godhra train burning

  • ରାଜ୍ୟ ପଲିସି ମୁତାବକ ଗୋଧ୍ରା ଟ୍ରେନ ପୋଡି ମାମଲାରେ ଛଡାଯାଇ ପାରିବ ନାହିଁ

    ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟ ୨୦୦୨ ଗୋଧ୍ରା ଟ୍ରେନ ପୋଡି ମାମଲାର ଦୋଷୀମାନଙ୍କୁ ଜାମିନ ଯାଚିକା ଉପରେ ଶୁଣାଣି କରିଛନ୍ତି। ମୁଖ୍ୟବିଚାରପତି ଜଷ୍ଟିସ ଡି ଆଇ ଚନ୍ଦ୍ରଚୂଡ, ଜଷ୍ଟିସ ପି ଏସ ନରସିମ୍ହା ଓ ଜଷ୍ଟିସ ଜେ ବି ପର୍ଡିୱାଲଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିବା ବେଳେ ଭାରତର ସଲିସିଟର ଜେନେରାଲ ଗୁଜରାଟ ସରକାର ପକ୍ଷରୁ ଉପସ୍ଥିତ ରହି ଜାମିନକୁ ବିରୋଧ କରିଛନ୍ତି।

    ମେହତା କହିଛନ୍ତି, ରାଜ୍ୟ ପଲିସ ଅନ୍ତର୍ଗତ ଅପରାଧର ଗୁରୁତ୍ବକୁ ନେଇ ସେମାନଙ୍କ ବିରୋଧରେ ଟାଡା ମାମଲା ଲାଗିଥିବାରୁ ସେମାନଙ୍କୁ ସମୟ ପୂର୍ବରୁ ଜାମିନ ଦିଆଯାଇପାରିବ ନାହିଁ। ଅପରାଧର ସଂଗୀନତାକୁ ଦର୍ଶାଇ ମେହତା ଏହାକୁ ରେୟାର ଅଫ ରେୟାରେଷ୍ଟ ଭାବେ ଉଲ୍ଲେଖ କରିଛନ୍ତି। ମେହତା ଆହୁରି କହିଛନ୍ତି, ବଗିକୁ ବାହାର ପଟୁ ବନ୍ଦ କରି ୫୯ ଜଣଙ୍କୁ ଭିତରେ ଜୀବନ୍ତ ଜାଳିଦିଆଯାଇଥିଏ.। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଥିଲେ।

    ପ୍ରଥମ ଦୋଷୀ ଟ୍ରେନ ଉପରେ ପଥମାଡ କରୁଥିବା ପାରେଡରେ ଚିହ୍ନଟ କରାଯାଇଛି। ଯାତ୍ରୀ ଯେମିତି ବାହାରକୁ ବାହାରି ପାରିବେ ନାହିଁ ସେଥିପାଇଁ ସେ ପଥର ମାଡ କରିଥିଲା। ଅପରାଧରେ ଦ୍ବିତୀୟ ଅପରାଧୀର ଭୂମିକା ସ୍ପଷ୍ଟ। ତୃତୀୟ ଅଭିଯୁକ୍ତ ନିକଟରୁ ମଧ୍ୟ ମାରଣାସ୍ତ୍ର ଜବତ ହୋଇଥିଲା। ୪ର୍ଥ ଅଭିଯୁକ୍ତ ଷଡଯନ୍ତ୍ରର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ଅପରାଧ ଘଟାଇବାକୁ ପେଟ୍ରୋଲ କିଣିବା ସହ ତାହା ଠୁଳ କରିଥିଲା ଟ୍ରେନ ପୋଡିରେ ବ୍ୟବହାର କରିବାକୁ।

    ତେବେ ସିଜେଆଇ ମନେ ପକାଇଥିଲେ କି, ୨୦୨୨ ମେ ୩ ତାରିଖରେ ଜଣେ ଦୋଷୀକୁ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଜାମିନ ପ୍ରଦାନ କରାଯାଇଥିଲା। ଅବଦୁଲ ରେହମାନ ଧାନ୍ତିୟାର ପତ୍ନୀ କର୍କଟ ରୋଗରେ ସଂକଟାପନ୍ନ ସ୍ଥିତିରେ ଥିବା ବେଳେ ତାର ଝିଅ ମାନସିକ ବିକାରଗ୍ରସ୍ତ। ତେଣୁ ତାକୁ ଗତ ନଭେମ୍ବର୧୧ରେ ଜାମିନ ପ୍ରଦାନ କରାଯାଇଛି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ। ସେହିପରି ଅନ୍ୟ ଡିସେମ୍ବର ୧୫ ତାରିଖରେ ଟ୍ରେନ ଉପରକୁ ପଥର ମାଡରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଫାରୁକକୁ  ୧୭ ବର୍ଷର ଦଣ୍ଡ ପରେ ଜାମିନ ପ୍ରଦାନ କରାଯାଇଛି। ତେଣୁ ଗୁଜରାଟ ରାଜ୍ୟ ପଲିସି ଅନ୍ତର୍ଗତ ଯାଚିକାକର୍ତ୍ତାମାନଙ୍କୁ ଛଡାଯାଇ ପାରିବ କି ନାହିଁ ପଚାରିଛନ୍ତି ସିଜେଆଇ।

