giraffe day

  • ଆଜି ବିଶ୍ୱ ଜିରାଫ ଦିବସ…ଜାଣନ୍ତୁ ଏହାର ତାପ୍ତର୍ଯ୍ୟ

    ଆଜି ବିଶ୍ୱ ଜିରାଫ ଦିବସ। ପୃଥିବୀର ସବୁଠାରୁ ଆଶ୍ଚର୍ଯ୍ୟଜନକ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ ଜିରାଫ। ସେମାନେ କେବଳ ଆଫ୍ରିକାରେ ସୀମିତ ନୁହଁନ୍ତି। ହେଲେ ଏହା ଏବେ ସମଗ୍ର ବିଶ୍ୱରୁ ଧିରେଧିରେ ଲୋପ ପାଇବାକୁ ବସିଲାଣି ଏହି ସୁନ୍ଦର ବନ୍ୟପ୍ରାଣୀ। ତେବେ ଏହି ସୁନ୍ଦର ବନ୍ୟପ୍ରାଣୀର ସୁରକ୍ଷା ପାଇଁ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରିବାକୁ, ପ୍ରତିବର୍ଷ ଜୁନ ୨୧ ତାରିଖକୁ ବିଶ୍ୱ ଜିରାଫ ଦିବସ ଭାବେ ପାଳନ କରାଯାଉଛି। ତେବେ ବିଶ୍ୱ ଜିରାଫ ଦିବସରେ ଲୋକମାନେ ଜିରାଫର ମହତ୍ତ୍ୱ ଏବଂ ଇକୋସିଷ୍ଟମରେ ସେମାନଙ୍କର ଭୂମିକା ବିଷୟରେ ଜାଣିପାରିବେ। ଜିରାଫ ହେଉଛି ଏକ ପ୍ରଜାତି। ଲମ୍ୱା ବେକ, ହାଲୁକା ଗୋଡ, ଏବଂ ଶରୀରରେ ସୁନ୍ଦର ଦାଗ ଥିବା ଏହା ଏକ ଚମତ୍କାର ପ୍ରାଣୀ। ୟାହା ବିପଦରେ ପଡିଥିବା ବେଳେ ଗତ ୩୦ ବର୍ଷ ମଧ୍ୟରେ ସେମାନଙ୍କ ସଂଖ୍ୟା ୬୦ ପ୍ରତିଶତ ହ୍ରାସ ପାଇଛି।

    ବିଗତ କିଛି ବର୍ଷ ମଧ୍ୟରେ ଜିରାଫ ସଂଖ୍ୟା ହ୍ରାସ ପାଉଥିବା ବନ୍ୟଜନ୍ତୁ ସଂରକ୍ଷଣ ବିଶେଷଜ୍ଞ ଜାଣିବାକୁ ପାଇଲେ। ମାନବ ବସତି ବୃଦ୍ଧି ଏବଂ ଦେଶୀ ବାସସ୍ଥାନ ହରାଇବା ହେଉଛି ଜିରାଫ ସଂଖ୍ୟା କମିବାର ପ୍ରମୁଖ କାରଣ। ଏବେ ଏହି ପ୍ରାଣୀ ବିପଦରେ ଥିବାବେଳେ , ସମଗ୍ର ବିଶ୍ୱରେ ଜିରାଫ ଏବଂ ସେମାନଙ୍କର ବାସସ୍ଥାନକୁ ସୁରକ୍ଷା ଦେବା ପାଇଁ ଜିରାଫ ସଂରକ୍ଷଣ ଫାଉଣ୍ଡସେନ ଦ୍ୱାରା ବିଶ୍ୱ ଜିରାଫ ଦିବସ ଆରମ୍ଭ ହୋଇଥିଲା।ଜିରାଫ ର ବିଲୁପ୍ତି ହେଲେ ବନ୍ୟଜନ୍ତୁଙ୍କ ପାଇଁ ଏକ ବଡ କ୍ଷତି ହେବ। ସେଥିପାଇଁ ଆମେ ସମସ୍ତେ ପରିବେଶ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

    ଜିରାଫ କେବଳ ଏହା ଏକ ବନ୍ଧୁତ୍ୱପୂର୍ଣ୍ଣ ପଶୁ ନୁହେଁ ବରଂ ଏହା ସମସ୍ତଙ୍କ ପାଇଁ ଏକ ପ୍ରେରଣା। ଏହାର ଆକର୍ଷଣୀୟ ରୂପ, ମାଂସପେଶୀ ଶରୀର ଏବଂ ଏହା କିପରି ବନ୍ୟଜନ୍ତୁରେ ବଞ୍ଚିଥାଏ ସେନେଇ ପ୍ରତ୍ୟକଙ୍କୁ ପ୍ରତ୍ୟକ ପରିସ୍ଥିତିରେ ଶକ୍ତିଶାଳୀ ହେବାକୁ ପ୍ରେରଣା ଦେଇଥାଏ। ତେଣୁ ପ୍ରତିବର୍ଷ ଜୁନ ୨୧ରେ ବିଶ୍ୱ ଜିରାଫ ଦିବସ ପାଳନ କରିବାକୁ ଜିସିଏଫ ୨୦୧୪ରେ ପଦକ୍ଷେପ ନେଇଥିଲା। ପ୍ରଥମ ଥର ପାଇଁ ୨୦୧୪ରେ ବିଶ୍ୱ ଜିରାଫ ଦିବସ ପାଳନ କରିଥିଲା ଜିସିଏଫ। ୨୧ ଜୁନ ହେଉଛି ଉତ୍ତର ଗୋଲାର୍ଦ୍ଧରେ ବର୍ଷର ସବୁଠାରୁ ଲମ୍ୱା ଦିନ ବୋଲି ଜିସିଏଫ ଏହି ଦିନକୁ ବାଛିଥିଲା।

    ତେବେ ଏହି ମହାନ ଜୀବକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମଗୁଡିକ ଆୟୋଜନ କରୁଛନ୍ତି।
    ଅନ୍ୟପଟେ ନନ୍ଦନକାନନରେ ଥିବା ଖୁସି ଦୀର୍ଘ ବର୍ଷ ହେବ ନିଜ ଖୁଆଡରେ ଏକା ଜୀବନ କାଟୁଛି। ଦୁଇ ଦୁଇ ଥର ନନ୍ଦନକାନନ କର୍ତ୍ତୃପକ୍ଷ ତା ପାଇଁ ଜୀବନ ସାଥୀଟିଏ ଆଣିବାକୁ ଯୋଜନା କରିଥିଲେ ସୁଦ୍ଧା କୌଣସି ସଫଳ ମିଳିପାରିନାହିଁ। ଦୁଇଟି ଅଣ୍ଡିରା ଜିରାଫ ନନ୍ଦକାନନକୁ ଆସିଥିଲେ ବି ସେମାନେ ଏଠାରେ ବଞ୍ଚିନଥିଲେ। ଏବେ ପୁଣି ତା ପାଇଁ ସାଥୀ ଆଣିବାକୁ ଯୋଜନା କରିଛନ୍ତି କର୍ତ୍ତୃପକ୍ଷ।

    • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ
Back to top button