖାନା ଯାଇପାରୁନଥିବା ଅଭିଯୋଗ ହୋଇଛି। ସେପଟେ ଖବର ସଂଗ୍ରହ କରିବାକୁ ଯାଇଥିବା ଯୁବ ସାମ୍ବାଦିକ ସୁଶୀଲ କୁମାର ବାଗ ଓ  ସାମ୍ବାଦିକ ନିଲେଶ କୁମାର ନାଗ ଗୁରୁତର ବେଣୁଙ୍କୁ ଆମ୍ବୁଲାନ୍ସ ଯାଏଁ ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ବେଣୁକୁ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହାପରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି, ବିଧାୟକଙ୍କ ପ୍ରତିନିଧି, କଦମ୍ବଗୁଡ଼ା ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେହିପରି ମୃତକ ନିରନ ମାଝୀଙ୍କ ପରିବାର ବର୍ଗଙ୍କୁ ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶି ପ୍ରଦାନ କରିଥିଲେ। ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ମଧ୍ୟ ସେହି ଗାଁରେ ସ୍ଥିତି ଅନୁଧ୍ୟାନ କରିଛନ୍ତି।

  • ୧୬ ବର୍ଷ ଧରି ଚାଲିଛି ପୁଷ୍ଟିହୀନତା ମୃତ୍ୟୁର ବିଭୀଷିକା

    ପୁଷ୍ଟିହୀନତାରୁ କଲବଲ ହୋଇ ଶିଶୁଙ୍କ ଜୀବନ ଯାଉଛି। ଅଥଚ ପ୍ରଶାସନ ନୀରବଦ୍ରଷ୍ଟା ହୋଇ ବସିଛି। କେବଳ ଆଜିକାର କଥା ନୁହେଁ। ଗଲା ୧୬ ବର୍ଷ ଧରି ମହାରାଷ୍ଟ୍ରର ମେଲଘାଟରେ ଥିବା ଆଦିବାସୀ ପଡ଼ାରେ ପୁଷ୍ଟିହୀନତାରୁ ମୃତ୍ୟୁର ବିଭୀଷିକା ଜାରି ରହିଛି। କଅଣ କରୁଛନ୍ତି ସରକାର। ଅମରାବତୀ ଜିଲ୍ଲା ପ୍ରଶାସନ କାହିଁକି ଏଥିରେ ଲଗାମ ଲଗାଇପାରୁନି। ଏଭଳି ଶବ୍ଦରେ ବମ୍ୱେ ହାଇକୋର୍ଟ ଚିନ୍ତାପ୍ରକଟ କରିବା ସହ କାହିଁକି ମୃତ୍ୟୁ ସଂଖ୍ୟା ହ୍ରାସ ପାଇନି ବୋଲି ସରକାରଙ୍କୁ ପଚାରିଛନ୍ତି। ପୁଷ୍ଟିହୀନତାରେ ପିଲାଙ୍କ ଜୀବନ ଯାଉଛି କହି ୨୦୦୬ରୁ ଅଦାଲତରେ ଜନସ୍ୱାର୍ଥ ମାମଲା ହେଲାଣି। ସେହିଭଳି ପାଲଘର ଜିଲ୍ଲାରେ ଜଣେ ମାଆ ନିଜର ଦୁଇ ଜାଆଁଳା ଛୁଆଙ୍କୁ ଅକାଳରେ ହରାଇଦେଲା। କାରଣ ବୋଟୋସି ଗାଁରେ କୌଣସି ହସ୍ପିଟାଲ ନଥିଲା। ଏ କଥାକୁ ବି ମୁଖ୍ୟ ବିଚାରପତି ନିଜ ଦୃଷ୍ଟିକୁ ଆଣିଛନ୍ତି। ମୁଖ୍ୟ ବିଚାରପତି ଦିପଙ୍କର ଦତ୍ତା, ଜଷ୍ଟିସ ଏମ.ଏସ. କାର୍ଣ୍ଣିକଙ୍କ ଖଣ୍ଡପୀଠ ଏହାର ଶୁଣାଣୀ କରିଥିଲେ।