    ତେବେ ମେହତା ଏହା ଉପରେ ଦେଇଛନ୍ତି ନକାରାତ୍ମକ ଉତ୍ତର। ସେ କହିଛନ୍ତି, ସେମାନଙ୍କ ବିରୋଧରେ ଟାଡା ମାମଲା ଥିବାରୁ ସେମାନଙ୍କୁ ସମୟ ପୂର୍ବରୁ ଜାମିନ ଦିଆଯାଇ ପାରିବ ନାହିଁ। ତେବେ ମାମଲାରେ ଅଭିଯୁକ୍ତଙ୍କ ପକ୍ଷରୁ ଗୁଜରାଟ ଏଓଆରର ସ୍ଥାୟୀ ଓକିଲ ସ୍ବାତି ଘିଲ୍ଡିୟାଲଙ୍କ ସହ ସମସ୍ତ ପ୍ରାସଙ୍ଗିକ ବିବରଣୀର ଏକ ଚାର୍ଟ ପ୍ରସ୍ତୁତ କରିବେ। ତିନି ସପ୍ତାହ ମଧ୍ୟରେ ଏହାକୁ ସୂଚିବଦ୍ଧ କରିବାକୁ ସହମତି ପ୍ରକାଶ ପାଇଛି।   

  • ଗୋଧ୍ରା ଟ୍ରେନ ପୋଡି: ଦୋଷୀକୁ ଜାମିନ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ

    ନୂଆଦିଲ୍ଲୀ: ଗୋଧ୍ରା ଟ୍ରେନ ପୋଡି ଘଟଣାର ଅଭିଯୁକ୍ତକୁ ଜାମିନ ମଞ୍ଜୁର। ସୁପ୍ରିମକୋର୍ଟ ଗୁରୁବାର ଦିନ ଗୋଧ୍ରା ଘଟଣାର ଅନ୍ୟତମ ଦୋଷୀ ଫାରୁକକୁ ଜାମିନ ପ୍ରଦାନ କରିଛନ୍ତି। ସେ ଟ୍ରେନ ଉପରକୁ ପଥର ମାଡ କରିବା ଅଭିଯୋଗରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲା । ତେବେ ସେ ୧୭ ବର୍ଷ ଧରି ବନ୍ଦୀ ରହିସାରିଥିବାରୁ ତାକୁ ଜାମିନ ଦେଇଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ  ଡି ୱାଇ ଚନ୍ଦ୍ରଚୂଡ ଓ  ଜଷ୍ଟିସ ପି ଏସ ନରସିଂହାଙ୍କ ଖଣ୍ଡପୀଠ।

    ଖଣ୍ଡପୀଠ କହିଛନ୍ତି କି, ଗୋଧ୍ରା  ମାମଲାର ୪ର୍ଥ ଦୋଷୀ ଫାରୁକକୁ ଜାମିନ ପ୍ରଦାନ କରାଯାଇଛି। ଆବେଦନକାରୀ ବିରୋଧରେ ଆପିସିର ଧାରା ୩୦୨ ଅନ୍ତର୍ଗତ ମାମଲା ରୁଜୁ କରାଯାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ହାଇକୋର୍ଟ ୨୦୧୭ରେ ତାର ଜାମିନ ଆବେଦନ ଖାରଜ କରି ଦେଇଥିଲେ।  ସେହି ଦଙ୍ଗା ସମୟରେ ସେ କେବଳ ଟ୍ରେନ ଉପରକୁ ପଥର ମାଡ କରିଥିଲା। ଅନ୍ୟ କୌଣସି ବଡ ଅପରାଧ ଘଟଇ ନ ଥିଲା। ତେଣୁ ଏହି ଆଧାରରେ ତାକୁ ଜାମିନ ଦିଆଯାଇପାରେ। ସେ ୨୦୦୪ରୁ ବନ୍ଦୀ ଜୀବନ ବିତାଇ ଆସୁଛି। ୧୭ ବର୍ଷ ଧରି ସେ ଜେଲରେ ରହୁଥିବାରୁ ତାଙ୍କୁ ଜାମିନ  ଦେବାକୁ ଆବଦନ କରିଥିଲା ଫାରୁକ।

