fraudulent religious change

  • ଲୋଭରେ ଧର୍ମ ପରିବର୍ତ୍ତନ: କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ନୋଟିସ

    ନୂଆଦିଲ୍ଲୀ: କଳେ ବଳେ କୌଶଳରେ ଧର୍ମ ପରିବର୍ତ୍ତନ ଉପରେ ରୋକ ଲଗାଇବାକୁ କଠୋର ଆଇନ ଦାବିରେ ହୋଇଥିବା ଯାଚିକାର ସୁପ୍ରିମ କୋର୍ଟ ଶୁଣାଣି କରିଛନ୍ତି। ଏହି ମାମଲାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ କୋର୍ଟ। ଜଷ୍ଟିସ ଏମ ଆର ସାହ ଓ କ୍ରିଷ୍ଣା ମୁରାରିଙ୍କ ଦୁଇ ଜଣିଆ ଖଣ୍ଡପୀଠ କେନ୍ଦ୍ର, ଗୃହ ବିଭାଗ ଓ ଆଇନ ମନ୍ତ୍ରଣାଳୟକୁ ଏହାକୁ ନେଇ ନୋଟିସ କରିଛନ୍ତି। ଆସନ୍ତା ନଭେମ୍ବର ୧୪ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

    ଓକିଲ ଅଶ୍ବିନୀ କୁମାର ଉପାଧ୍ୟାୟଙ୍କ ଦ୍ବାରା ଦାୟର ଏକ ଯାଚିକା ଦାୟର ହୋଇଥିଲା। ଯାଚିକାକର୍ତ୍ତା ଦେଶରେ ଲୋଭ, ଭୟ, ବଳପୂର୍ବକ ବୃଦ୍ଧି ପାଉଥିବା ଧର୍ମ ପରିବର୍ତ୍ତନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ମିଥ୍ୟା ପ୍ରଣୋଦିତ ଧର୍ମ ପରିବର୍ତ୍ତନ ଉପରେ ଅଙ୍କୁଶ ଲଗାଇବାକୁ ଯାଚିକା କର୍ତ୍ତା କଠୋର ଆଇନ ପ୍ରଣୟନ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାକୁ ଅପିଲ କରିଥିଲେ।

    ବିଭିନ୍ନ କାରଣ ପାଇଁ ଧର୍ମ ପରିବର୍ତ୍ତନକୁ ଦେଶବ୍ୟାପୀ ଏକ ବିରାଟ ସମସ୍ୟା ଭାବେ ବର୍ଣ୍ଣନା କରି ଏହା ଉପରେ ତୁରନ୍ତ ନିୟନ୍ତ୍ରଣ ଆଣିବାକୁ ଉପାଧ୍ୟାୟ ଉଲ୍ଲେଖ କରିଥିଲେ। ଏଥିରେ ଭାରତର ଆଇନ ଆୟୋଗଙ୍କୁ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଓ ଭୟ ତଥା ଲୋଭ ପରବସ ହୋଇ ଧର୍ମ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବାକୁ ବିଲ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେବାକୁ ଉପାଧ୍ୟାୟ ଅପିଲ କରିଥିଲେ।

Back to top button