    ମେଲଘାଟ ଅଞ୍ଚଳରେ ବିଶେଷଜ୍ଞ ଡାକ୍ତର, ଆବଶ୍ୟକୀୟ ପୁଷ୍ଟିକର ଖାଦ୍ୟ ଯୋଗାଣ ସହ ପିଲା ଓ ଗର୍ଭବତୀଙ୍କ ପାଇଁ ଉପଯୁକ୍ତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାକୁ ଆବେଦନକାରୀ ଅଦାଲତର ହସ୍ତକ୍ଷେପ ଲୋଡ଼ିଥିଲେ। ଆବେଦନକାରୀ ଡକ୍ଚର ରାଜେନ୍ଦ୍ର ବର୍ମାଙ୍କ ଓକିଲ ଜେ.ଟି. ଗିଲଡା କୋର୍ଟକୁ ଜଣାଇଥିଲେ କି, ଜୁଲାଇ ୧୫ରୁ ଅଗଷ୍ଟ ୧୫ ମାସକ ଭିତରେ ଗୋଟିଏ ଗାଁରେ କେବଳ ୧୮ ପିଲାଙ୍କ ମୃତ୍ୟୁ ହୋଇଛି। ଅବଶ୍ୟ ସେ ଅଞ୍ଚଳରେ ଡାକ୍ତର ନିଯୁକ୍ତ ହୋଇଛନ୍ତି। କିନ୍ତୁ ସେମାନଙ୍କ ଭିତରୁ ୫୦ ପ୍ରତିଶତ ଡାକ୍ତର ଡ୍ୟୁଟିରେ ଜଏନ କରିନାହାନ୍ତି। ଯଦିଓ ଡାକ୍ତରଙ୍କୁ ମୋଟା ତଥା ଆକର୍ଷଣୀୟ ଦରମା ଦିଆଯାଉଛି। ଏହାକୁ ଶୁଣି ଜଷ୍ଟିସ କାର୍ଣ୍ଣିକ ଅନୁପସ୍ଥିତ ତଥା ଡ୍ୟୁଟିରେ ଜଏନ କରିନଥିବା ସମସ୍ତ ଡାକ୍ତରଙ୍କ ତାଲିକା ମାଗିଛନ୍ତି। ଯଦି ଏହା ସତ ତେବେ ସାଙ୍ଘାତିକ। କେବଳ ଏତିକି ନୁହେଁ। ଅଧିକାଂଶ ମୃତ୍ୟୁ ପଛରେ ପାଣି ବି ଦାୟୀ ବୋଲି କହିଛନ୍ତି ଆଇନଜୀବି ଗିଲ୍‌ଡା। ବିଶୁଦ୍ଧ ପାଣି ଟିକକ ମିଳୁନି। କାରଣ ପଞ୍ଚାୟତ ଉପରେ ବିଦ୍ୟୁତ୍ ବିଲ୍ ବାକି ଥିବାରୁ ଲାଇନ୍ କଟିଯାଇଛି। ସେଥିଲାଗି ଟ୍ୟାପ୍ ଯୋଗେ ପାଣି ମିଳୁନି। ଆଦିବାସୀ ଅଧିକାର ଉପରେ ଲଢୁଥିବା ଜଣେ ଆକ୍ଟିଭିଷ୍ଟ ବନ୍ଦୁ ସାମପାତ୍ରୋ ସାଣେ କହିଛନ୍ତି କି, ଗଲା ଡିସେମ୍ୱରରୁ ଶିଶୁରୋଗ, ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଆସୁନାହାନ୍ତି।

