JAMMU KASMIR

  • ଅଗଷ୍ଟ ୨ରୁ “୩୭୦” ଶୁଣାଣି

    ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଅଗଷ୍ଟ ୨ ରୁ ଶୁଣାଣି ହେବ । ଏନେଇ ଅଗଷ୍ଟ ୨ରୁ ଦୈନନ୍ଦିନ ଶୁଣାଣି ହେବ ବୋଲି ସୁପ୍ରିମମୋର୍ଟ ରାୟ ଦେଇଛନ୍ତି । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହାର ଶୁଣାଣି କରିବେ ।

  • ୨୪ ଘଣ୍ଟାରେ ୨ ଆତଙ୍କୀ ନିହତ

    ଶ୍ରୀନଗର: ଜମ୍ମୁ କାଶ୍ମୀର ପୁଲୱାମାର ଅୱନ୍ତିପୋରା ଅଞ୍ଚଳରେ ଆଉ ଜଣେ ଆତଙ୍କବାଦୀ ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି। କାଶ୍ମୀର ପୁଲିସ ମଙ୍ଗଳବାର ଏନେଇ ସୂଚନା ଦେଇଛି କି, ଆତଙ୍କୀ ନିକଟରୁ ବହୁ ମାରଣାସ୍ତ୍ର ସହ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି।

    ପୁଲିସ ସୂଚନାମୁତାବକ, ରବିବାର କାଶ୍ମୀର ପଣ୍ଡିତ ସଞ୍ଜୟ ଶର୍ମାଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ଆକିବ ମୁସ୍ତାକ ଭଟ୍ଟକୁ ହତ୍ୟା କରିବାର  ୨୪ ଘଣ୍ଟା ଭିତରେ ଆଉ ଜଣେ ଆତଙ୍କୀକୁ ମାରିଛି ସୁରକ୍ଷା ବଳ।  ଏନେଇ ଜମ୍ମୁ ପୁଲିସ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି କି, ଅବନ୍ତିପପୋରା ଏନକାଉଣ୍ଟର ଅପଡେଟ: ଆଉ ଜଣେ ଆତଙ୍କବାଦୀକୁ ହତ୍ୟା କରିଯାଇଛି, ଫଳରେ ମୋଟ ସଂଖ୍ୟା ୨ହୋଇଛି। ତା ନିକଟରୁ ବହୁ ଆପତ୍ତିଜନକ ସାମଗ୍ରୀ ସହ ଅସ୍ତ୍ରଶସ୍ତ୍ର ଜବତ। ସର୍ଚ୍ଚ ଅପରସନ ଜାରି ରହିଛି ଅଧିକ ତଥ୍ୟ ସଂଗ୍ରହ ପାଇଁ।

    କାଶ୍ମୀର ଜୋନାଲ ପୁଲିସ ମୁତାବକ, ଆକିବ ମୁସ୍ତାକ ଭଟ, ଯିଏ ସଞ୍ଜୟ ଶର୍ମାଙ୍କୁ ପୁଲୱାମାରେ ହତ୍ୟା କରିଥିଲା ତାକୁ ହତ୍ୟା କରାଯାଇଛି। ମୁସ୍ତାକ ପୂର୍ବରୁ ପାକିସ୍ତାନର ହିଜବୁଲ ମୁଜାହିଦିନ ଆତଙ୍କୀ ସଂଗଠନକୁ ସହଯୋଗ କରୁଥିଲା।

    ସୂଚନାଯୋଗ୍ୟ, ରବିବାର ଦିନ ସଞ୍ଜୟ ଶର୍ମା, ଯିଏ ସେଠାର ଏକ ବ୍ୟାଙ୍କର ଗାର୍ଡ ଭାବେ କାମ କରୁଥିଲେ, ବଜାରକୁ ଯାଇଥିବା ବେଳେ ତାଙ୍କୁ ଗୁଳିକରାଯାଇଥିଲା। ଗୁଳି ମାଡ ପରେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା।

