GUAVA

  • ପିଜୁଳି ଚାଷ କରି ବେଶ ରୋଜଗାର କରିପାରୁଛନ୍ତି ଶୈଳେନ୍ଦ୍ର

    ଯାଜପୁର: କରୋନା ଲକଡାଉନ୍ ବଦଳାଇ ଦେଲା ରୋଜଗାରର ମାଧ୍ୟମ। ଯାଜପୁର ଜିଲା ବିଂଝାରପୁର କଲ୍ୟାଣପୁର ଗାଁର ଶୈଳେନ୍ଦ୍ର ନାରାୟଣ ରାଉତଙ୍କୁ ଥାଇଲାଣ୍ଡ ପିଜୁଳି ଚାଷ ଦେଇଛି ରୋଜଗାରର ବାଟ।

    ଯାଜପୁର ଜିଲା ବିଂଝାରପୁର କଲ୍ୟାଣପୁର ଗାଁ ର  ଶୈଳେନ୍ଦ୍ର ନାରାୟଣ ରାଉତ କରୋନା ଲକ ଡାଉନ ସମୟରେ ଘରେ ବସିଥିଲେ। ଏହି  ସମୟରେ ବିଦେଶୀ ଥାଇଲାଣ୍ଡ ପିଜୁଳି ଚାଷ କରି ବେଶ ଦି ପଇସା ରୋଜଗାର କରିପାରୁଛନ୍ତି । କେବଳ ନିଜେ ରୋଜଗାର କରୁଛନ୍ତି , ତା ନୁହେଁ ଏହି ଚାଷ ମାଧ୍ୟମରେ କେତେକ ବେକାର ଯୁବକଙ୍କୁ ମଧ୍ୟ ନିଯୁକ୍ତି ଦେଇପାରିଛନ୍ତି । ଏହି ପିଜୁଳି ଏବେ ଭଲ ଅମଳ ହେଉଛି । ପିଜୁଳିର ଓଜନ ୧୦୦ ଗ୍ରାମରୁ ଆରମ୍ଭ କରି ୫୦୦ ଗ୍ରାମ ପର୍ଯ୍ୟନ୍ତ ରହିଛି । ଶୈଳେନ୍ଦ୍ରଙ୍କୁ ପିଜୁଳି ଚାଷରେ ସହଯୋଗ କରୁଛନ୍ତି ପୁରା ପରିବାର । ଶୈଳେନ୍ଦ୍ର ନିଜେ ଜଣେ ଉଦ୍ୟାନ ବିଭାଗର ସାଥୀ ଭାବେ କାର୍ଯ୍ୟ କରୁଛନ୍ତି । ସେଠାରୁ ବିଭିନ୍ନ ତାଲିମ ପାଇବା ପରେ ନିଜ ବାଡିରେ ଏଭଳି ବିଦେଶୀ ପିଜୁଳି ଫଳାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

    ଖାଲି ପିଜୁଳି ନୁହେଁ ଏବେ ବାଡିରେ ଆମ୍ବ,ଲେମ୍ବୁ,ପୋଖରୀରେ ମାଛ ଚାଷ ବି କରିଛନ୍ତି । ସେ  ଜଣେ ଆଇନର ଛାତ୍ର ହୋଇ ମଧ୍ୟ ଚାଷ ପ୍ରତି ମନ ବଳାଇଛନ୍ତି ।  

Back to top button