Kendujhar

ଦୀପ ରୁ ନାଆଁ ଲାଗି ମହିଳା ଗୁରୁତର  

କେନ୍ଦୁଝର : ନିଜ ଘରେ ଠାକୁର ନିକଟରେ ପୂଜା କରୁଥିବା ସମୟରେ ଦୀପ ରୁ ନିଆଁଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳା ଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଆଜି ସକାଳୁ  ଘସିପୁରା ଷ୍ଟେଟ୍ ବ୍ଯାଙ୍କ ଶାଖା ପଛପାଖ କଲୋନୀ ର ନିବାସୀ ଘନଶ୍ୟାମ ସାହୁ ଙ୍କ ପତ୍ନୀ ଅଭିଲିପ୍ସା  ସାବିତ୍ରୀ ବ୍ରତ ପାଇଁ ଘରେ ଥିବା ଦେବାଦେବୀ ଙ୍କ ନିକଟରେ ପୂଜାର୍ଚ୍ଚନା କରୁଥିଲେ । ହେଲେ ଅସାବଧାନତା ବଶତଃ ତାଙ୍କ ପିନ୍ଧା ଶାଢୀ ରେ ନିଆଁ ଲାଗିଯାଇଥିଲା । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ ।

Related Articles

Leave a Reply

Your email address will not be published.

Back to top button