ganja seize

  • ଦିନରେ ୨୪୮୪ ଗ୍ରାମ ହିରୋଇନ୍, ୧୧୦୩ କିଲୋ ଗଞ୍ଜେଇ ଜବତ

    ୧୦ ଭୁବନେଶ୍ବର: ପାର୍ବଣ ପାଇଁ ନିଶା କାରବାର ଉପରେ  ଅବକାରୀ ବିଭାଗର କଡା ନଜର।  ବିଭାଗ ପକ୍ଷରୁ ଘନଘନ ଚଢାଉ ଚାଲିଛି। ଗତ ୧୦ ଦିନରେ ୮ କୋଟି ୨୭ ଲକ୍ଷ ଟଙ୍କାର ନିଶା ସାମଗ୍ରୀ ଜବତ ହେଲାଣି। ୨୪୮୪ ଗ୍ରାମ ହିରୋଇନ୍, ୧୧୦୩ କିଲୋ ଗଞ୍ଜେଇ, ୫୨ ଲିଟର କଫ ସିରଫ ଜବତ କଲାଣି ଅବକାରୀ ବିଭାଗ। ଅବକାରୀ ଚଢାଉରେ ୯୧ ଟି ମାମଲା ରୁଜୁ ହେଇଥିବା ବେଳେ ୯୯ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଅବକାରୀ ଡେପୁଟି କମିସନର ରାମଚନ୍ଦ୍ର ମିଶ୍ର।

    ସେହିଭଳି ନକଲି ମଦ ବିକ୍ରିକୁ ନେଇ ୬୩ଟି ମାମଲା ରୁଜୁ ହେଇଥିବା ବେଳେ ୬୪ ଜଣ ଗିରଫ ହେଇଛନ୍ତି। ୧୪୧୮ ଲିଟର ବିଦେଶୀ ନକଲି ମଦ, ୯୦୫ ଲିଟର ସ୍ପିରିଟ , ୧୪୭ଟି ଗାଡି ଜବତ ହେଇଛି। ନିଶା ମାଫିଆଙ୍କ ପ୍ରତି ଜିରୋ ଟଲେରେନ୍ସ ନୀତି ନେଇ ଆକ୍ଟିଭ ରହିଛି ବିଭାଗ।

  • ବରମୁଣ୍ଡା ବସଷ୍ଟାଣ୍ଡରୁ ୫୦.୧ କେଜି ଗଞ୍ଜେଇ ଜବତ

    ଭୁବନେଶ୍ବର: ଶନିବାର ଭୋର ସମୟରେ ପୁଲିସ ହାତରେ ୪ ଗଞ୍ଜେଇ ଚାଲାଣକାରୀ। ସେମାନଙ୍କ ନିକଟରୁ ୫୦.୧ କେଜି ଗଞ୍ଜେଇ ଜବତ ହୋଇଥିବା ସହ ୩ଟି କେଶ ହୋଇଛି। ବରମୁଣ୍ଡା ବସଷ୍ଟାଣ୍ଡରୁ ଏହି ଗଞ୍ଜେଇ ଚାଲାଣ ବେଳେ ପୁଲିସ ଯୋଜନାକୁ ପଣ୍ଡ କରିଛି।

    ଶନିବାର ସକାଳ ପ୍ରାୟ ୫ଟା ୩୦ ମିନିଟ ସମୟରେ ବରମୁଣ୍ଡା ବସ ଷ୍ଟାଣ୍ଡ ନିକଟରେ ପୁଲିସ ପାଟ୍ରୋଲିଙ୍ଗ ବେଳେ ପୁଲିସ ନିୟମିତ ଯାଞ୍ଚ ହୋଇଥିଲା। ଯାଞ୍ଚ କାଳରେ ମୋଟ ୫୦.୧ କେଜି ଗଞ୍ଜେଇ ପାଇଥିଲା ପୁଲିସ। ସେବୁକୁ ନେଉଥିବା ରଘୁନାଥ କର (୨୮)ଠାରୁ ୧୫.୬କେଜି, ସରୋଜ ନାୟକ (୩୨)ଠାରୁ ୧୬ କେଜି, ବିପିନ ନାୟକ (୩୭) ଓ ଜିତୁ ଦଣ୍ଡସେନା (୨୨)ଠାରୁ ୧୮.୫ କେଜି ଗଞ୍ଜେଇ ଜବତ କରିଛି ପୁଲିସ। ଏନେଇ ୩ଟି ପୃଥକ ଏନଡିପିଏସ ମାମଲା ଦାୟର ହୋଇଛି।

    ଆଗକୁ ପୂଜା ଥିବାରୁ କମିଶନରେଟ ପୁଲିସ ପକ୍ଷରୁ ଟ୍ବିନ ସିଟିରେ ନିଶା କାରବାର ରୋକିବାକୁ, ଅପରାଧ ନିୟନ୍ତ୍ରଣ କରିବାକୁ ଘନ ଘନ ରେଡ ଜାରି ରହିଛି। ବିଭିନ୍ନ ସ୍ଥାନରେ, ଭିନ୍ନ ଭିନ୍ନ ସମୟରେ ପୁଲିସ ଅତର୍କିତ ଚଢାଉ ଚଳାଇଛି।

  • ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ରୁପା ଇଟା

    କଟକ: ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ରୁପା ଇଟା। କଟକ ଟାଙ୍ଗୀ ଟୋଲ ଗେଟ ନିକଟରେ ଗୁଇନ୍ଦା ବିଭାଗ ଗଞ୍ଜେଇ ଚୋରା ଚାଲାଣ ଖବର ପାଇ କରାଯାଇଥିଲା ଚଢ଼ାଉପାଇଁ । କିନ୍ତୁ ଯାଞ୍ଚ ବେଳେ କାରର ଗୁପ୍ତ ଚାମ୍ୱରରୁ ମିଳିଥିଲା ରୁପା ଇଟା, ଅଳଙ୍କାର ସହ ଟଙ୍କା। ସେପଟେ ଗୁଇନ୍ଦା ବିଭାଗ ତଦନ୍ତ ପରିସର ବାହାରେ ଥିବାରୁ  ଜି ଏସ ଟି ବିଭାଗ କୁ ମାମଲା କରାଯାଇଛି ହସ୍ତାନ୍ତର ।

    ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ରୁପା ଇଟା । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଟାଙ୍ଗୀ ଟୋଲ ଗେଟ ନିକଟରେ। ପ୍ରଥମେ ଗୁଇନ୍ଦା ବିଭାଗକୁ ଗଞ୍ଜେଇ ଚୋରା ଚାଲଣର ନେଇ ମିଳିଲା ଖବର । ତେବେ କାରର ଗୁପ୍ତ ଚ୍ୟାମ୍ୱରରେ ରୁପା ଇଟା, ଅଳଙ୍କାର ଓ ଟଙ୍କା ରହିଥିଲା । ୧୧ ଲକ୍ଷ ୯୦ ହଜାର  ଟଙ୍କାର ଥିବା ବେଳେ, ୪୭ ଟି ରୁପାଇଟା ସହିତ ୧୪ ପ୍ୟାକେଟ ରୁପା ଗହଣା ଜବତ କରାଯାଇଥିବାବେଳେ ଏହି ଘଟଣାରେ ଡ୍ରାଇଭର ସମେତ ଦୁଇଜଣଙ୍କୁ ଅଟକ ରଖାଯାଇଛି ।

    ସେପଟେ ଏହି ଘଟଣାକୁ ନେଇ ଗାଡି ଡ୍ରାଇଭର କହିବା କଥା ମାଲିକ କହିବା ଅନୁଯାୟୀ ସେ କେବଳ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ମାଲ ପହଞ୍ଚାଇ ଥାଏ । ଗାଡ଼ିରେ କଣ ଅଛି ତା ପାଖରେ ସୂଚନା ନଥାଏ  । ସବୁଠାରୁ ବଡ଼ କଥା ହେଲା ସମ୍ପୃକ୍ତ ଡ୍ରାଇଭର ଆଗରୁ ମଧ୍ୟ ଏଭଳି ମାଲ ନେଇ ପହଂଚାଇଛି ।ସେପଟେ ଏହି ଘଟଣାରେ ଜିଏସଟି ଅଧିକାରୀ ମାନେ ଅବକାରୀ କାର୍ଯ୍ୟାଳୟରେ ପହଞ୍ଚି ଜବତ ସାମଗ୍ରୀକୁ ଆକଳନ କରିବା ସହିତ ଅଧିକ ତଦନ୍ତ ଚଳାଇଛି ।

    ଦୀପ୍ତିରଞ୍ଜନ ଶତପଥୀଙ୍କ ରିପୋର୍ଟ

  • ବିପୁଳ ପରିମାଣର ଗଞ୍ଜେଇ ଜବତ

    ଜୟପୁର: ଜୟପୁର ସଦର ପୋଲିସକୁ ବଡ଼ ସଫଳତା । ବିପୁଳ ପରିମାଣର ଗଂଜେଇ ଜବତ କରିଛି ପୋଲିସ। ଜବତ ଗଂଜେଇର ପରିମାଣ ୬୧୫ କିଲୋ ହୋଇଥିବା ବେଳେ ଗଞ୍ଜେଇର ବଜାର ମୂଲ୍ୟ ୬୧ ଲକ୍ଷ ୫୦ ହଜାର ଟଙ୍କା ହୋଇଥିବା କହିଛନ୍ତି ଅରୁପ ଅଭିଶେକ ବେହେରା, ଏସଡିପିଓ, ଜୟପୁର ।

    ଏହି ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୨ ଜଣ ବ୍ୟକ୍ତି ପୋଲିସକୁ ଚକମା ଦେଇ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି। ଗିରଫ ବ୍ୟକ୍ତି ମାନଙ୍କ ଘର ବିହାରରେ ହୋଇଥିବା ସୂଚନା । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ପିକ୍ ଅପ୍ ଭ୍ୟାନ ଓ ଇନୋଭା କାର ମଧ୍ୟ ଜବତ ହୋଇଛି। ସେହିପରି OPTC ଗୋଦାମରୁ ବିଭିନ୍ନ ସାମଗ୍ରୀ ଚୋରି କରିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିଛି ପୋଲିସ।

Back to top button