jungle fire

  • ଜଙ୍ଗଲ ନିଆଁ ଲିଭାଉଛନ୍ତି ଏସଏଚଜି ମହିଳା

    କେନ୍ଦୁଝର: କେନ୍ଦୁଝର ବନ ଖଣ୍ଡରେ ନିଆଁ ଲେଭେଇବାକୁ ନିୟୋଜିତ ହେଲେ ୧୫୦ ନିଆଁ ଲିଭା ସ୍କ୍ବାର୍ଡ। ଦୁଇଶହ ସ୍ୱୟଂ ସହାୟକ ଗ୍ରୁପ ଓ ୧୬୦ ଟି ପାଲା, ଦାଶକାଠିଆ ଓ ସଂକିର୍ତନ ଦଳ ନିଆଁ ଲିଭା କାର୍ଯ୍ୟରେ ହୋଇଛନ୍ତି ସାମିଲ।

    ବିଭିନ୍ନ କାରଣରୁ ଜଙ୍ଗଲରେ ଲାଗୁଛି ନିଆଁ । କେତେବେଳେ ପୋଡୁ ଚାଷ ପାଇଁ ତ ଆଉ କେତେବେଳେ ମହୁଲ ଓ କେନ୍ଦୁ ଗୋଟେଇବା ପାଇଁ ଜଙ୍ଗଲରେ ନିଆଁ ଲଗା ଯାଉଛି । ଫଳରେ ଅନେକ ସମୟରେ ନିରୀହ ପ୍ରାଣୀଙ୍କ ଜୀବନ ନଷ୍ଟ ହେଉଛି । ବହୁ ମୂଲ୍ୟବାନ ଔଷଧୀୟ ଗଛ ସବୁ ପୋଡି ଯାଉଛି । ଏବେ ଏସବୁ ଉପରେ ରୋକ ଲଗେଇବା ପାଇଁ ବନ ବିଭାଗ ଅଣ୍ଟା ଭିଡ଼ିଛି । କେନ୍ଦୁଝର ବନଖଣ୍ଡ ଅଧୀନରେ ଥିବା ୭ଟି ରେଞ୍ଜରେ ୨୦୦ ସ୍ୱୟଂ ସହାୟକ ଗ୍ରୁପକୁ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରାଯାଇ ପାରିଛି ।

    ନିଆଁକୁ ଆୟତ୍ତ କରିବା ପାଇଁ ୧୫୦ ଜଣ ବନ କର୍ମଚାରୀଙ୍କ ସହ ୧୫୭ ଟି ନିଆଁ ଲିଭେଇବା ଯନ୍ତ୍ର, ୧୨୦୦ ରୁ ଅଧିକ କିଲୋମିଟର ନିଆଁ ନ ଲାଗିବା ରାସ୍ତା ପ୍ରସ୍ତୁତ କରାଯାଇଛି l ବିଭିନ୍ନ ଗାଁରେ ଲୋକଙ୍କୁ ସଚେତନ କରିବା ପାଇଁ ୧୬୦ ଟି ଦାସକାଠିଆ, ଝୁମର, ପାଲା ଭଳି ସାଂସ୍କୃତିକ ଦଳକୁ ନିୟୋଜନ କରାଯାଇଛି। ସ୍ୱୟଂ ସହାୟକ ମହିଳା ମାନେ ନିଆଁ ଲିଭା କାମରେ ସାମିଲ ହେବା ପରେ ନିଆଁକୁ ଖୁବଶୀଘ୍ର ଆୟତ୍ତ କରାଯାଇ ପାରୁଥିବା ଦେଖିବାକୁ ମିଳୁଛି ।

    ଜଙ୍ଗଲରେ ନିଆଁ ନ ଲଗେଇବାକୁ ଜନସାଧାରଣଙ୍କୁ ଡିଏଫଓ ଅନୁରୋଧ କରିବା ସହ ଏକ ଟୋଲ ଫ୍ରି ନମ୍ୱର 6370592099 ଓ ନିଜର ଅଫିସ ମୋବାଇଲ ନମ୍ୱର 9437055315 ନମ୍ବରରେ ନିଆଁ ସମ୍ପର୍କୀୟ ତଥ୍ୟ ଦେବାକୁ ଅନୁରୋଧ କରିଛନ୍ତି l ତେବେ କେନ୍ଦୁଝର ଜିଲ୍ଲାରେ ନିଆଁ ଲିଭେଇବା ପାଇଁ DFOଙ୍କ ପଦକ୍ଷେପ ନିଶ୍ଚିତ ଭାବରେ ଅନ୍ୟ ଜିଲ୍ଲା ପାଇଁ ଉଦାହରଣ ସୃଷ୍ଟି କରୁଥିବାବେଳେ ସ୍ୱୟଂ ସହାୟକ ଗୋଷ୍ଠିର ମହିଳାଙ୍କ ପଦକ୍ଷେପ ଶତପ୍ରତିଶତ ଜଙ୍ଗଲ ନିଆଁ କୁ କାବୁ କରିବାରେ ସମର୍ଥ ହୋଇ ପାରିଛି ।

