ଓଡ଼ିଶା

ପେଶା କୁଲି, ନିଶା ପିଲାଙ୍କୁ ପାଠ ପଢାଇବ

ବ୍ରହ୍ମପୁର: ପେଶା ତାଙ୍କର କୁଲି କାର୍ଯ୍ୟ । ହେଲେ ନିଶା ପିଲାଙ୍କୁ ପାଠ ପଢାଇବା । ଆମେ କହୁଛୁ ବ୍ରହ୍ମପୁର ରେଳ ଷ୍ଟେସନର କୁଲି ନମ୍ବର ୩୫ ସିଏଚ.ନାଗେସୁ ପାତ୍ରଙ୍କ କଥା । ଯିଏକି ନିଜ ପରିଶ୍ରମରେ ପାଠ ପଢି ଅନ୍ୟକୁ ମାଗଣା ପାଠ ପଢାର ସୁବିଧା ଯୋଗାଉଛନ୍ତି ।

ଅର୍ଥ ଅଭାବରୁ ଅଧାରୁ ପୋଠପଢା ଛାଡିଥିଲେ ନାଗେସୁ । ବାପା ଜଣେ ଦିନ ମଜୁରିଆ ହୋଇଥିବାରୁ ପାଠପଢା ଛାଡି ଅର୍ଥ ରୋଜଗାର ପାଇଁ କେତେବେଳେ ଦାଦନ ଶ୍ରମିକ ଭାବେ ତ କେବେ ସପିଂ ମଲ୍‌ରେ କାମ କରି ନିଜ ଗୁଜୁରାଣ ମେଣ୍ଟାଉଥିଲେ । ହେଲେ ଏବେ ସକାଳ ସମୟରେ ଘରୋଇ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠପଢ଼ାଇବା ସହିତ ଅପରାହ୍ନ ସମୟରେ ଗରୀବ ଛାତ୍ରଛାତ୍ରୀଙ୍କୁ ମଗଣାରେ ପାଠ ପଢ଼ାଉଛନ୍ତି । ଆଉ ରାତିରେ ବ୍ରହ୍ମପୁର ରେଳଷ୍ଟେସନରେ କୁଲି କାମ କରୁଛନ୍ତି।

ଅଧାରୁ ପଢା ଛାଡିଥିବାନାଗେସୁ ନିଜ ପରିଶ୍ରମରେ ପଢା ସାରି ଜଣେ ଉତ୍ତମ ଶିକ୍ଷକ ଭାବେ ନିଜକୁ ଗଢୁଛନ୍ତି । ଯଦି ରେଳବିଭାଗ ଅଥବା କେନ୍ଦ୍ର ସରକାର ନାଗେସୁଙ୍କୁ ଆଉ କିଛି ପ୍ରୋତ୍ସାହନା ଦିଅନ୍ତେ ତେବେ ସେ ଆହୁରି ଅନେକ ଗରିବ ଛାତ୍ରଛାତ୍ରୀଙ୍କୁ ପାଠପଢ଼ାଇବାରେ ବେଶ ସହାୟକ ହୋଇଥାନ୍ତେ ବୋଲି କହିଛନ୍ତି ରେଳ ଷ୍ଟେସନରେ ଅନ୍ୟ କିଛି କୁଲି ।

ତେବେନାଗେସୁ ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇ ଅନେକ ପ୍ରଶଂସା ସାଉଁଟୁଥିବାବେଳେ ଆଗକୁ ସୁବିଧା ମିଳିଲେ ସେ ଅଧିକ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରିବେ ବୋଲି କହିଛନ୍ତି ।

ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button