    କାରଣ ଡାକ୍ତରଙ୍କ ରହିବା ଲାଗି କୌଣସି ସୁବିଧା କରିନି ପ୍ରଶାସନ। ନନ୍ଦୁରବାର ଜିଲ୍ଲାରେ ବି ପୁଷ୍ଟିହୀନତାରୁ ଅନେକ ଶିଶୁ ମରିଛନ୍ତି। ଯେ ପର୍ଯ୍ୟନ୍ତ ମୁମ୍ୱାଇରେ ବସି ଅଫିସର ସମୀକ୍ଷା କରୁଥିବେ ଓ ଗ୍ରାଉଣ୍ଡକୁ ଯାଇନାହାନ୍ତି, ସେଯାଏ ପିଲା ଏମିତି ମରୁଥିବେ ବୋଲି କ୍ଷୋଭର ସହ ଅଦାଲତ ଆଗରେ କହିଛନ୍ତି ଆକ୍ଟିଭିଷ୍ଟ। ଏ ସବୁ ଶୁଣି ଆଡଭୋକେଟ ଜେନେରାଲଙ୍କୁ ଅଦାଲତ ନିର୍ଦେଶ ଦେଇଛନ୍ତି କି, ତୁରନ୍ତ ଏହାକୁ ରୋକିବାକୁ ଦୀର୍ଘମିଆଦୀ ଓ ସ୍ୱଳ୍ପମିଆଦୀ ଖସଡ଼ା ସରକାର ପ୍ରସ୍ତୁତ କରନ୍ତୁ। ମାମଲାର ପରବର୍ତ୍ତୀ ଶୁଣାଣୀ ସେପ୍ଟେମ୍ୱର ୧୨ରେ କରିବାକୁ ଅଦାଲତ ତାରିଖ ଧାର୍ଯ୍ୟ କରିଛନ୍ତି। କିନ୍ତୁ ଏହାରି ଭିତରେ ପୁଷ୍ଟିହୀନତାରୁ ବଢ଼ୁଥିବା ମୃତ୍ୟୁ ସଂଖ୍ୟାକୁ କିଭଳି ତ୍ୱରିତ ରୋକାଯାଇପାରିବ, ସେ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ ସରକାର ବୋଲି ନିର୍ଦେଶ ଦେଇଛନ୍ତି।

    • ପ୍ରଦୀପ ନାୟକଙ୍କ ରିପୋର୍ଟ
  • ପଡୋଶୀ ଦେଶରେ ରାଜନୈତିକ ଅସ୍ଥିରତା

    ଶ୍ରୀଲଙ୍କା ଭୟଙ୍କର ଆର୍ଥିକ ସଂହ୍କଟ ଦେଇ ଗତି କରୁଚି । ଏହାର ପ୍ରଭାବରେ ଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି । ଶ୍ରୀଲଙ୍କାର ଏହି ଭୟଙ୍କର ସଂକଟ ଭିତରେ ପ୍ରଧାନମନ୍ତ୍ରୀ ରନିଲ ବିକ୍ରଂସିଂହେ ନିଜ ପଦ ଛାଡିଛନ୍ତି । ସେହିପରି ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ରାଷ୍ଟ୍ରପତି ଭବନ ଛାଡି କୌଣସି ଗୁପ୍ତ ସ୍ଥାନରେ ଲୁଚିଛନ୍ତି । ଖୁବ ଶ୍ରୀଘ୍ର ସେ ମଧ୍ୟ୍ୟ ନିଜ ପଦରୁ ଇସ୍ତପା ଦେବେ। ଏ ସବୁ ଭିତରେ ସାଧାରଣ ଜନତା ରାଷ୍ଟ୍ରପତି ଭବନକୁ ନିଜ କବଜାକୁ ନେଇଛନ୍ତି । ଏ ସବୁ ଭିତରେ ଜନତା ଙ୍କ ଦୁଖଃକୁ ଅଧିକ ବଡାଇ ଦେଇଛି ଜରୁରୀକାଳିନ ସାମଗ୍ରୀ ଦର ଆକାଶଛୁଁଆ ହୋଇଛି । ଶ୍ରୀଲଙ୍କାରେ ଟମାଟୋ କିଲୋ ୧୫୦, ମୁଳା ଦର ୪୯୦ ଟଙ୍କା, ପିଆଜ ୨୦୦, ଆଳୁ ୨୨୦ ଟଙ୍କାରେ ବିକ୍ରି ହେଉଛି . ଏହି ସବୁ ଦର ବୃଦ୍ଧି ଶ୍ରୀଲଙ୍କାରେ ଖାଦ୍ୟ ସଂଙ୍କଟ ସୃଷ୍ଟି କରିଛି ।

