ଭୁବନେଶ୍ୱର: ଭୁବନେଶ୍ୱର କଳ୍ପନା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ମୃତ, ଦୁଇ ଜଣ ଗୁରୁତର। ଗୁରୁତରମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ତେବେ ପୋଲିସ ସେଠାକାର ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରି ଉତ୍ତେଜନାକୁ ଆୟତ୍ତକୁ ଆଣିଥିଲା। ସୂଚନା ଅନଯାୟୀ, ରାଜମହଲ ଛକ ପଟୁ କଳ୍ପନା ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ଏକ ଗ୍ରାଣ୍ଡ ଆଇଟେନ ଗାଡି ରାସ୍ତା କଡ଼ରେ ବିକ୍ରି କରୁଥିବା ଏକ କଦଳୀ ଦୋକାନୀକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହିଁ କଦଳୀ ଦୋକାନୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ପୋଲିସ ତଦନ୍ତ ଜାରି ରଖିଛି।
injuerd
-
ସଡକ ଦୁର୍ଘଟଣା ଜଣେ ମୃତ, ଦୁଇ ଗୁରୁତର
-
ପାଚେରୀ ଓଲଟି ଜଣେ ମୃତ, ୨ ଗୁରୁତର
ବାଲେଶ୍ୱର: ଲଗାଣ ଲଘୁ ଚାପ ବର୍ଷା ଓ ପବନ ଯୋଗୁଁ ସ୍କୁଲ ପାଚେରୀ ଓଲଟି ଜଣେ ନାବାଳିକା ମୃତ ଜଣେ ନାବାଳକ ଓ ଜଣେ ନାବାଳିକା ଗୁରୁତ୍ଵର। ଗୁରୁତର ୨ ଜଣ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ଜଳେଶ୍ୱର ମଧୁପୁରା ସରକାରୀ ଉ.ପ୍ରା ବିଦ୍ୟାଳୟ ପରିସରରେ ଥିବା ଏକ ବିଶାଳ ଶାଗୁଆନ ଗଛଟି ପ୍ରବଳ ପବନରେ ଉପାଡି ପଡ଼ି ସ୍କୁଲ ପାଚେରୀ ଉପରେ ପଡିଥିଲା। ଫଳରେ ସ୍କୁଲ ପାଚେରୀକୁ ଲାଗିଥିବା ଆନଶ୍ୱର ଅଲ୍ଲୀଙ୍କ କଚା ଘର ଉପରେ ସ୍କୁଲ ପାଚେରୀ ଏବଂ ଶାଗୁଆନ ଗଛଟି ଚାପି ହୋଇ ଯାଇଥିଲା। ଉକ୍ତ ଘରେ ଶୋଇ ଥିବା ଦୁଇ ନାବାଳିକା ଏକ ନାବାଳକ ପାଚେରୀ ତଳେ ଚାପି ହୋଇ ଯାଇଥିଲେ। ବାପା ଓ ମାଆ ପାଚେରୀ ପଡ଼ିବାର ଶବ୍ଦ ଶୁଣି ସେମାନଙ୍କୁ ପାଚେରୀ ତଳୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବାଲିଆପାଳ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରୁ ତାଙ୍କୁ ଡାକ୍ତର କଟକ ସ୍ଥାନାନ୍ତର କରିଛନ୍ତି। ବାଟରେ ଜଣଙ୍କର ମତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇ ଡାକ୍ତର ଖାନରେ ଚିକିତ୍ସିତ ହେଉଛନ୍ତି ।