  • ମୋ ଦଳର ନାମ ଲୋକ ଠିକ କରିବେ: ଆଜାଦ

    ଶ୍ରୀନଗର: ଜମ୍ମୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନିକଟରେ କଂଗ୍ରେସର ଇସ୍ତଫା ଦେଇଥିବା ବରିଷ୍ଠ ରାଜନେତା ଗୁଲାମ ନବୀ ଆଜାଦ ଜମ୍ମୁର ସୈନିକ କଲୋନୀରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ସେ ଜମ୍ମୁ ବାସୀଙ୍କ ସହ ସବୁବେଳେ ଠିଆ ହୋଇଥିବା କହିଛନ୍ତି। ତେବେ ଆଜିର ଏହି କାର୍ଯ୍ୟକ୍ରମରେ ସେ ନିଜ ଦଳର ନାମ ଘୋଷଣାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କିନ୍ତୁ ସେ ନାମ ଘୋଷଣା କରି ନାହାନ୍ତି। କିନ୍ତୁ ନିଜର ଏକ ଅଲଗା ଦଳ ଗଠନ କରିବେ ବୋଲି କହିଛନ୍ତି।

    ଆଜାଦ କହିଛନ୍ତି କି, ମୁଁ ଏପର୍ଯ୍ୟନ୍ତ ନିଜ ଦଳ ପାଇଁ କୌଣସି ନାମ ଠିକ କରି ନାହିଁ। ଜମ୍ମୁ କାଶ୍ମୀର ଲୋକ ଦଳର ନାମ ଓ ପତାକା ଚୟନ କରିବେ। ମୁଁ ନିଜ ଦଳକୁ ଏକ ହିନ୍ଦୁସ୍ତାନୀ ନାମ ଦେବି ଯାହାକୁ କେହି ବି ବୁଝିପାରୁଥିବ। ମୋର ଦଳ ପୂର୍ଣ୍ଣ ରାଜ୍ୟ ଗଠନ, ଭୂମି ଅଧିକାର ଓ ମୂଳ ନିବାସୀଙ୍କୁ ରୋଜଗାର ଦେବା ଉପରେ କାମ କରିବ।

    ଆଜାଦ ଗତ ସପ୍ତାହରେ କହିଥିଲେ କି, ସେ ଜଲ୍ଦି ଏକ ନୂଆ ଦଳ ଆରମ୍ଭ କରିବେ। ସେ ଆହୁରି କହିଛନ୍ତି, କଂଗ୍ରେସ ଆମ ରକ୍ତରୁ ସୃଷ୍ଟି ହୋଇଥିଲା, କମ୍ପ୍ୟୁଟରରୁ ନୁହେଁ। ଲୋକେ ଆମକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେମାନଙ୍କ ପହଁଚ କମ୍ପ୍ୟୁଟର ଓ ଟ୍ବିଟର ମଧ୍ୟରେ ସୀମିତ ରହିଛି। ଏହି କାରଣରୁ କଂଗ୍ରେସ ଜମିରେ ନଜର ଆସୁନାହିଁ।

