Balangir

ଟଙ୍କା ଓ ମୋବାଇଲ ନେଇ ଆକ୍ରମଣ କରିବା ଅଭିଯୋଗରେ ଗିରଫ ସହଯୋଗୀ ଫେରାର

ବଲାଙ୍ଗୀର : ଗତ ଜୁଲାଇ ୧୩ ତାରିଖ ଦିନ ରାତିରେ ବଲାଙ୍ଗିର ମୁନିସିପାଲିଟି ଅନ୍ତର୍ଗତ ସୁଦ ପଡାର ରମଣୀ ରଞ୍ଜନ ଷଣ୍ଢ ଲୁଟ୍ ଓ ଆକ୍ରମଣର ଶିକାର ହୋଇଥିଲେ । ଦୁଇଜଣ ଦୁର୍ବୃତ ରମଣୀଙ୍କୁ ଆକ୍ରମଣ କରି ତାଙ୍କ ଠାରୁ ୪ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଲୁଟି ନେଇଥିବା ନେଇ ୧୪ ତାରିଖ ଦିନ ବଲାଙ୍ଗିର ଟାଉନ୍ ଥାନାରେ କେଶ୍ ନମ୍ୱର୍ ୩୦୭ ରେ ରମଣୀଙ୍କ ଲିଖିତ ଅଭିଯୋଗ ଦାୟର କରାଯାଇଛି । ଆକ୍ରମଣ ଓ ଲୁଟ୍ କରିଥିବା ଏହି ଦୁଇ ଜଣ ଦୁର୍ବୃତ ବେହେରାପାଲି ର ସାହାଣି ସାଗର ଓ ସୁଦପଡ଼ାର ଗୁଜୁ ରଣା ବୋଲି ଅଭିଯୋଗରେ ଉଲ୍ଲେଖ କରଯାଇଛି । ଏ ସଂକ୍ରାନ୍ତରେ ଘଟଣାର ୬ଦିନ ପରେ ବଲାଙ୍ଗିର ଟାଉନ୍ ପୋଲିସ ଲୁଟ୍ ଘଟଣାର ଅଭିଯୁକ୍ତ ସାହାଣିକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ସହଯୋଗୀ ଗୁଜୁ ରଣା ଫେରାର୍ ଥିବା ପୋଲିସ ସୂଚନା ଦେଇଛି ।

Related Articles

Leave a Reply

Your email address will not be published.

Back to top button