kajiabad

  • ରଖେ ହରି ତ ମାରେ କିଏ

    ଫିରୋଜାବାଦ: ଉତ୍ତରପ୍ରଦେଶର ଫିରୋଜାବାଦରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଯାହାକୁ ଶୁଣିଲେ ରୁମ ଟାଙ୍କୁରି ଉଠିବ। ଏକ ଟ୍ରକ ଦୁର୍ଘଟଣାରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଗର୍ଭ ଫାଟି ଶିଶୁଟି ବାହାରକୁ ବାହାରି ଯାଇଥିଲା। ଘଟଣା ସ୍ଥଳରେ ପିଲାଟିକୁ ସୁରକ୍ଷିତ ଥିବା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଲୋକମାନେ ଏହାକୁ ଚମତ୍କାର ଶିଶୁ ଭାବରେ ସମ୍ୱୋଧନ କରିଛନ୍ତି। ତେବେ ଏହି ଦୁର୍ଘଟଣା ବୁଧବାର ଘଟିଛି। ଶିଶୁଟିକୁ ଫିରୋଜାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

    ସୂଚନା ଅନୁଯାୟୀ, ଫିରୋଜବାଦ ଜିଲ୍ଲାର ନରଖୀ ଥାନା ଅର୍ନ୍ତଗତ ବାରତାର ଗାଁର। ଏକ ଦମ୍ପତି ବାଇକରେ ଯାଉଥିବା ବେଳେ ଭାରସମ୍ୟ ହରାଇ ପଡିଯାଇଥିଲେ। ଫଳରେ ଏହି ସମୟରେ ଆସୁଥିବା ଏକ ଟ୍ରକ ଚକ୍କା ତଳେ ଗର୍ଭବତୀ ଜଣଙ୍କ ଚାପି ହୋଇ ଯାଇଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପିଲାଟି ପେଟରୁ ବାହାରି ଆସି ୫ ଫୁଟ ଦୂରରେ ପଡିଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତି ଆରମ୍ଭ କରିଛି। ତେବେ ମହିଳା ଜଣଙ୍କ ୯ମାସର ଗର୍ଭବତୀ ଥିବା କୁହାଯାଉଛି। ଶିଶୁଟିକୁ ଜୀବନ୍ତ ଉଦ୍ଧାର କରି ନିକଟସ୍ଥ ଫିରୋଜାବାଦ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଡାକ୍ତର ଶିଶୁଟିକୁ ଚିକିତ୍ସା କରି ସ୍ୱାସ୍ଥ୍ୟ ଅବସ୍ଥା ଭଲଥିବା କହିଛନ୍ତି।

    ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ।      

Back to top button