HELICOPTER

  • ହେଲିକପ୍ଟର ଦୁର୍ଘଟଣାରେ ୪ ମୃତ

    ନୂଆଦିଲ୍ଲୀ: ପବନ ହଂସ ନାମକ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି। ହେଲିକପ୍ଟରଟି ଓଏନଜିସି ସାଗର କିରନ ରିଗ ନିକଟବର୍ତ୍ତୀ ଆରବ ସାଗରକୁ ଖସିପଡିଛି। ମଙ୍ଗଳବାର  ହୋଇଥିବା ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରୁ ୩ ଜଣ ଓଏନଜିସି କର୍ମଚାରୀ ରହିଛନ୍ତି।

    ନୂଆ ପବନ ହଂସ ସିକୋର୍ସ୍କି ହେଲିକପ୍ଟରଟି ୨ ପାଇଲଟ ଓ ୭ ଜଣଙ୍କୁ ନେଇ ଉଡାଣ ଭରିଥିଲା। କିନ୍ତୁ ଦିନ ୧୧ଟା ୪୫ ମିନିଟରେ ହେଲିକପ୍ଟରଟି ଆରବ ସାଗର ଉପରେ ଉଡାଣ ଭରିଥିବା ବେଳେ ହେଲିକପ୍ଟରକୁ ଜରୁରୀକାଳୀନ ଅବତରଣ କରିବାକୁ ହୋଇଥିଲା ଓ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଭାରତୀୟ ଜଳସେନା ଓ ତଟରକ୍ଷୀବାହିନୀକୁ ସୂଚିତ କରାଯାଇଥିଲା ଓ ସଙ୍ଗେ ସଙ୍ଗେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଯାଇଥିଲା। ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।  

Back to top button