ଅପରାଧ

ମହିଳା ଶ୍ରମିକଙ୍କ ମଜୁରୀ ଓ ତାଙ୍କ ନାମରେ ଋଣ ନେଇ କମ୍ପାନୀ ଫେରାର୍

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇରେ କ୍ଷୁଦ୍ର କାରିଗରୀ ବ୍ୟବସାୟ କରୁଥିବା ବନ୍ଧସାହିର ପ୍ରଗତି ରଥଙ୍କ ନାମରେ ଟଙ୍କା ହଡପ ଅଭିଯୋଗ ହୋଇଛି । କାମ କରୁଥିବା ୧୫ ଜଣ ଶ୍ରମିକଙ୍କ ନାମରେ ଋଣ ଆଣି ଓ ସେମାନଙ୍କ ମଜୁରୀ ବାବଦକୁ ମୋଟ୍ ୧୮ ଲକ୍ଷ ୯୦ ହଜାର ଟଙ୍କା ଆତ୍ମସାତ୍ କରି କମ୍ପାନୀ ମାର୍ଶାଘାଇରୁ ଫେରାର ହୋଇ ବାଲେଶ୍ୱରରେ ବ୍ୟବସାୟ କରୁଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗକାରୀ ମହିଳା ମାନେ ଗତକାଲି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହ ସେମାନଙ୍କର ଅର୍ଥରାଶି ଉଦ୍ଧାର ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ମାର୍ଶାଘାଇରେ କ୍ଷୁଦ୍ର କାରିଗରୀ ବ୍ୟବସାୟ କରୁଥିବା ପ୍ରଗତି ରଥ ଏହି ୧୫ ଜଣ ମହିଳାଙ୍କ ମାଧ୍ୟମରେ ବିଭିନ୍ନ ବ୍ୟାଙ୍କ ଓ ଅର୍ଥ ଲଗାଣକାରୀ ସଂସ୍ଥାରୁ ଟଙ୍କା ଆଣି ଏଗ୍ରିମେଣ୍ଟ ଓ ଭଦ୍ରଲୋକଙ୍କ ଉପସ୍ଥିତିରେ ବଣ୍ଡ୍ ପେପର ଦେଇଥିଲା । ତେବେ ଏହି ମହିଳା ମାନେ ଟଙ୍କା ମାଗିବାରୁ ପ୍ରଗତି ରଥ କମ୍ପାନୀ ମାର୍ଶାଘାଇରୁ ତାର ବ୍ୟବସାୟ ବନ୍ଦ କରି ବାଲେଶ୍ୱର ପଳାଇ ଯାଇଥିବା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ ନିକଟରେ ଅଭିଯୋଗ ହେଇଛି । ଅଭିଯୋଗକାରୀ ମାନେ ହେଲେ ପଦ୍ମାବତୀ ବେହୁରା, କନକଲତା ଦାସ, ବିଭୁତି ଭୂଷଣ ଦାସ, ନାଗମଣୀ ପ୍ରଧାନ, କାଞ୍ଚନ ମଳିକ, କ୍ଷେତ୍ରମଣି ଦାସ, ସେବତୀ ବେହୁରା, ଆରତୀ ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button