ରାଜନୀତି

ଦଳର ମୁଖ୍ୟ ମୋ ବିରୋଧରେ ଚକ୍ରାନ୍ତ କରିଛନ୍ତି – ମୋହମ୍ମଦ ମୋକିମ

ଭୁବନେଶ୍ୱର : ଦଳର ମୁଖ୍ୟ ମୋ ବିରୋଧରେ ଚକ୍ରାନ୍ତ କରିଛନ୍ତି ବୋଲି କହିଛନ୍ତି କଟକ ବାରବାଟୀ ବିଧାୟକ ମୋହମ୍ମଦ ମୋକିମ । କଂଗ୍ରେସ ଦଳରୁ ନିଲମ୍ବିତ କରାଯିବାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରି ମୋକିମ ଏହା କହିଛନ୍ତି ।

ସେ କହିଛନ୍ତି ଯେ, କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଯାହା ପାଦ ତଳେ ମାଟି ନଥାଏ ଏମିତି କରନ୍ତି । ନିଜ ଚୌକି ସୁରକ୍ଷିତ କରିବାକୁ ଏଭଳି ଭୁଲ ନିଷ୍ପତ୍ତି ନେଇଥାନ୍ତି ।

ସେ କହିଛନ୍ତି ଯେ ସେ କୁହନ୍ତୁ, ମୁଁ କ’ଣ ଦଳ ବିରୋଧୀ କାମ କରିଛି । ସେ କହିଛନ୍ତି, ଦଳର ସମସ୍ତଙ୍କୁ ଏକାଠି କରିବାକୁ କାର୍ଯ୍ୟକ୍ରମର ଆୟୋଜନ କରିଥିଲି । ମୁଁ ଦୁଃଖିତ, ଯେଉଁ ଦଳ ପାଇଁ ଏତେ କରିଛି, ମୋତେ ବୁଝି ପାରିଲାନି ବୋଲି ସେ କହିଛନ୍ତି । ୨୦୨୪ରେ ଦଳର ମୁଖ୍ୟ କିଏ ଥିବେ, କିଏ ଟିକେଟ ବାଂଟିବେ ଜଣାପଡ଼ିବ ।

ସାମୟିକ ଭାବେ ସସ୍‌ପେଣ୍ଡ ହୋଇଛି, ହୁଏତ ସସ୍‌ପେଣ୍ଡ ଉଠିଯାଇପାରେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button