    କେବେଳ ପନିପରିବା ନୁହେଁ ପୁର୍ବରୁ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଥିଲା । ବିଦ୍ୟୁତସେବା ମଧ୍ୟ୍ୟ ବାଧାପ୍ରପ୍ତ ହେଉଛି । ରୁଣ ଭାରରେ ବୁଡ ରହିତିବା ଶ୍ରୀଲଙ୍କାରେ ଏବେ ବିଦେଶୀ ମୁଦ୍ରାର ଘୋର ଅଭାବ । ସ୍ଥିତି ଏପରି ହୋଇଚି ଯେ ପେଟ୍ରୋଲ ପମ୍ପରେ ସେନା ମୁତୟନ କରାଯାଇଛି । ସ୍ବାଧିନତା ପରେ ଏହା ଶ୍ରୀଲଙ୍କା ପାଇଁ ସବୁଠାରୁ ବଡ ସଂଙ୍କଟ ଭାବେ ଉଭା ହୋଇଛି । ୨.୨ କୋଟି ଜନସଂଙ୍ଖ୍ୟା ବିଶିଷ୍ଟ ଶ୍ରୀଲଙ୍କାରେ ଏବେ ଔଷଧ ପାଇଁ ଲୋକ ବିକଳ ହେଉଛନ୍ତି । ଲୋକଙ୍କୁ ରୋଷୋଇ ପାଇଁ କିରୋସିନି ତେଲ କିମ୍ଭା ଏଲପିଜି ସିଲିଣ୍ଡର ମିଳୁନାହିଁ । ଶ୍ରୀଲଙ୍କାରେ ଏବେ ସ୍କୁଲ ଗୁଡିକ ବନ୍ଦ କରାଯାଇଛି । କେବଳ ଜରୁରୀ ସେବା ପାଇଁ ଇନ୍ଧନ ମହଜୁଦ ଅଛି । ପେଟ୍ରୋଲ ଡିଜେଲ ଭୟଙ୍କର ସଂଙ୍କଟ ଯୋଗୁଁ ରୋଗୀ ଡାକ୍ତରଖାନାରେ ପହଞ୍ଚି ପାରୁନାହାଁନ୍ତି । ଟ୍ରେନ ଚଳାଚଳ ସଂଖ୍ୟା କମ କରାଯାଇଛି ଫଳରେ ଲୋକ ମାନେ ବଗି ଉୁପରେ ବସି ଯାତ୍ରା କରୁଛନ୍ତି ।

    • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ
  • ଘୋଡାରେ ଆସିଲେ ଫୁଡ ଡେଲିଭରି ଏଜେଣ୍ଟ

    ଏବେ ଚାରିଆଡେ ଲଗାତାର ବର୍ଷା ହେଉଛି। ଏହି ବର୍ଷା ଯୋଗୁଁ ଅନେକ ଲୋକେ ଘରୁ ବାହାରିବାକୁ ପସନ୍ଦ କରୁନାହାନ୍ତି । କେହି କେହି ଖାଇବା ଅର୍ଡର କରି ପରିବାରଲୋକଙ୍କ ସହ ଖାଇବାକୁ ଭଲପାଇଥାନ୍ତି। ଆଉ କେହି ବର୍ଷାରେ ବୁଲି କୁଲଫି, ମକା ଖାଇବାକୁ ଖୁବ ପସନ୍ଦ କରିଥାନ୍ତି। ତେବେ ଅତ୍ୟଧିକ ବର୍ଷା ଯୋଗୁ ଗାଡିରେ ବୁଲି ଖାଦ୍ୟ ଦେବାକୁ ବହୁ ସମୟ ଲାଗିଥାଏ। ଆଉ ଠିକ ସମୟରେ ଖାଦ୍ୟ ନ ପହଞ୍ଚିଲେ ସମସ୍ତଙ୍କୁ ବିରକ୍ତି ଲାଗିଥାଏ। ଏତିକିବେଳେ ଜଣେ ଡେଲିଭରି ଏଜେଣ୍ଟ ବର୍ଷାରେ ଖୁବ କମ ସମୟରେ କିପରି ଖାଦ୍ୟ ନେଇ ପହଞ୍ଚାଇବେ, ସେନେଇ ଏକ ଅଭିନବ ଉପାୟରେ ଖାଦ୍ୟ ଯୋଗାଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି।
    ତେବେ ମୁମ୍ୱାଇରେ ବର୍ଷା ଦିନରେ ଅତ୍ୟଧିକ ବର୍ଷା ହେବା ଯୋଗୁଁ ରାସ୍ତାରେ ପାଣି ଜମିଥାଏ। ଯିବାଆସିବା କରିବାରେ ବହୁ ଅସୁବିଧା ହେବା ସହ ଟ୍ରାଫିକ ଜାମ ମଧ୍ୟ ହୋଇଥାଏ। ଫଳରେ ଡେଲିଭରି ବୟକୁ ଖାଦ୍ୟ ଯୋଗାଇବାରେ ଅସୁବିଧା ହୋଇଥାଏ। ତେବେ ସେ ହଠାତ ତାଙ୍କ ଗାଡି ଛାଡି ଘୋଡା ଉପରେ ଚଢି ଫୁଡ ଡେଲିଭର କରୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ଟ୍ରାଫିକରେ
    ଗାଡିମାନଙ୍କ ସହ ଅଟକି ରହୁଥିବା ଲୋକମାନେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଘୋଡାରେ ଚଢି ଅର୍ଡର ଦେଇଥିବା ଲୋକଙ୍କ ଘରେ ପହଞ୍ଚିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

    • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ
  • ୫ କିଲୋ ସୁନା ପିନ୍ଧି ଫୁଡ କର୍ଣ୍ଣର ଚଲାନ୍ତି…

    ସୁନା ପିନ୍ଧିବା ଏକ ସୌକ । ସୁନା ପିନ୍ଧିବା ପାଇଁ ସମସ୍ତେ ଭଲ ପାଆନ୍ତି । କିନ୍ତୁ ଦେହରେ ଆଖି ଝଲଶାଇଲା ଭଳି ମାଳ ମାଳ ସୁନା ଦେଖିଲେ ଲାଗିବ ଯେମିତି ଚଳନ୍ତି ଜଗନ୍ନାଥ ସୁନା ବେଶ ହୋଇ ଓହ୍ଲାଇ ଆସିଛନ୍ତି । ଦେଶର ବଭିନ୍ନ ରାଜ୍ୟର ଗୋଲଡ ମ୍ୟାନ ଙ୍କ ଖବର ମିଡିଆ ପ୍ରଚାର ପ୍ରସାର ହୋଇଛି । ଓଡିଶାରେ ସୁନା ପିନ୍ଧିବା ନିଶା ଥିବା ବ୍ୟକ୍ତି ଅଛନ୍ତି । ଫୁଡ କର୍ଣ୍ଣର ଆସୁଥିବା ଲୋକ କିଛି ସମୟ ପାଇଁ ଅଟକି ଯଆନ୍ତି । ସେ ହେଉଛନ୍ତି ଭିଏତନାମ ର 34 ବର୍ଷୀୟ ଡୁ ଗୋ ଥୁଆନ । ଭିଏତନାମ ର ହୋ ଚି ମିନହ୍ ସିଟି ରେ ରହୁଥିବା ଏହି ବ୍ୟକ୍ତି ପ୍ରତ୍ୟକ ଦିନ ୫ କୋଲି ସୁନା ପିନ୍ଧି ଯାତାୟତ କରନ୍ତି । କିନ୍ତୁ ଏଠି କଥା ସମ୍ପୁର୍ଣ ନିଆରା ।

    ୫ କିଲୋ ସୁନା ପିନ୍ଧି ଫୁଡ କର୍ଣ୍ଣର ଚଲାନ୍ତି । ତାଙ୍କ ଫୁଡ କର୍ଣ୍ଣର ଆସୁଥିବା ଲୋକ ଖାଇବା ଅପେକ୍ଷା ତାଙ୍କୁ ଅଧିକ ଦେଖନ୍ତି । ଏତେ ପରିମାଣର ସୁନା ପିନ୍ଧି ସ୍ବତନ୍ତ୍ର ଆର୍କଷଣ ସୃଷ୍ଟି କରନ୍ତି ।ତାଙ୍କୁ ଦେଖିବା ପାଇଁ ଅଧିକ ଲୋକ ଆସନ୍ତି । ଯେଉଁ ମାନେ ଖାଇବାକୁ ଆସନ୍ତି ଖାଇସାରିବା ପରେ ତାଙ୍କ ସହ ଫୋଟୋ ଉଠଇାବର ସୁଯୋଗ ହାତ ଛଡା କରନ୍ତି ନାହିଁ । ସେଲିବ୍ରିଟି ଙ୍କ ସହିତ ଫଟୋ ଉଠାଇବା ପାଇଁ ଲୋକ ମାନଙ୍କ ମଧ୍ୟ୍ୟରେ ଆଗ୍ରହ ଉତ୍ସାହ ଥାଏ ସମାନ କଥା ଜୁ ଗୋ ଥୁଆଲ ଙ୍କ ପାଖରେ ହୋଇଛି । ତାଙ୍କ ଫୁଡ କର୍ନର ପାଇଁ ସହରରେ ଯେତ ପରିଚିତ ନୁହେଁ ସୁନା ପିନ୍ଧିବା ପାଇଁ ସହରରେ ବେଶ ଚର୍ଚ୍ଚା । ସୁନା ପାଇଁ ସହରରେ ତାଙ୍କ ପ୍ରଚାର ଏତେ ହେଉଛି ଯେ ତାଙ୍କର ଫୁଡ କର୍ଣ୍ଣର ବ୍ୟବସାୟ ବୃଦ୍ଧି ପାଉଛି । ବ୍ୟବସାୟୀ ବାବରେ ସେ ଫାଇଦା ଉଠାଉଥିବା ବେଳେ ଲୋକ ମାନେ ଖାଇବା ସହ ଫୋଟୋ ଉଠାଇ ନେଉଛନ୍ତି ।

    • ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ
  • ମନାଲିର ଉଡ଼ନ୍ତା ରେଷ୍ଟୁରାଣ୍ଟ…ଦେଖନ୍ତୁ କଣ ରହିଛି ସୁବିଧା

    ହିମାଚଳ ପ୍ରଦେଶକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ମନାଲିକୁ ବୁଲିବାକୁ ଆସୁଥିବା ଫ୍ଲାଇଙ୍ଗ ରେଷ୍ଟୁରାଣ୍ଟ ରେ ଫ୍ଲାଇଙ୍ଗ ଡାଇନିଙ୍ଗର ମଜା ନେଇପାରିବେ ପର୍ଯ୍ୟଟକ। ଏହି ଫ୍ଲାଇଙ୍ଗ ରେଷ୍ଟୁରାଣ୍ଟ ପ୍ରଥମ କରି ମନାଲିରେ ଖୋଲିଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ସାଜିବ। ଏବେ, ଏଠାକୁ ଯେ କେହି ବି ବୁଲିବାକୁ ଆସୁଥିବା ଲୋକେ ଏହି ଫ୍ଲାଇଙ୍ଗ ଡାଇନିଙ୍ଗର ମଜା ନେବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ଏଥିରେ ସନ୍ଦେହ ନାହିଁ।

    ହିମାଚଳ ପ୍ରଦେଶ ସ୍ଥିତ ମନାଲି ହିଲ ଷ୍ଟେସନ ଖୁବ ସୁନ୍ଦର ଭାବେ ଜଣାଶୁଣା। ଏହି ହିଲ ଷ୍ଟେସନ ଦେଖିବାକୁ ଦେଶ ତଥା ବିଦେଶରୁ ବହୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିବା ବେଳେ ଏଠାକୁ ଥରେ ଯିଏ ଆସିଛି ବାରମ୍ୱାର ଏଠାକୁ ଆସିବାକୁ ପସନ୍ଦ କରିଥାଏ। ଏହାସହ ପାହାଡ, ନଦୀ, ଝରଣା , ଘାଟିରେ ବୁଲିବା ସହ ହୋଟେଲ, ରେଷ୍ଟୁରାଣ୍ଟରେ ରହିବା ଖାଇବାକୁ ମଧ୍ୟ ପସନ୍ଦ କରିଥାନ୍ତି ପର୍ଯ୍ୟଟକ।

    ଏହା ଭିତରୁ ମନାଲି ଫ୍ଲାଇଙ୍ଗ ରେଷ୍ଟୁରାଣ୍ଟ । ଏହି ନାଁଟି ଶୁଣିଲେ ଲାଗୁଛି ସତେ ଯେମିତି ରେଷ୍ଟୁରାଣ୍ଟ ସହ ଉଡିବାକୁ ସୁଯୋଗ ମିଳିବ। ହଁ ଆମେ ଆପଣଙ୍କୁ କହୁଛୁ ଏକ ବିଳାସପୂର୍ଣ୍ଣ ହୋଟଲ ସହ ଉଡିବାର ମଜା ନେଇପାରିବେ ସ୍ଥାନୀୟଲୋକେ ତଥା ପର୍ଯ୍ୟଟକମାନେ। ଏହା ନୂଆ ଭାବେ ଖୋଲା ଯାଇଥିବା ରେଷ୍ଟୁରାଣ୍ଟ, କେବଳ ଖାଇବା ପିଇବା ସହ ରାନିସୁଇ, ଇନ୍ଦ୍ରାକିଲା, ହାମଟା ଏବଂ ରୋହଟାଙ୍ଗର ପାହାଡ ମଧ୍ୟ ଦେଖିପାରିବେ। ୧୭୦ ଫୁଟରୁ ଅଧିକ ଉଚ୍ଚତାରେ ରେସ୍ତୋରାଁଟି ଏକ କ୍ରେନ ସାହାର୍ଯ୍ୟରେ ନିର୍ମିତ ହୋଇଛି ।

