heal

  • ଘଣ୍ଟାଏ ଆଲିଙ୍ଗନକୁ ୭ ହଜାର ଟଙ୍କା

    ଆଲିଙ୍ଗନକୁ ପେସା ଭାବରେ ଜଣେ ଗ୍ରହଣ କରିଛନ୍ତି। ୧ ଘଣ୍ଟା ଆଲିଙ୍ଗନକୁ ୭୫ ପାଉଣ୍ଡ ବା ୭ ହଜାର ଟଙ୍କା ଚାର୍ଜ କରନ୍ତି। ଶୁଣିଲେ କଥାଟା ଆଶ୍ଚର୍ଯ୍ୟ ଲାଗୁଛି ନା। ହଁ ଆମେ କହୁଛି ବ୍ରିଟେନରେ ବ୍ରିଷ୍ଟଲ ବାସିନ୍ଦା ଟ୍ରେଜର। ସେ ଆଲିଙ୍ଗନକୁ ନିଜର ପେସା ଭାବେ ନେଇଥିବା ଜଣାପଡିଛି। ଆଲିଙ୍ଗନ କରୁଥିବା ବ୍ୟକ୍ତି କୁହନ୍ତି କି ଆଲିଙ୍ଗନଠୁ ବି ଏହା ଅଧିକ। କାରଣ ଜଣଙ୍କ ପ୍ରତି ଯତ୍ନବାନ, ସ୍ନେହ ଓ ସଦିଚ୍ଛା ପ୍ରଦାନ କରାଯାଏ। ସେପଟେ ଟ୍ରେଜର କହିଛନ୍ତି କି, ପୁରାପୁରି ଭାବରେ ଏହାକୁ ଅଧା ଲୋକେ ବୁଝିନାହାନ୍ତି। ଆଉ କେତେକ ଲୋକେ ଏହାକୁ ଖରାପ ଅର୍ଥରେ ଭାବୁଛନ୍ତି। ମଣିଷ ସହ ଉତ୍ତମ ସମ୍ପର୍କ ତିଆରି ପାଇଁ ତାଙ୍କର ଏଭଳି ପାସନ ବୋଲି ଟ୍ରେଜର କହିଛନ୍ତି। ୧୦ ବର୍ଷ ପୂର୍ବରୁ ଟ୍ରେଜର ମଣିଷ ସମ୍ପର୍କ ପଛର ବିଜ୍ଞାନର ଅନୁସନ୍ଧାନ ଆରମ୍ଭ କରିଥିଲେ। ଚଳିତ ବର୍ଷ ମେ ମାସରେ ସେ ଏହାକୁ ବ୍ୟବସାୟୀ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି। ଏହା ବିଶ୍ୱାସ ଓ ଯୋଗାଯୋଗ କରିବା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଏ ବୋଲି ଟ୍ରେଜର କହିଛନ୍ତି।

    • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ…
Back to top button