  • ଜମ୍ମୁ କାଶ୍ମୀର କଂଗ୍ରେସରେ ବଡ଼ ଧରଣର ବିଦ୍ରୋହ

    ଜମ୍ମୁ କଶ୍ମୀର କଂଗ୍ରେସରେ ବଡ଼ ଧରଣର ବିଦ୍ରୋହ ଦେଖାଦେଲାଣି। ଦୀର୍ଘ ଦିନ ଧରି ଦଳ ବିରୋଧରେ ଅସନ୍ତୋଷ ପ୍ରକାଶ କରିଆସୁଥିବା ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ପ୍ରମୁଖ ଦଳୀୟ ପଦବୀରୁ ଇସ୍ତଫା ଦେବା ପରେ ଏହି ଆଶଙ୍କା ବଳବତ୍ତର ହେବାରେ ଲାଗିଛି। ଉଭୟ ପ୍ରଚାର ଓ ରାଜନୈତିକ ବ୍ୟାପାର କମିଟିରୁ ଆଜାଦଙ୍କ ଇସ୍ତଫା ଭିନ୍ନ ସଙ୍କେତ ଦେଇଛି। ଇସ୍ତଫା ଦେଲେ ଆଜାଦ୍। ଜମ୍ମୁକଶ୍ମୀର କଂଗ୍ରେସର ଉଭୟ ପ୍ରଚାର ଓ ରାଜନୈତିକ ବ୍ୟାପାର କମିଟିରୁ ଗୁଲାମନବୀ ଆଜାଦଙ୍କ ଇସ୍ତଫା କଂଗ୍ରେସ ଭିତରେ ବଡ଼ ବିବାଦ ଛିଡ଼ା କରିଛି। କଂଗ୍ରେସ ସଂଗଠନରେ ଆଭ୍ୟନ୍ତରୀଣ କନ୍ଦଳ ଯେମିତି ଚରମରେ ପହଞ୍ଚିଛି।

    ଏମିତିରେ ଦଳର ପରିଚାଳନା ଓ ନେତୃତ୍ୱକୁ ନେଇ ଦୀର୍ଘ ଦିନ ଖୁଲମଖୁଲା ଅସନ୍ତୋଷ ଓଗାଳି ଆସିଛନ୍ତି ଆଜାଦ୍। କଂଗ୍ରେସର ଭିଆଇପି କଲଚରକୁ କଟାକ୍ଷ ହେଉ ଅବା ତୃଣମୂଳସ୍ତରରୁ ଶୀର୍ଷ ନେତୃତ୍ୱ ଯାଏ, ସାଂଗଠନିକ ଢାଞ୍ଚା ମନୋନୟନ ନୁହେଁ, ବରଂ ନିର୍ବାଚନ ଜରିଆରେ ହେଉ ବୋଲି କହିଆସୁଛନ୍ତି ଆଜାଦ୍। ଏପରିକି କଂଗ୍ରେସ ହାଇକମାଣ୍ଡଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ଜି-୨୩ ନେତାଙ୍କ ଭିତରୁ ଆଜାଦ୍ ଜଣେ ପ୍ରମୁଖ ଓ ଆଗଧାଡ଼ିର ଚେହେରା। ଆଜାଦଙ୍କ ଘନିଷ୍ଠ ସହଯୋଗୀ ଗୁଲାମ ଅହମଦ ମୀରଙ୍କୁ କଂଗ୍ରେସର ଜମ୍ମୁକଶ୍ମୀର ମୁଖ୍ୟ ପଦରୁ ହଟାଯିବା ପରେ ଏଭଳି ପଦକ୍ଷେପ ଆଜାଦ୍ ନେଇଥିବା କୁହାଯାଉଛି। କାରଣ ବିକାର ରସୁଲ ଓ୍ୱାନିଙ୍କୁ ମୀରଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି।

    ଆଜାଦ କଂଗ୍ରେସର ସର୍ବଭାରତୀୟ ରାଜନୈତିକ ବ୍ୟାପାର କମିଟି ସଭ୍ୟ ଥିଲା ବେଳେ ତାଙ୍କର ନୂଆ ନିଯୁକ୍ତି ତାଙ୍କର ଅବନତି ବୋଲି କୁହାଯାଉଛି। ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବେ ଫେବୃଆରୀ ୨୦୨୧ ଯାଏ ଦାୟିତ୍ୱ ତୁଲାଇଥିଲେ ଆଜାଦ୍। ୪୭ ବର୍ଷୀୟ ଓ୍ୱାନିଙ୍କୁ ଦଳର ଅଧ୍ୟକ୍ଷ ଦାୟିତ୍ୱ ଦେଇ ୭୩ ବର୍ଷୀୟ ଗୁଲାମଙ୍କୁ ପ୍ରଚାର କମିଟିର ମଙ୍ଗ ଧରାଇଥିଲେ ହାଇକମାଣ୍ଡ। ଅଗଷ୍ଟ ୧୫ରେ ରାହୁଲଙ୍କ ସହ ଆଜାଦୀ ଗୌରବ ଯାତ୍ରାରେ ବି ସାମିଲ ହୋଇଥିଲେ ଆଜାଦ୍।

