gajapati

  • ଥାନାରେ ପଶିଲେ, ଯାହା ପାଇଲେ ଭାଙ୍ଗିଲେ

    ଗଜପତି: ଗଜପତି ଜିଲ୍ଲା ଅଡବା ଥାନା ଭିତରେ ଶତାଧିକ ଆଦିବାସୀଙ୍କ ତାଣ୍ଡବ ଲୀଳା। ଗାଁର ଜଣେ ବ୍ୟକ୍ତିଙ୍କୁ ବିନା ଦୋଷରେ ପୁଲିସ ଉଠାଇବାକୁ ବିରୋଧ କରି ଗ୍ରାମବାସୀ ତାତିଛନ୍ତି। ଏହାକୁ ନେଇ ବିଡିଓ ଓ ସ୍ଥାନୀୟ ଅଧିକାରୀ ଆସି ବୁଝାସୁଝା କରିଛନ୍ତି।

    ବଡବା ଥାନା ଅଧୀନ ଝରଣପୁରୁ ଗାଁର ବିଶ୍ବନାଥ ଭୁୟାଁଙ୍କୁ ପୁଲିସ ବିନା ଦୋଷରେ ବେଆଇନ ଭାବେ ଉଠାଇ ଆଣିଥିଲା ଓ ତାଙ୍କ ନାମରେ ମିଛ ମାମଲା ରୁଜୁ କରିଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଦେଖା ଦେଇଥିଲା ଅସନ୍ତୋଷ। ପୁଲିସର ମନମୁଖୀ କାର୍ଯ୍ୟକୁ ବୁରୋଧ କରି ଆଦିବାସୀମାନେ ମେଳି ହୋଇ ଥାନା ଭିତରେ ପଶିବା ରଚାଇଥିଲେ ତାଣ୍ଡବ।

    ଥାନାର ଆସଭାବପତ୍ର, କମ୍ପ୍ୟୁଟର, ଲାପଟପ ଆଦି ଭାଙ୍ଗି ଦେଇଥିଲେ। ଆଦିବାସୀଙ୍କ ସଂଘବଦ୍ଧ ଆକ୍ରମଣକୁ ଦେଖି ଥାନାର ସବୁ କର୍ମଚାରୀ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ତେବେ ଆଜି ଘଟଣା ସମ୍ପର୍କରେ ଜଣା ପଡିବା ପରେ ବିଡିଓ ତଥା ଉପରିସ୍ଥ ଅଧିକାରୀ ଲୋକଙ୍କୁ ବୁଝାଶୁଝା କରିବାରେ ଲାଗିଛନ୍ତି। ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିବାକୁ କହିଛନ୍ତି।

  • ସୁନିଆଁରେ ଗଜପତିଙ୍କ ଦେବାର୍ଚ୍ଚନା

    ପୁରୀ:   ଆଜି ପବିତ୍ର ସୁନିଆଁ । ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର 1430 ସାଲ 65 ଅଙ୍କର ପ୍ରବେଶ ହୋଇଛି। ଏହି ଅବସରରେ ଆଜି ସନ୍ଧ୍ୟାରେ ପୁରୀ ଗଜପତିଙ୍କ ଶ୍ରୀନଅରରେ ସୁନିଆଁ ଉତ୍ସବ ପାଳିତ ହେବ ।

    ସୁନିଆଁରେ ଜାତକ ଓ ପାଞ୍ଜି ଅଙ୍କ ଗଣନାର ରହିଛି ବିଶେଷ ମହତ୍ୱ। ସୁନିଆଁ ଅବସରରେ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯିବ । କନକଦୂର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ ,ନୃସିଂହ ଆଦି ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରିବେ ଗଜପତି ମହାରାଜ ।

