Malkangiriଓଡ଼ିଶା

ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପର୍ଯ୍ୟାଲୋଚନା କମିଟିର ଦିଶା ବୈଠକ ଅନୁଷ୍ଠିତ

ମାଲକାନଗିରି : କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନ ହିତକାରୀ ଯୋଜନାଗୁଡ଼ିକର ସମୟୋଚିତ ସଫଳତା ପାଇଁ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପର୍ଯ୍ୟାଲୋଚନା କମିଟିର ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାଂସଦ ରମେଶ ଚନ୍ଦ୍ର ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ସମାରୀ ତାଙ୍ଗୁଲ, ବିଧାୟକ, ମାଲକାନଗିରି, ଆଦିତ୍ୟ ମାଢି ବିଧାୟକ ମାଲକାନଗିରି, ପୂର୍ଣ୍ଣଚନ୍ଦ୍ର ବାକା ଚିତ୍ରକୋଣ୍ଡା ବିଧାୟକ ଜିଲ୍ଲାପାଳ ବିଶାଲ ସିଂ, ମାଲକାନଗିରି ପୌର ପରିଷଦର ଅଧ୍ୟକ୍ଷ ମନୋଜ ବାରିକ, ବିଜ୍ଞାପିତ ଅଂଚଳ ପରିଷଦ ବାଲିମେଳା ଅଧ୍ୟକ୍ଷ ପ୍ରଦୀପ ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରନôାକର ସାହୁ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଳଭଦ୍ର ଦୀପ ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ମାନ୍ୟବର ସାଂସଦ ଶ୍ରୀ ମାଝୀ ଜିଲ୍ଲାର ସାମଗ୍ରିକ ବିକାଶ ନିମନ୍ତେ ଜନସାଧାରଣଙ୍କଠାରୁ ବାସ୍ତବିକ ସମସ୍ୟା ସମ୍ପର୍କରେ ଅବଗତ ହୋଇ ମିଳିମିଶି କାମ କରିବା ସହ ସମୟ ସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ସମାପନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଦିଶା କମିଟିର ସମସ୍ତ ସଦସ୍ୟ କ୍ଷେତ୍ର ଗସ୍ତ କରି ସମସ୍ୟାର ସମାଧାନ କରିବା ନିମନ୍ତେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି । ସେ ଜିଲ୍ଲାର ରେଳ ପ୍ରକଳ୍ପର ଅଗ୍ରଗତି ବିଷୟରେ ସମୀକ୍ଷା କରି ସମସ୍ତ ପ୍ରକଳ୍ପ ସହ ଜଡ଼ିତ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଅଗ୍ରାଧିକାର ଭିତିରେ ସଂପୂର୍ଣ୍ଣ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଆଗାମୀ ୨୦୨୭ ସୁଦ୍ଧା ଜିଲ୍ଲାରେ ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ ବୋଲି ଏଠାରେ ସୂଚନା ଦିଆଯାଇଛି । ସେହିପରି ଜିଲ୍ଲାରେ ୧୨୮ଟି ଜିଓ ମୋବାଇଲ ଟାୱାର ମଞ୍ଜୁର ହୋଇଥିବା ବେଳେ ୮୫ଟି ଟାୱାର ସ୍ଥାପନ ହୋଇସାରିଛି  । ସେହିପରି ବିଏସଏନଏଲର ୫୧ ଟି ଟାୱାର ମଞ୍ଜୁର ହୋଇଥିବା ଏଠାରେ ଜଣାଯାଇଛି । ପ୍ରତ୍ୟେକ ସେତୁ ନିର୍ମାଣର ସଂପୂର୍ଣ୍ଣ ସମୟସୀମା ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି ଜାତୀୟ ରାଜପଥ କାର?୍ୟ୍ୟର ଅଗ୍ରଗତି ସମୀକ୍ଷା କରି ଜିଲ୍ଲାପାଳ ଶ୍ରୀ ସିଂ ନିଦେ୍ର୍ଦଶ ଦେଇଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଜିଲ୍ଲାରେ ନିର୍ମାଣାଧିନ ବିମାନ ବନ୍ଦର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ମଧ୍ୟ ବୈଠକରେ କୁହାଯାଇଛି । ଆଗାମୀ ମୌସୁମୀର ଆଗମନ ପୂର୍ବରୁ ନଷ୍ଟ ହୋଇଯାଇଥିବା ସମସ୍ତ ରାସ୍ତା ଓ ପୋଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ସଂଯୋଗିକରଣ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି ।

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅଧିନରେ ୮୭ ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ଏବଂ ୮୦ ଟି ଅମୃତ ସରୋବର ନିର୍ମାଣ ହୋଇପାରିଛି  । ଏହି ଅବସରରେ ମାନ୍ୟବର ବିଧାୟକ ଶ୍ରୀ ବାକା ପ୍ରତ୍ୟେକ ଗ୍ରାମ ପଂଚାୟତରେ ଗୋଟିଏ ଲେଖାଏଁ ଖେଳ ପଡିଆ ତିଆରି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ତତ୍ ସହିତ ସ୍ୱାଭିମାନ ଅଂଚଳରେ ଅସମ୍ପୂର୍ଣ୍ଣ ଥିବା ପ୍ରକଳ୍ପ ଗୁଡିକୁ ଅଗ୍ରାଧିକାର ଭିତିରେ ମୌସୁମୀ ଆଗମନ ପୂର୍ବରୁ ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଓଡ଼ିଶା ଜୀବିକା ମିଶନ ଅଧିନରେ ଜିଲ୍ଲାରେ ୧୧୧ଟି ଜିପିଏଲଏଫ, ୮୫୧୪ ଟି ଏସଏଚଜି , ୮୫୪ ସିଏଲଏଫ, ୯୪ ଏମବିକେ, ୪୨ ବ୍ୟାଙ୍କ୍ ମିତ୍ର, ୭୫୬ ସିଆରପି ସିଏମ୍, ୨୪୭ କୃଷି ମିତ୍ର ଓ ୧୭୬ ପ୍ରାଣୀ ମିତ୍ର ଥିବା ସୂଚନା ଦିଆଯାଇଛି । ବହୁତ ଶୀଘ୍ର ଜିଲ୍ଲାରେ ନୂତନ ଡାକ୍ତର ମାନେ କାର୍ଯ୍ୟରେ ଯୋଗ ଦେବେ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି  । ଜିଲ୍ଲାରେ ଡାକ୍ତରଙ୍କ ଆବଶ୍ୟକତାକୁ ଉପଲବ୍ଧ କରି ସ୍ୱତନ୍ତ୍ର ଭାବେ ମାଲକାନଗିରି ଜିଲ୍ଲା ପାଇଁ ଡାକ୍ତର ପଦବୀ ସଂରକ୍ଷଣ କରି ନିଯୁକ୍ତି ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇବେ ବୋଲି ଜିଲ୍ଲାପାଳ ଶ୍ରୀ ସିଂ କହିଛନ୍ତି । ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ୭୨ ଟି ନୂତନ ଶ୍ରେଣୀ ଗୃହ ନିର୍ମାଣ କରାଯାଇଛି ଓ ୭ ଟି ବିଦ୍ୟାଳୟକୁ ଉନ୍ନୀତ କରାଯାଇଛି  ।

ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକରେ ସମସ୍ତ ବ୍ଲକ ର ଅଧ୍ୟକ୍ଷ, ଏନଜିଓ ପ୍ରତିନିଧି, ଏସଟି ଏସସି ସଦସ୍ୟ, ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ!

Leave a Reply

Your email address will not be published.

Back to top button