    • ପ୍ରଦୀପ ନାୟକଙ୍କ ରିପୋର୍ଟ
  • ପୁଣି ଆତଙ୍କୀ ଆକ୍ରମଣ, ୩ ଆହତ

    ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଗତ ଦୁଇ ଦିନ ଭିତରେ ତୃତୀୟ ଆତଙ୍କୀ ଆକ୍ରମଣ ହୋଇଛି। ଶନିବାର ସଂଧ୍ୟାରେ ଶ୍ରୀନଗରର ଅଲି କଦଲରେ ସୁରକ୍ଷାବଳଙ୍କ ଉପରେ ଆତଙ୍କୀ ପୁଣି ଆକ୍ରମଣ କରିଛନ୍ତି। ସୁରକ୍ଷା ବଳ ଉପରେ ଆତଙ୍କବାଦୀ ଗ୍ରେନେଡ ମାଡ କରିବାକୁ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି।
    ଏହା ପୂର୍ବରୁ ଶୁକ୍ରବାର ଦିନ ଜମ୍ମୁର ଅନନ୍ତନାଗ ସ୍ଥି ବିଜବେହରା ଓ ବାନ୍ଦିପୋରାରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଯେଉଁଥିରେ ପ୍ରବାସୀ ବିହାରୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା, ଯେଉଁଥିରେ ପୁଲିସକର୍ମୀ ଆହତ ହୋଇଥିଲେ। ସୂଚନାଯୋଗ୍ୟ, ଘାଟିରେ ଲଗାତର ଟାର୍ଗେଟ କିଲିଂ ଜାରି ରହିଛି।

  • ୮ ଘଣ୍ଟାରେ ୨ ଆତଙ୍କୀ ଆକ୍ରମଣ

    ଶ୍ରୀନଗର: ଜମ୍ମୁ କାଶ୍ମୀରର ଅନନ୍ତନାଗ ସ୍ଥିତ ବିଜବେହରା ଥାନା ଅଞ୍ଚଳରେ ଶୁକ୍ରବାର ମଧ୍ୟାହ୍ନରେ ଆତଙ୍କବାଦୀଙ୍କ ଦ୍ୱାରା ପୁଲିସ ଓ ସିଆରପିଏଫ ଟିମ ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜଣେ ପୁଲିସ କର୍ମୀ ଆହତ ହୋଇଥିବା ସୂଚନା ରହିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆତଙ୍କୀଙ୍କୁ ଧରିବାକୁ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ନେଇଛି ସେନା। ଗତ ୮ ଘଣ୍ଟା ଭିତରେ ଏହା ଦ୍ୱିତୀୟ ଆତଙ୍କୀ ଆକ୍ରମଣ ଥିବା ସୂଚନା ରହିଛି।
    ଶୁକ୍ରବର କାଶ୍ମୀର ପୁଲିସର ଟ୍ୱିଟର ହ୍ୟାଣ୍ଡେଲର ସୂଚନା ଅନୁଯାୟୀ ଅନନ୍ତନାଗର ବିଜବେହରା ଅଞ୍ଚଳରେ ଆତଙ୍କବାଦୀମାନେ ପୁଲିସ ଓ ସିଆରପିଏଫ ପୋଷ୍ଟ ଉପରେ ଫାୟାରିଂ କରିଦେଇଥିଲେ। ଏଥିରେ ଜଣେ ପୁଲିସ କର୍ମୀଙ୍କ ଦେହରେ ଗୁଳି ବାଜିଛି। ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅଞ୍ଚଳକୁ ସୁରକ୍ଷାବଳ ଘେରାବନ୍ଦୀ କରି ନେଇଛନ୍ତି।
    ସୂଚନା ଅନୁଆୟୀ, ବିଜବେହରା ଆକ୍ରମଣରେ ସେଠାକାର ଥାନଅଧିକାରୀ ଆହତ ହୋଇଛନ୍ତି, ଯିଏ କୁରକାଦଲ, ବିଜବେହରାରେ ନିଯୁକ୍ତ ଥିଲେ। ତାଙ୍କୁ ଏସଡିଏଚ ବିଜବେହରାକୁ ସ୍ଥାନାନ୍ତର କରାଯାଇଛି।
    ଘାଟିରେ ଆତଙ୍କବାଦୀ ଗତିବିଧି ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ପଟେ ଟାର୍ଗେଟ କିଲିଙ୍ଗ ତ ଅନ୍ୟ ପଟେ ସୁରକ୍ଷା ବଳଙ୍କ ଉପରେ ଆକ୍ରମଣ ବଢିଚାଲିଛି। ଶୁକ୍ରବାର ଭୋର ସମୟରେ ବାନ୍ଦିପୋରାର ଅଜସ ତହସିଲର ସଦୁନାରା ଗାଁରେ ଆତଙ୍କବାଦୀ ଜଣେ ପ୍ରବାସୀ ଶ୍ରମିକଙ୍କୁ ଗୁଳିମାରି ହତ୍ୟା କରିଥିଲେ। ମୃତକ ଜଣକ ବାହାର ନିବାସୀ, ୧୦ ମାସ ଭିତରେ ବିହାରର ୭ ଜଣଙ୍କୁ କାଶ୍ମୀରରେ ହତ୍ୟା କରିଛନ୍ତି ଆତଙ୍କବାଦୀ। ସେପଟେ, ଟାର୍ଗେଟ କିଲିଂ ପାଇଁ ସରକାରୀ କର୍ମଚାରୀ ଓ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ରହିଛି ଭୟର ବାତାବରଣ।