    ଗଜପତିଙ୍କର ଏହି ପୂଜାକୁ ଦେବାର୍ଚ୍ଚନା କୁହାଯାଏ। ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଶ୍ରୀନଅରରେ ସୁନିଆଁର ବିଶେଷ ପର୍ବ ଆରମ୍ଭ ହେବ । ଗଜପତିଙ୍କ ଉପସ୍ଥିତିରେ ଶ୍ରୀନଅରରେ ଅଙ୍କ କଟା ନୀତି ସମ୍ପାଦନ କରାଯିବ । ଏହି ଅବସରରେ ଶ୍ରୀନଅର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯିବ ।  ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବା ଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନଅର କରଣ ପ୍ରଚଳନ କରାଇବା ସହ ଗଜପତି ମହାରାଜ ଏହାକୁ ଘୋଷଣା କରିବେ ।

  • ଡେଙ୍ଗୁ ଆକ୍ରାନ୍ତକୁ ନେଇ ରେକର୍ଡ କରିବ ଗଜପତି!

    ଗଜପତି: ବର୍ଷା ସାଙ୍ଗକୁ ସହରରେ ସ୍ବଚ୍ଛତା ଦିଗରେ ଯେତିକି ପ୍ରଚେଷ୍ଟା ଆବଶ୍ୟକ ଥିଲା ସେତିକି ହୋଇପାରିନାହିଁ । ଯାହାଫଳରେ ମେଲେରିଆ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ଗଜପତି ଜିଲ୍ଲା ଡେଙ୍ଗୁର ନୂଆ ରେକର୍ଡ କରିବାକୁ ଯାଉଛି । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପ୍ରଶାସନର ନିଦ ହଜାଇଦେଲାଣି।        

    ଗଜପତି ଜିଲ୍ଲା ମୋହନାରେ ଡେଙ୍ଗୁ ଆତଙ୍କ। ଡେଙ୍ଗୁ ରୋଗର ବାହକ ଏଡିଶ ମଶାର ଯେମିତି ପ୍ରଜନନ କେନ୍ଦ୍ର ପାଲଟିଛି। ଘରେ ଘରେ ଏବେ ଡେଙ୍ଗୁ ରୋଗୀ କହିଲେ ଭୁଲ୍ ହେବନି। ସ୍ୱାସ୍ଥ୍ୟ ବିଭାଗ ପାଖରେ ୧୯ ଜଣ ଡେଙ୍ଗୁ ରୋଚୀ ଚିହ୍ନଟ ଖବର ଥିଲା ବେଳେ ବାସ୍ତବରେ ଅଧିକାଂଶ ଡେଙ୍ଗୁ ରୋଗୀ ପଡୋଶୀ ଆନ୍ଧ୍ରପ୍ରଦେଶକୁ ଚିକିତ୍ସା ପାଇଁ ଯାଇଛନ୍ତି। ଆଉ ଅନେକ ଫାର୍ସାସିଷ୍ଟ ଓ କ୍ୱାକ୍ ଙ୍କୁ ଦେଖାଇ ଚିକିତ୍ସିତ ହେଉଥିଲା ବେଳେ ଆଉ କିଛି ରୋଗୀ ନିଜ ଭାଗ୍ୟକୁ ଆଦରି ଘରେ ପଡ଼ିଛନ୍ତି।

    ପାରଳାଖେମୁଣ୍ଡି ସମେତ କାଶୀନଗର ଏନଏସି ଓ ବିଭିନ୍ନ  ବ୍ଲକରେ ଏବେ ଡେଙ୍ଗୁ ମାଡ଼ିଚାଲିଛି। ପୌରପାଳିକା ମଶାମରା ଧୂଆଁ ମେସିନ ବ୍ୟବହାର କରୁଛି ସତ। ସ୍ୱଛତା ଉପରେ ଲୋକଙ୍କୁ ସଚେତନ କରାଉଛି। ହେଲେ ଏହାର ପ୍ରଭାବ ପଡୁନି।

    ଡେଙ୍ଗୁ କାୟା ମେଲାଇଛି। ଏଭଳି ସ୍ଥଳେ ସ୍ଥିତିକୁ ତ୍ୱରିତ ନିୟନ୍ତ୍ରଣ ଆଣିବା ପ୍ରଶାସନ ଲାଗି ବଡ଼ ଟାସ୍କ ସାଜିଛି।

    ନାଗେଶ୍ୱର ମହାପାତ୍ରଙ୍କ ରିପୋର୍ଟ

Back to top button