forest officer

  • ହାତୀ ମୃତ୍ୟୁ ଘଟଣାରେ ୨ ନିଲମ୍ୱିତ

    କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜ ଜୁଡିଆ ସ୍ଥିତ  କୃଷି ବିଜ୍ଞାନ କେନ୍ଦ୍ରରେ ବିଦ୍ୟୁତ ତାର ଲାଗି ଦୁଇ ମାଈ ହାତୀ ମୃତ ଘଟଣା। ହାତୀ ମୃତ୍ୟୁ ପାଇଁ କାର୍ଯ୍ୟରେ ଅବହେଳା ଯୋଗୁଁ ଫରେଷ୍ଟର ଓ ପ୍ରଦୀପ ବାରିକ ଓ ଫରେଷ୍ଟ ଗାର୍ଡ ମିତ୍ରଭାନୁ ନାଏକଙ୍କୁ ନିଲମ୍ବନ କରିଛନ୍ତି ଆରସିସିଏଫ ଅରୁଣ କୁମାର ମିଶ୍ର। ଏହାସହ ବିଦ୍ୟୁତ ବିଭାଗକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବା କେନ୍ଦୁଝର ଡିଏଫଓ ସୂଚନା ଦେଇଛନ୍ତି। ଚଳିତ ମାସ ୨୫ ତାରିଖ ଭୋର ସମୟରେ ୯ଟିକିଆ ଏକ ହାତୀ ପଲ କୃଷି ବିଜ୍ଞାନ କେନ୍ଦ୍ର ର ପରିସରକୁ ପଶି ବିଦ୍ୟୁତ ତାର ସଂସ୍ପର୍ଶରେ ୨ଟି ମାଈ ହାତୀଙ୍କର ମୃତ୍ୟୁ ହୋଇଥିଲା।

  • ପୁଣି ହାତୀ ମୃତ୍ୟୁ

    ଢେଙ୍କାନାଳ: ଅସୁରକ୍ଷିତ ଅବସ୍ଥାରେ ଗଜାନନ। କେଉଁଠାରେ ଲୋକମାନଙ୍କ ଶିକାରରେ ହାତୀଙ୍କ ମୃତ୍ୟୁ ଘଟିଛି ତ ଆଉ କେଉଁଠି ଖାଦ୍ୟ ଅନସନରେ ଆସିଥିବା ହାତୀର କରେଣ୍ଟ ସର୍ଟସର୍କିଟ ଲାଗି ମୃତ୍ୟୁ ଘଟୁଛି। ତେବେ ପ୍ରତିଦିନ ହାତୀ ମୃତ୍ୟୁର ଘଟଣା ସାମ୍ନାକୁ ଆସୁଥିବା ବେଳେ ଢେଙ୍କାନାଳ କାମାକ୍ଷାନଗରରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। ମହାବିରୋଡ଼ ରେଞ୍ଜ ଖଇରମୁଣ୍ଡା ଜଙ୍ଗଲ ନିକଟରେ ମାଈ ହାତୀର  ମୃତ୍ୟୁ ହୋଇଛି। ମୃତ ହିତୀର ବୟସ ୨୫ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଏନେଇ ବନବିଭାଗ ତଦନ୍ତ କରିଥିବାବେଳେ ମୃତ୍ୟୁର କାରଣ ଅଷ୍ପଟ ରହିଛି। ତେବେ ଶବ ବ୍ୟେବଚ୍ଛେଦ ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।

  • ବିଦ୍ୟୁତ୍ ତାର ଲାଗି ଦୁଇ ମାଈ ହାତୀ ମୃତ

    କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅଭାବନୀୟ ଘଟଣା। ବିଦ୍ୟୁତ୍  ତାର ଲାଗି ଦୁଇ ମାଈହାତୀ ମୃତ। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚିଛନ୍ତି। ତେବେ ହାତୀ ଦୁଇଙ୍କର ମୃତ୍ୟୁ କିପରି ଏବଂ କେଉଁ ପରିସ୍ଥିତିରେ ବିଦ୍ୟୁତ୍  ତାରରେ ଲାଗିଲା, ତାହାର ଖୋଳତାଡ ଚାଲିଛି।

Back to top button