    ତେବେ ଏହି ମାମଲାର ଶୁଣାଣି କାଳରେ ଗୁଜୁରାଟ ସରକାର ପକ୍ଷରୁ ସଲିସିଟର ଜେନେରାଲ ଫାରୁକର ଜାମିନକୁ ବିରୋଧ କରିଥିଲେ। ସେ କହିଥିଲେ କି, ଏହା କେବଳ ପଥର ମାଡର ଘଟଣା ନ ଥିଲା। ଫାରୁକ ଅନ୍ୟ ମାନଙ୍କୁ ହିଂସା ପାଇଁ ଉସକାଇ ଥିଲା, ପଥର ମାଡ କରିଥିଲା ଟ୍ରେନ ଉପରକୁ ତଥା ଓ ଯାତ୍ରୀଙ୍କୁ ଆହତ କରିଥିଲା। ପଥର ମାଡ ପାଇଁ ଜଳନ୍ତା ଟ୍ରେନର ବଗି ଭିତରୁ ଯାତ୍ରୀ ବାହାରକୁ ବାହାରି ନ ପାରି ୫୯ ଜଣ ଜୀବନ୍ତ ଜଳିଗଲେ। ତେଣୁ ସେ ହତ୍ୟା ପରି କାର୍ଯ୍ୟରେ ନିୟୋଜିତ ଥିବା କୋର୍ଟକୁ ମେହତା ଜଣାଇଥିଲେ।

  • ଗୋଧ୍ରା ଟ୍ରେନ ପୋଡି ମାମଲା: ଚ୍ୟାଲେଞ୍ଜ ପିଟିଶନ ଉପରେ ଶୁଣାଣି

    ନୂଆଦିଲ୍ଲୀ: ଶନିବାର ଗୋଧ୍ରା ଟ୍ରେନ ପୋଡି ଘଟଣାରେ କିଛି ଦୋଷୀଙ୍କୁ ଜାମିନ ପ୍ରଦାନକୁ ବିରୋଧ କରି ଗୁଜୁରାଟ ସରକାର ଦ୍ବାରା ଦାୟର ଯାଚିକା ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଘଟଣାରେ ଦୋଷୀଙ୍କ ଭୂମିକା ସ୍ପଷ୍ଟ କରିବାକୁ ରାଜ୍ୟ ସରକାରକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଏହି ଅବସରରେ କହିଛନ୍ତି କି, ପଥମାଡ ଘଟଣାର ଦୋଷୀଙ୍କ ଜାମିନ ଯାଚିକା ଉପରେ ବିଚାର କରାଯାଇପାରେ । କାରଣ ଦୋଷୀମାନେ ୧୭ରୁ ୧୮ ବର୍ଷ ଜେଲରେ କାଟି ସାରିଛନ୍ତି।

    ଏହା ଉପରେ ଗୁଜୁରାଟ ସରକାରଙ୍କ ପକ୍ଷରୁ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେତା କହିଛନ୍ତି କି, ଦୋଷୀମାନେ ଟ୍ରେନ ଉପରେ ପଥର ପକାଇବାରୁ ଜଳୁଥିବା ଟ୍ରେନ କୋଚରୁ ଲୋକମାନେ ବାହାରି ପାରିନ ଥିଲେ। ତେଣୁ ଏହା କେବଳ ପଥର ମାଡର ଘଟଣା ନ ଥିଲା, ତେଣୁ ସେହି ଦୋଷୀମାନଙ୍କ ବ୍ୟକ୍ତିଗତ ଭୂମିକାର ଯାଞ୍ଚ କରିବେ ଓ ବେଞ୍ଚକୁ ଅବଗତ କରାଇବେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୫ ରେ ହେବ।

    ୨୦୧୭ ଅକ୍ଟୋବରରେ  ଗୁଜୁରାଟ ହାଇକୋର୍ଟ ଗୋଧରା ଟ୍ରେନ ପୋଡି ମାମଲାରେ ୧୧ ଦୋଷୀଙ୍କୁ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ କରିଥିଲେ। ମାମଲାର ଅନ୍ୟ ୨୦ ଦୋଷୀଙ୍କ ଆଜୀବନ କାରାଦଣ୍ଡକୁ ବଳବତ୍ତର ରଖାଯାଇଥିଲା। ସୁପ୍ରିମକୋର୍ଟ ୧୧ ନଭେମ୍ବରକୁ ଜଣେ ଦୋଷୀଙ୍କୁ  ହୋଇଥିବା ଅନ୍ତରୀଣ ଜାମିନ ଅବଧିକୁ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢାଇ ଦେଇଥିଲେ।

Back to top button