କଳାହାଣ୍ଡି: କଳାହାଣ୍ଡି ଭବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ବିଶ୍ୱ ପ୍ରସିଦ୍ଧ ଛତର ଯାତ୍ରା। ଏନେଇ ଚଳଚଞ୍ଚଳ ହୋଇଉଠିଛି ଭବାନୀପାଟଣା ସହର। ମଧ୍ୟରାତ୍ରୀରେ ମା ମହାବଳୀ ଭୋଗ ଖାଇ ଜେନାଖାଲ ଆସି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ ବେଳେ ଲକ୍ଷ ଲକ୍ଷ ଭକ୍ତ ମାଙ୍କୁ ସ୍ୱାଗତ କରିଥାନ୍ତି। ଘଣ୍ଟ, ଶଙ୍ଖ, ହୁଳହୁଳି, ବାଜା ସାଙ୍ଗକୁ ଅନେକ ସାଂସ୍କୃତିକ ଦଳ ମା ଙ୍କୁ ସ୍ୱାଗତ କରିବା ସହ ଜେନାଖାଲଠାରୁ ମାଣିକେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଏକ ବିରାଟ ପଟୁଆରରେ ମା ବିଜେ କରିଥାନ୍ତି। ରାଜରାସ୍ତାରେ ହଜାର ହଜାର ସଂଖ୍ୟାରେ ପଶୁବଳି ପଡିବା ସହ ରକ୍ତରଞ୍ଜିତ ହୋଇପଡେ ରାଜରାସ୍ତା।
KALAHANDI
-
ମାଣିକେଶ୍ବରୀଙ୍କ ଛତର ଯାତ୍ରା
-
ତଥାପି ଥମୁନି ଝାଡାବାନ୍ତି
କଳାହାଣ୍ଡି: ସୁଧୁରି ପାରୁନି ଦୁର୍ଗମ ଅଞ୍ଚଳର ଆଦିବାସୀ ଜୀବନଯାତ୍ରା । ପାନୀୟ ଜଳ ଯୋଗୁଁ ଝାଡ଼ାବାନ୍ତି ଭଳି ବିଭିନ୍ନ ରୋଗର ଶିକାର ହେଉଛନ୍ତି ଦୁର୍ଗମ ଅଞ୍ଚଳ ବାସୀ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରରେ ସ୍ୱାସ୍ଥ୍ୟ ସେବା ଅପହଞ୍ଚ ଥିବାବେଳେ ଡାଇରିଆ ଭଳି ମାରାତ୍ମକ ରୋଗରେ ଏକ ସପ୍ତାହରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେପଟେ ଜିଲ୍ଲାପାଳ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ସ୍ବାସ୍ଥ୍ୟକେନ୍ଦ୍ରରେ ଅସ୍ଥାୟୀ ଶଯ୍ୟା ବ୍ୟବସ୍ଥା କରାଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି।
ସରକାରଙ୍କ ମୌଳିକ ସୁବିଧା ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରରେ ଅପହଞ୍ଚି । ବିଶୁଦ୍ଧ ପାନୀୟ ଜଳ ଅଭାବରୁ ଝାଡ଼ାବାନ୍ତିର ଶିକାର ହେଉଛନ୍ତି ଦୁର୍ଗମ ଅଞ୍ଚଳ ବାସୀ ଝାଡାବାନ୍ତି ପ୍ରକୋପରେ ସପ୍ତାହକ ମଧ୍ୟରେ ୬ ଜଣ ମୃତ୍ୟୁ ବି ହୋଲାଣି। ପ୍ରାୟ ୪୦ ପରିବାର ବସବାସ କରୁଥିବା ଏହି ଗାଁରେ ବିଶୁଦ୍ଧ ପାନୀୟ ଜଳର ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା ବେଳେ ଲୋକେ ନିକଟ ଝରଣାର ଦୂଷିତ ପାଣି ବ୍ୟବହାର କରି ନାନାଦି ରୋଗରେ ଆକ୍ରାନ୍ତ ହେଉଛନ୍ତି।
ଅପରପକ୍ଷେ ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ଥୁଆମୂଳ ରାମପୁର ଗସ୍ତରେ ଆସି ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଥମେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସ୍ବାସ୍ଥ୍ୟସେବା ପରିଚାଳନା ଏବଂ ସମ୍ପ୍ରତି ସ୍ଥିତିକୁ ନେଇ ସ୍ଥାନୀୟ ତହସିଲଦାର,ସ୍ବାସ୍ଥ୍ୟ ବିଭାଗ,ଜିଲ୍ଲା ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରିଥିଲେ। ରୋଗୀସେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଅସ୍ଥାୟୀ ଶଯ୍ୟା ବ୍ୟବସ୍ଥା କରାଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏହାସହ ବିଶୁଦ୍ଧ ପାନୀୟ ଜଳଯୋଗାଣ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି।
କୈଳାସ ସାହୁଙ୍କ ରିପୋର୍ଟ
-
ଟ୍ରକ-ବସ ମୁହାଁମୁହିଁ ଧକ୍କା
ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ଟ୍ରକ-ବସ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିବା ବେଳେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ତେବେ ବସଟି ଜୟପୁରରୁ ଭବାନୀପାଟଣା ଯାଉଥିବା ବେଳେ ଟ୍ରକ ସହ ଧକ୍କା ହୋଇଥିଲା। ଘାଟିରେ ବସ- ଟ୍ରକ ଧକ୍କା ଯୋଗୁଁ ବସରେ ୧୫ ରୁ ଅଧିକ ଯାତ୍ରୀ ଥିବାବେଳେ ୫ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଗୁରୁତର ଆହତଙ୍କୁ ନବରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ମୈଦଲପୁର ଓ ଆମପାଣି ପୋଲିସ ଘଟଣାର ତଦନ୍ତ କରୁଛି।