indonesia

  • ଭାରତ-ଇଣ୍ଡୋନେସିଆ ମଧ୍ୟରେ ବ୍ୟାପାର ହେବ ବ୍ୟାପକ: ଆରବିଆଇ

    ନୂଆଦିଲ୍ଲୀ: ଶନିବାର ଦିନ ବାଲିରେ ଅନୁଷ୍ଠିତ ଜି୨୦ ସମ୍ମିଳନୀ କାଳରେ  ଭାରତ ଇଣ୍ଡୋନେସିଆ ସହ ଟେରର ଫଣ୍ଡିଂର ମୁକାବିଲା ସହ ପେମେଣ୍ଟ ସିଷ୍ଟମ ପରି ଏକାଧିକ କ୍ଷତ୍ରରେ ଏମଓୟୁ ସାଇନ କରିଛନ୍ତି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଓ ବ୍ୟାଙ୍କ ଅଫ ଇଣ୍ଡୋନେସିଆ ମଧ୍ୟରେ ବାଲିରେ ଏମଓୟୁ ସାଇନ ହୋଇଛି। ଜି ୨୦ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ନରମାନଙ୍କୁ ନେଇ ହେଉଥିବା ସମ୍ମିଳନୀରେ ଜି ୨୦ ରାଷ୍ଟ୍ରମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗକୁ ବଢାଇବା ପାଇଁ ଦୁଇ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଚୁକ୍ତି ହେଉଥିବା ନେଇ ସୂଚନା ଦିଆଯାଇଛି ଆରବିଆଇ ପକ୍ଷରୁ।

    ବାଲିରେ ଆରବିଆଇ ଡେପୁଟି ଗଭର୍ନର ମିଚେଲ ଦେବବ୍ରତ ପାତ୍ର ଓ ଇଣ୍ଡୋନେସିଆ ବ୍ୟାଙ୍କର ଡେପୁଟି ଗଭର୍ନର ବୁଦି ୱାଲୁୟୋଙ୍କ ଉପସ୍ଥିତିରେ ଉଭୟ ଦେଶର ଆରବି ଗଭର୍ନର ଶକ୍ତିକାନ୍ତ ଦାସ ଓ ପେରି ୱର୍ଜିଜୋଙ୍କ ମଧ୍ୟରେ ଏମଓୟୁ ସ୍ବାକ୍ଷର ହୋଇଛି।ଏଥିରେ ପେମେଣ୍ଟ ସିଷ୍ଟମ, ଡିଜିଟାଲ ଇନୋଭେସନ ଇନ ପେମେଣ୍ଟ ସର୍ଭିସେସ ଓ ରେଗୁଲାରିଟି ଆଣ୍ଡ ସୁପରଭିଜୋରୀଫ୍ରେମ ୱାର୍କ, ଆଣ୍ଟି ମନି ଲେଣ୍ଡରିଂ ଆଦି ଉପରେ ସ୍ବାକ୍ଷର ହୋଇଛି ଚୁକ୍ତି।

    ଏହା ଦ୍ବାରା ଦୁଇ ଦେଶ ମଧ୍ୟରେ ପାରସ୍ପରିକ ବୁଝାମଣା ବୃଦ୍ଧି ପାଇବା ସହ ଫଳପ୍ରଦ ପେମେଣ୍ଟ ପ୍ରକ୍ରିୟା ଓ ସୀମା ପାର ଅର୍ଥ ନେଣ ଦେଣକୁ ସ୍ବାଭାବିକ କରିବ ବୋଲି ଜାରି ଆରବିଆଇ ଷ୍ଟେଟମେଣ୍ଟରେ ଉଲ୍ଲେଖ କରାଯାଇଛି।  

  • ବିବାହ ପରେ ବର କନ୍ୟାଙ୍କୁ ୩ ଦିନ ଯାଏ ଶୌଚାଳୟ ଯିବା ମନା

    ବିବାହ ଏକ ପବିତ୍ର ବନ୍ଧନ। ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇଥାନ୍ତି ପୁଅ ଏବଂ ଝିଅ। ବିବାହ ପରେ ଅନେକ ରୀତିନୀତି ସହ ପରମ୍ପରା ରହିଛି। ହେଲେ ଆଜି ବି ଏମିତି ଏକ ଦେଶ ଅଛି ଯେଉଁଠାରେ ବିବାହ ପରେ ବର କନ୍ୟାଙ୍କୁ ୩ ଦିନ ଯାଏ ଶୌଚାଳୟ ଯିବାକୁ ଅନୁମତି ଦିଆଯାଇନଥାଏ। ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

    ଇଣ୍ଡୋନେସିଆର ଡିଡୋଙ୍ଗ ନାମକ ଏକ ସମ୍ପ୍ରଦାୟରେ ଏଭଳି ପରମ୍ପରା ରହିଛି। ଯେଉଁଥିରେ ବିବାହ ପରେ ଉଭୟ ବର ଏବଂ କନ୍ୟାଙ୍କୁ ୩ ଦିନ ପାଇଁ ଶୌଚାଳୟ ଯିବାକୁ ମନା । ତେବେ ଏହା ପଛରେ ଏକ ବଡ କାରଣ ରହିଛି। ବିବାହ ଏକ ପବିତ୍ର ବନ୍ଧନ। ଯଦି ବର ଏବଂ କନ୍ୟା ଶୌଚାଳୟ ଯାଆନ୍ତି ସେଥିରେ ସେମାନଙ୍କର ଶୁଦ୍ଧତା ବ୍ୟାହତ ହୁଏ ଏବଂ ସେମାନେ ଅପରିଷ୍କାର ହୋଇଯାଆନ୍ତି। ତେଣୁ ସେମାନଙ୍କୁ ଶୌଚାଳୟ ଯିବାକୁ ବାରଣ କରାଯାଇଥାଏ। ଏହାସହ ଶୌଚାଳୟକୁ ଗଲେ ସେଠାରେ ମଳତ୍ୟାଗ କରାଯାଏ। ସେଠାରେ ମଇଳା ଥିବାରୁ ନକରାତ୍ମକ ଶକ୍ତିର ପ୍ରଭାବ ସିଧାସଳଖ ପଡିଥାଏ ବୋଲି ଲୋକଙ୍କ ଧାରଣା ରହିଛି। ଏବଂ ଦାମ୍ପତ୍ୟ ଜୀବନରେ ମଧ୍ୟ ଅସୁବିଧା ସୃଷ୍ଟି କରିବା ସହ ଖରାପ ନଜର ପଡିଥାଏ। ଏହି ସମ୍ପ୍ରଦାୟର ଲୋକମାନେ ମଧ୍ୟ ବରକନ୍ୟାଙ୍କୁ ଖୁବ କମ ଖାଇବାକୁ ଦେଇଥାନ୍ତି। ଯାହା ଫଳରେ ସେମାନଙ୍କୁ ଶୌଚାଳୟ ଯିବାକୁ ପଡିନଥାଏ। ଇଣ୍ଡୋନେସିଆରେ ଏହି ରୀତିନୀତିକୁ କଡାକଡି ଭାବେ ପାଳନ କରାଯାଏ।

    • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ
Back to top button