    ଏହାକୁ ଦେଖିଲେ ଆକାଶରେ ଉଡିବା ଭଳି ଲାଗିବ। ଏହା ସ୍ଥାନୀୟ ତଥା ପର୍ଯ୍ୟଟକଙ୍କ ପାଇଁ ଅତ୍ୟନ୍ତ ଖୁସି ଆଣି ଦେଇଥିବା ବେଳେ ଏହାର ଖୁବ ମଜା ମଧ୍ୟ ଉଠାଇପାରିବେ । ଏହା ହେଉଛି ହିମାଚଳପ୍ରଦେଶରେ ପ୍ରଥମ ରେଷ୍ଟୁରାଣ୍ଟ। ଏହାକୁ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ଠାକୁର ଉଦଘାଟନ କରିଛନ୍ତି । ଏହି ରେଷ୍ଟୁରାଣ୍ଟ ଖୋଲିବା ଦ୍ବାରା ମନାଲିରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେବା ସହ ପର୍ଯ୍ୟଟନସ୍ଥଳୀରେ ମଧ୍ୟ ଆହୁରି ନାଁ କରିବ। ଯାହା ପର୍ଯ୍ୟଟକଙ୍କ ପାଇଁ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବା ସହ ମାଇଲଖୁଣ୍ଟ ହେବ ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ। ଦେଶରେ ଉଚ୍ଚତାରେ ପ୍ରଥମ ଫ୍ଲାଏ ଡାଇନିଂକୁ ଆରମ୍ଭ କରାଯାଇ ହିମାଚଳ ପ୍ରଦେଶ ପର୍ଯ୍ୟଟନରେ ଏକ ନୂତନ ଅଧ୍ୟାୟ ଯୋଡା ହୋଇଛି। ଗୋଆ ଏବଂ ନୋଏଡା ପରେ ହିମାଚଳରେ ଏହି ଫ୍ଲାଇଂ ଡାଇନିଂ ଦେଶର ତୃତୀୟ ଫ୍ଲାଏ ଡାଇନିଂ ଭାବେ ନିର୍ମାଣ ହୋଇଛି।

    ମନାଲିରେ ପର୍ଯ୍ୟଟକଙ୍କୁ ଉତ୍ସାହିତ କରିବା ପାଇଁ ବହୁ ଉଚ୍ଚରେ ଅର୍ଥାତ ଆକାଶରେ ଖାଇବାର ମଜା ନେବା ସହ ଉଡୁଥିବା ଭଳି ଅନୁଭବ କରିହେବ। ଏହା ପ୍ରାୟ ୯ କୋଟି ଟଙ୍କା ବ୍ୟୟରେ ୨୨୫୦ ମିଟର ଉଚ୍ଚରେ ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି। ଏହା ମନାଲିର ପ୍ରଥମ ଫ୍ଲାଇଙ୍ଗ ରେଷ୍ଟୁରାଣ୍ଟ ଭାବେ ପ୍ରସ୍ତୁତ କରାଯାଇଛି। ଏଥିରେ ୨୪ ଲୋକ ଏକାସାଙ୍ଗରେ ଏହି ଫ୍ଲାଇଙ୍ଗ ରେଷ୍ଟୁରାଣ୍ଟକୁ ଉପଭୋଗ କରିପାରିବେ। ଏହାସହ ୧୭୦ ଫୁଟ ଉଚ୍ଚତାରେ ପ୍ରତ୍ୟକ ବ୍ୟକ୍ତି ୩୯୯୯ ଟଙ୍କାରେ ମଧ୍ୟାହ୍ନ ଭୋଜନ କିମ୍ୱା ରାତ୍ରୀ ଭୋଜନ କରିପାରିବେ ବୋଲି କହିଛନ୍ତି ରେଷ୍ଟୁରାଣ୍ଟ ମାଲିକ ଦମନ କପୁର। ସେପଟେ ପର୍ଯ୍ୟଟନକୁ ଆହୁରି ଆକର୍ଷଣୀୟ କରିବାକୁ ରାଜ୍ୟ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ମନାଲି ଗାଁରେ ପ୍ରକୃତି ପାର୍କ ମଧ୍ୟ ଆଜି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି।

Back to top button