    ପାର୍ଥ ମିଶ୍ରଙ୍କ ରିପୋର୍ଟ

  • ଚଳିତ ବର୍ଷ ଅଧିକ ଜଳିବ ଜଙ୍ଗଲ

    () ଚଳିତ ବର୍ଷ ଅଧିକ ଜାଳିପାରେ ଜଙ୍ଗଲ ! ଜଙ୍ଗଲ ନିଆଁ ଆୟତ୍ତକୁ ନେଇ ସତର୍କ ଘଣ୍ଟି  l ତାପମାତ୍ରା ବୃଦ୍ଧି ହୋଇପାରେ ନିଆଁ ଲାଗିବାର କାରଣ..! ଜଙ୍ଗଲରେ ନିଆଁ ନ ଲାଗିବାକୁ ଭରସା ବର୍ଷା l ଏବେ ସୁଦ୍ଧା ୯୫ ଟି ସ୍ଥାନରେ ନିଆଁ ଲାଗିବାର ସୂଚନା ଆସିଛି। ଆଗାମୀ ଦିନରେ ଏହା ୧୦୦୦ ବି ହୋଇପାରେ ତେଣୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ଯେ କେମିତି ଜଙ୍ଗଲ ନିଆଁ କୁ ଆୟତ୍ତ କରାଯାଇପାରିବ l ଷ୍ଟାଫ ଇକ୍ୟୁପମେନ୍ଟସ,ଟେକ୍ନୋଲୋଜି ରେଡି କରିକି ରଖାଯାଇଛି l ଜିଲ୍ଲାସ୍ତରୀୟ ପ୍ଲାନ ପ୍ରସ୍ତୁତ ମଧ୍ୟ କରାଯାଇଛି l ସେପଟେ ଗାଁ ଗାଁ ରେ ସଚେତନ କରାଯାଉଛି, ଯେପରି ମନୁଷ୍ୟକୃତ ନିଆଁ ଜଙ୍ଗଲରେ ନ ଲାଗୁ l ବାଲିଗୁଡା,ଫୁଲବାଣୀ,ସୁନ୍ଦରଗଡ଼,ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ସମ୍ଭାବନା ଅଧିକ ତେଣୁ ଏହି ଜଙ୍ଗଲ ଉପରେ ବିଭାଗ ସମ୍ପୂର୍ଣ୍ଣ ନଜର ରଖିଥିବା ପ୍ରତିକ୍ରିୟା ରଖିଛନ୍ତି ପିସିସିଏଫ l

    ଓଡିଶାରେ ଚଳିତ ଫେବୃଆରୀ ମାସରେ ଦିନ ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ଅଧିକ ରହିବ l ପ୍ରାୟ ଅଞ୍ଚଳରେ ୩୦ ରୁ ୩୧ ଡିଗ୍ରୀ ତାପମାତ୍ରା ଏବେ ରହିବା କଥା କିନ୍ତୁ ୩୩ ଡିଗ୍ରୀ ଉପରେ ତାପମାତ୍ରା ରହୁଛି l ବାୟୁ ମଣ୍ଡଳରେ ଆଦ୍ରତାର ଅଭାବ ରହିଛି l ପଶ୍ଟିମା ଝାଡ଼ ପ୍ରଭାବ ବିଶେଷ ନାହିଁ l  ଫଳରେ ବର୍ଷା ମଧ୍ୟ ସେତେ ହୋଇନାହିଁ l ତେଣୁ ବାୟୁମଣ୍ଡଳରେ ଆଦ୍ରତାର ଅଭାବ ମଧ୍ୟ ରହିଛି l ତାପମାତ୍ରା ଅଧିକ ରହିବା,ବର୍ଷାର ପ୍ରଭାବ ନ ରହିଲେ ଓ ଆଦ୍ରତା ବିଶେଷ ଅନୁଭୂତ ନହେଲେ ତାହା ଜଙ୍ଗଲ ନିଆଁ ବ୍ୟାପିବାକୁ ସାହାୟ କରାଇଥାଏ l ପଶ୍ଚିମା ଝଡ଼ ପ୍ରଭାବରେ ଶୀତ ଋତୁରେ ବର୍ଷା ହେବା ସହ ଉତ୍ତରା ପବନ ରାଜ୍ୟ ମଧ୍ୟକୁ ବାରମ୍ବାର ପ୍ରବେଶ କରେ l ବର୍ଷା ର ପ୍ରଭାବ ଅଧିକ ରହିଲେ ବାୟୁମଣ୍ଡଳରେ ଆଦ୍ରତା ଅଧିକ ରୁହେ, ତାହା ସହଜରେ ଜଙ୍ଗଲରେ ନିଆଁ ବ୍ୟାପିବାକୁ ଦିଏନାହିଁ l କିନ୍ତୁ ଚଳିତବର୍ଷ ପଶ୍ଚିମା ଝଡ଼ ଅଧିକ ପ୍ରଭାବ ପକାଇପାରିନି ତେଣୁ ଏବେ ତାପମାତ୍ରା ବଢିବା ସହ ଜଙ୍ଗଲ ନିଆଁ ବ୍ୟାପିବାକୁ ସହାୟ ହୋଇପାରେ ! ଜଳବାୟୁ ମଡେଲ ଅନୁସାରେ ଚଳିତ ବର୍ଷ ଲାନିନା ଦୃର୍ବଳ ହୋଇ ଏହା ଧୀର ଧୀରେ ଏଲିନୋ ରେ ପରିଣତ ହେବାର ସମ୍ଭାବନା ରହିଛି l ଏଲିନୋ ସକ୍ରିୟ ହେଲେ ତାପମାତ୍ରା ଚଳିତବର୍ଷ ବୃଦ୍ଧି ହେବ l

    ଜଳବାୟୁରେ ପରିବର୍ତ୍ତନ ଆଗାମୀ ଗ୍ରୀଷ୍ମ ଋତୁରେ ବେଶ ପ୍ରଭାବ ଜନସାଧାରଣଙ୍କ ସମେତ ଜଙ୍ଗଲ ନିଆଁକୁ ଆମନ୍ତ୍ରଣ କରିପାରେ…! ତେଣୁ ଏବେଠୁ ସାବଧାନତା ନିହାତି ଜରୁରୀ l

     ସିମ୍ପୁଲ ନାୟକଙ୍କ ରିପୋର୍ଟ

Back to top button