  • ଖାଇକୁ ବସ ଖସି ୧୦ ଆହତ

    ଶ୍ରୀନଗର: ଜମ୍ମୁ କାଶ୍ମୀରର ଉଧମପୁରା ମସୋରା ନିକଟରେ ଏକ ମିନି ବସ ରାସ୍ତା କଡ ଖାଇକୁ ଖସିପଡିବାରୁ ୮ ଛାତ୍ର ଗୁରୁତର ହୋଇଛି। କୁହାଯାଉଛି କି, ବସ ବରମିନ ଗାଁରୁ ଉଧମପୁର ଯାଉଥିବା ବେଳେ ବସଟି ଖାଇକୁ ଖସି ପଡିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୁଲିସ  ଓ ଉଦ୍ଧାରକାରୀ ଦଳ ୧୦ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ କିଛିଙ୍କ ସ୍ଥିତି ଗୁରୁତର ଥିବାରୁ ସେମାନଙ୍କୁ  ଜମ୍ମୁ ରେଫର କରାଯାଇଥିଲା। ଏହି ଦୁର୍ଘଟଣା ଶନିବାର ସକାଳୁ ଘଟିଛି।  ସକାଳ ପ୍ରାୟ ୮ଟା ୩୦ରେ ବସଟି ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଗୋଲ୍ଡି ରୋଡଠାରେ ହୋଇଥିଲା।

    ଏହା ପୂର୍ବରୁ ହିମାଚଳ ପ୍ରଦେଶର କୁଲ୍ଲୁରେ ଏକ ବଡ ଦୁର୍ଘଟଣା ହୋଇଥିଲା। ଏକ ଘରୋଇ ବସ ଖାଇରେ ପଡିଯାଇଥିଲା। ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଏମାନଙ୍କ ମଧ୍ୟରେ ଅନେକ ସ୍କୁଲ ଛାତ୍ର ମଧ୍ୟ ଥିଲେ। ରିପୋର୍ଟ ମୁତାବକ, ବସରେ ପ୍ରାୟ ୪୫ ଲୋକ ଥିଲେ। ଜଙ୍ଗଲା ନାମକ ଏକ ସ୍ଥାନରେ ବସ ନିୟନ୍ତ୍ରଣ ହରାଇ ଖାଇକୁ ଖସି ପଡିଥିଲା।

Back to top button