GOAN FIRING

  • ବାର ଭିତରେ ଗୁଳିମାଡ: ୧୪ ମୃତ

    ଜୋହନ୍ସ ବର୍ଗ: ବାର୍‌ରେ ଫୁଟିଲା ଗୁଳି । ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର । ସାଉଥ ଆଫ୍ରିକା ସୋବେଟ ସିଟିର ଜୋହନ୍ସବର୍ଗ ନିକଟରେ ଥିବା ଏକ ବାର୍‌ରେ କେହି ଜଣେ ଅଜ୍ଞାତ ବ୍ୟକ୍ତି ଗୁଳି ଚଳାଇଛନ୍ତି । ଏଭଳି ଘଟଣା ରବିବାର ୧୨ ଟା ୩୦ ମିନିଟରେ ହୋଇଥିବା ସୂଚନା ମିଳିଛି । ଆନ୍ତ୍ରଜାତୀୟ ଗଣମାଧ୍ୟମ ଏହି ସୂଚନା ଦେଇଛି ।

    ସୂଚନା ଆଧାରରେ ସ୍ବେଟା ଟାଉନସିପ୍ ନିକଟରେ ଥିବା ବାର୍‌ରେ ଲୋକମାନେ ଖାଉଥିବା ବେଳେ କିଛି ଲୋକ ଏକ ମିନି ବାରରେ ଆସି ଆଖିବୁଜା ଗୁଳି ଚଳାଇଥିଲେ । ଓଲୋଣ୍ଡା ପୋଲିସ ଷ୍ଟେସନର କମାଣ୍ଡର ବ୍ରିଗେଡିୟରଙ୍କ କହିବା ମୁତାବକ ଏବେ ପୋଲିସ ସମସ୍ତ ଆହତ ମାନଙ୍କୁ ଚିତ୍କିସା ପାଇଁ ମେଡିକାଲ ପଠାଇଛି । ମୃତ ଲୋକଙ୍କର ପରିଚୟ ଜାଣିବା ପାଇଁ ପୋଲିସ ଚେଷ୍ଟା କରୁଥିବା ବେଳେ ଘଟଣା ବାବଦରେ ଯାଞ୍ଚ ଆରମ୍ଭ ହୋଇଛି । ଗୁଳିକାଣ୍ଡ ନେଇ କୌଣସି ଷ୍ପଷ୍ଟ କାରଣ ଜଣାପଡିନାହିଁ । ଆଶା କରାଯାଉଛି ପୋଲିସ ତଦନ୍ତ ପରେ ଘଟଣାର ସ୍ପଷ୍ଟ ଚିତ୍ର ସାମନାକୁ ଆସିବ ।  ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Back to top button