ଓଡ଼ିଶା

ଓଡ଼ିଶାକୁ ମିଳିଲା ଆଉ ଦୁଇଟି ସ୍ୱତନ୍ତ୍ର ନୂଆ ରେଳ ପ୍ରକଳ୍ପ

ଭୁବନେଶ୍ୱର : ଆଉ ଦୁଇଟି ସ୍ୱତନ୍ତ୍ର ନୂଆ ରେଳ ପ୍ରକଳ୍ପ ଓଡିଶାକୁ ମିଳିଛି । ତାଳଚେର-ଅନୁଗୁଳ ରେଳ ଲାଇନ ନୂଆ କରି ନିର୍ମାଣ ହେବ । ଏହି ନୂଆ ରେଳ ଲାଇନର ମୋଟ ଦୂରତା ହେଉଛି ୧୬.୫୦ କିଲୋମିଟର । ସେହିପରି ବରଗଡ ରୋଡଠାରୁ ନୂଆପଡା ନୂଆ ରେଳ ଲାଇନ ହେବ । ଏହି ଟ୍ରେନ୍ ଲାଇନର ଦୂରତା ରହିବ ୧୪୨ କିଲୋମିଟର । ଏହି ରେଳପଥ ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନ ଅଧିନରେ ରହିବ । କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ଲାଗି ସ୍ୱତନ୍ତ୍ର ରେଳ ପ୍ରକଳ୍ପ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏଠାରେ ଉଲ୍ଲେଖ କରା ଯାଇ ପାରେ ଯେ ଗତ ପଦ୍ମପୁର ଉପନିର୍ବାଚନ ବେଳେ ବରଗଡ଼-ନୂଆପଡ଼ା ଲାଇନ ପ୍ରସଙ୍ଗ ଉପରେ ବିତର୍କ ହୋଇଥିଲା । ସଡକ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ପଦ୍ମପୁର ଦେଇ ବରଗଡ-ନୂଆପଡା ରେଳଲାଇନ ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ । ଗତବର୍ଷ ନଭେମ୍ବର ୨୧ତାରିଖରେ ଏକ ଚିଠି ମାଧ୍ୟମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଉତ୍ତର ରଖିଥିଲେ । ଯେଉଁଥିରେ ଜଣାଇଥିଲେ ଓଡିଶା ସରକାରଙ୍କ ଆବେଦନ କ୍ରମେ ପ୍ରକଳ୍ପର ଡିଟେଲ ପ୍ରୋଜେକଟ ରିପୋର୍ଟ ବା ଡିପିଆର ଅନୁମୋଦନ ହୋଇଛି ।

Leave a Reply

Your email address will not be published.

Back to top button